କୁମାରୀପାରିରେ ବୈଷ୍ଣବ ସମ୍ମିଳନୀ ଅନୁଷ୍ଠିତ
ବେଗୁନିଆପଡା (ବାପୁନି କୁମାର ମାଲୁ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମାରୀପାରିରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ବୈଷ୍ଣବ ସମ୍ମିଳନୀ । ଶ୍ରୀଳ ଭକ୍ତି ବେଦାନ୍ତ ବାମନ ଗୋସ୍ୱାମୀ ମହାରାଜଙ୍କ ଦିବ୍ୟ ଆବିର୍ଭାବ ଶତ ବାର୍ଷିକୀ ଅବସରରେ ଆୟୋଜିତ ଏହି ବୈଷ୍ଣବ ସମ୍ମିଳନୀ (ପାରମାର୍ଥିକ ପ୍ରଦର୍ଶନୀ) ମୁଖ୍ୟ ଆୟୋଜକ ପୁରୀ ବୈଷ୍ଣବ ଶ୍ରୀପଦ ଭକ୍ତି ବେଦାନ୍ତ ଗୋଦାବରୀ ମହାରାଜ ଏଵଂ କୁମାରୀପାରି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ପୁରୀ, ବୃନ୍ଦାବନ […]