ଓଡିଶା

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ…

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ରାଷ୍ଟ୍ରୀୟ ସମ୍ମାନ ସହ ଜନ୍ମମାଟି କୋରାପୁଟ ପାତ୍ରପୁଟରେ ସମ୍ପନ୍ନ ହୋଇଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ । ସ୍ବର୍ଗତଃ କମଳାଙ୍କ ଶେଷକୃତ୍ୟ ସଂପନ୍ନ ବେଳେ କୋରାପୁଟ ଜିଲ୍ଲାପାଳ ଭି. କିର୍ତ୍ତୀଭାସନ୍, ଏସପି ଅଭିନବ ସୋନାକର, ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ଏସଡିପିଓ ଅଙ୍କିତ ବର୍ମା, ବିଡିଓ ଶକ୍ତିପ୍ରସାଦ ମହାପାତ୍ରଙ୍କ ସହିତ ଅନେକ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ […]

ଓଡିଶା

ସରକାରୀ ଚାକିରୀ ଛାଡି ଜନସେବାରେ ଶିକ୍ଷକ …

ଲକ୍ଷ୍ମୀପୁର : ସବୁ କଳ୍ପନାଜଳ୍ପନା ଅନ୍ତ ଘଟାଇ ଶେଷରେ ଶିକ୍ଷକ ଚାକିରୀ ଛାଡ଼ିଲେ ବଡ଼ ନେର୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶଙ୍କର ସାଉଁନ୍ତା । ଜନସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ଶଙ୍କର ଶେଷରେ ଚାକିରୀ ଜୀବନରୁ ସ୍ବଇଚ୍ଛା ଅବସର ଗ୍ରହଣ କରିଛନ୍ତି । ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି, ବିଇଓ କୈଳାସ ଚନ୍ଦ୍ର ବେହେରାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ଏବିଇଓ ବିଭୁତି […]

ଓଡିଶା

ସିଦ୍ଧାର୍ଥ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

କୋଟପାଡ଼, ୧୨/୨୪ (ସୁନୀଲ ଦାଶ) : କୋଟପାଡ଼ ସ୍ଥିତ ସିଦ୍ଧାର୍ଥ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ସମ୍ମାନୀତ ଅତିଥି ଭାବେ ଶ୍ରୀମତି ପଦ୍ମିନୀ ଦିଆନ, ମୁଖ୍ୟ ବକ୍ତା ଭାବେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋଟପାଡ଼ ଏନ୍ଏସି ଅଧ୍ୟକ୍ଷ ଶ୍ରୀ ଏମ ଶଙ୍କର ରାଓ, […]

ଓଡିଶା

କୋରାପୁଟ ଜିଲ୍ଲା ପୋଲିସ କନେଷ୍ଟବଳ ଓ ହାବିଲଦାର ସଂଘର ନିର୍ବାଚନୀ ଫଳାଫଳ…

କୋରାପୁଟ, ୨/୨ (ସୁନୀଲ ଦାଶ) : କୋରାପୁଟ ଜିଲ୍ଲା ପୋଲିସ କନେଷ୍ଟବଳ ଓ ହାବିଲଦାର ସଂଘର ୨୦୨୪ ପାଇଁ ନିର୍ବାଚନୀ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନୀରେ ହାବିଲଦାର ଗିରିଜା ଶଙ୍କର ନାୟକ ସଂଘ ସଭାପତି ଭାବେ ଚୟନ ହୋଇଥିବା ବେଳେ ହାବିଲଦାର ନକୁଳ ସୁନା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଘୀୟ ପଦାଧିକାରୀ ଭାବେ ଉପସଭାପତି ରୂପେ ଧନେଶ୍ୱର ମୁଦୁଲି ଦାଇତ୍ୱ ପାଇଥିବାବେଳେ, ଶୁଭ୍ରାଂଶୁ ଗୌଡ଼ ଏବଂ ରାଜ କିଶୋର ସାଗର ଯୁଗ୍ମ […]

ଓଡିଶା

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗସ୍ତରେ ଭି.କେ.ପାଣ୍ଡିଆନ୍…

ଲକ୍ଷ୍ମୀପୁର, ୧୦/୧ (ସଞ୍ଜୟ କୁମାର ପାଣି) : କୋରାପୁଟ ଜିଲ୍ଲା ଦିନିକିଆ ଗସ୍ତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ତଥା ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦବୋଧନ ଦେଇ ନିର୍ବାଚନର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଏହି ଅବସରରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିକାଶ ପରିଷଦ ପକ୍ଷରୁ […]

ଓଡିଶା

୨୨ କେଜି ଗଞ୍ଜେଇ ସହ ଯୁବକ ଗିରଫ…

କୋରାପୁଟ, ୨୬/୧୨ (ସୁନୀଲ ଦାଶ) : ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକକୁ କାବୁ କଲା କୋଟପାଡ଼ ପୋଲିସ । ଘଟଣାରେ ଯୁବକକୁ ଗିରଫ କରାଯିବା ସହିତ ତା ନିକଟରୁ ଏକ ସ୍କୁଟି ଗାଡିନଂ -CG17KV3213 ଏବଂ ୨୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲା ସୋମ କୁମାର ନାଗ, ପିତା ଗୁଡ଼ୁଲୁ ନାଗ । ଯୁବକ ଜଣକ ଛତିଶଗଡ ରାଜ୍ୟର ଜଗଦଳପୁରର ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଏ […]

