କୁମ୍ଭାରଗାଁକୁ ମିଳିଲା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମର ସ୍ୱୀକୃତି
ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ସ୍ୱୀକୃତି ପାଇବା ପରେ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଏ ନେଇ ନକ୍ସା ପ୍ରସ୍ତୁତ କରିଛନ୍ତି । ଏହି ଅବସରରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀଣି ସୁମିତ୍ରା ସାହୁ, ଜଳ ଓ ପରିମଳ କନିଷ୍ଟ ଯନ୍ତ୍ରୀ ମମତା ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ଉକ୍ତ ଗ୍ରାମକୁ ଯାଇ ରାସ୍ତାଘାଟ, ପାନୀୟ ଜଳ ଯୋଗାଣ, ଆଲୋକୀକରଣ, ପାଇଖାନା ବ୍ୟବହାର ଆଦି ବିଭିନ୍ନ ବିଷୟରେ ଥିବା ସୁବିଧା […]