ଓଡିଶା

ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ…

କୋରାପୁଟ, ୨୯/୧୧ (ସୁନୀଲ ଦାଶ) : ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ । ଏକ ଘରୋଇ ରିଲାଏନ୍ସ ନାମକ ବସରେ କଟକ ନିଜ ଘରକୁ ଯାଉଥିବା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍ । ବସରେ ପଇସା ଧରି ଯାଉଥିବା ବେଳେ ତାଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ନଗଦ ଜବତ କରିଛି ଜୟପୁର ଭିଜିଲାନ୍ସ । ଏତେ ପଇସା ସେ କୁଆଡେ ଏବଂ […]

ଓଡିଶା

ଘୁମୁରା ଗ୍ରାମରେ ଅଖଣ୍ଡ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ…

କୋରାପୁଟ , ୨୭/୧୧ (ସଞ୍ଜୟ କୁମାର ପାଣି) : ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ ଅଧିନସ୍ଥ ଘୁମୁରା ଗ୍ରାମରେ ଅଖଣ୍ଡ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଘୁମୁରା କୁମ୍ଭାର ସଂପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି କାର୍ତିକ ମାସର ପୂର୍ଣ୍ଣିମାରେ ଅଷ୍ଟପ୍ରହରୀ ନାମ ଯଜ୍ଞ କରିଥିବା ବେଳେ ଗ୍ରାମର ସମସ୍ତ ବର୍ଗର ଲୋକେ ଏହାକୁ ସହଯୋଗ କରିଥାଆନ୍ତି । ସେହିପରି ବନ୍ଧୁଗାଁ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ନରେନ୍ଦ୍ର କୁମାର ପାଢ଼ୀ ପ୍ରତ୍ୟେକ ବର୍ଷ […]

ଓଡିଶା

ମେକଡ଼ା ଗ୍ରାମରେ ଶ୍ରୀକୃଷ୍ଣ ନାମ ଯଜ୍ଞ ଅଷ୍ଟପ୍ରହରୀ ଅନୁଷ୍ଠିତ

ଲକ୍ଷ୍ମୀପୁର, ୨୬/୧୧ (ସଞ୍ଜୟ କୁମାର ପାଣି) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅଧିନସ୍ଥ ମେକଡ଼ା ଗ୍ରାମରେ କାର୍ତିକ ମାସ ଅବସରରେ ଶ୍ରୀକୃଷ୍ଣ ନାମ ଯଜ୍ଞ ଅଷ୍ଟପ୍ରହରୀ ଗ୍ରାମ କମିଟି ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀକୃଷ୍ଣ ଠାକୁରଙ୍କ ଫୋଟ ରଖି ପୂଜାର୍ଚ୍ଚନା କରାଯାଇ ବନ୍ଧୁଗାଁ ବ୍ଲକ ଆଖପାଖ ଅଂଚଳରୁ ନିମନ୍ତ୍ରଣ କରାଯାଇଥିବା ସଙ୍କୀର୍ତନ ମଣ୍ଡଳୀମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀକୃଷ୍ଣଙ୍କ ନାମ ଜପ କରାଯିବା ସହ ମୃଦଙ୍ଗର ତାଳେ ତାଳେ ଶ୍ରଦ୍ଧାଳୁମାନେ ନାଚ ଗୀତ କରିଥିଲେ […]

ଓଡିଶା ଦେଶ ବିଦେଶ

ଇସ୍ରୋ ଚେୟାରମ୍ୟାନ୍ ଡ଼ଃ ସୋମନାଥ ଚନ୍ଦ୍ରଯାନ ୩ ଟ୍ରାଅମ୍ଫ କାର୍ଯ୍ୟକ୍ରମରେ କୋଟପାଡ଼ର ଅମୁଜୁରୀ ବିଶ୍ୱନାଥଙ୍କ ଉକୃଷ୍ଟ କାର୍ଯ୍ୟକୁ ପ୍ରଶଂସା

କୋରାପୁଟ, ୧୮/୧୧ (ସୁନୀଲ କୁମାର ଦାଶ) : ଦେଶର ଏକାଦଶ ରାଷ୍ଟ୍ରପତି ମିସାଇଲ୍ ମ୍ୟାନ୍ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୯୨ତମ ଜନ୍ମ ବାର୍ଷିକୀରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସହଯୋଗରେ ଡକ୍ଟର ଏପିଜେ ଅବଦୁଲ କଲାମ ଇଂଟରନ୍ୟାସନାଲ ଫାଉଣ୍ଡେସନ ହାଉସ ଅଫ୍ କାଲାମ ଦ୍ୱାରା “ଚନ୍ଦ୍ରୟାନ ୩ ଟ୍ରାଅମ୍ଫ : ପ୍ରେରଣାଦାୟକ ଉଜ୍ଜ୍ୱଳ ମନ” କାର୍ଯ୍ୟକ୍ରମ ତାମିଲନାଡୁର ରମେଶ୍ୱରମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇସ୍ରୋ […]