ଓଡିଶା

ସରକାର ବଦଳିଗଲା, ମାତ୍ର ପ୍ରଶାସନିକ ଅଧିକାରୀଙ୍କ ତାଉ ଯାଉନି…

କୋଦଳା, ୨୯/୬ : ଜଣେ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ମଧ୍ୟରେ ତୁ ତୁ ମେ ମେ । ଫୋନରେ ଅଶାଳୀନ ବ୍ୟବହାରରେ ବାର୍ତ୍ତାଳାପ ହେଉଥିବା ଅଡିଓ କଲ୍ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ହେଉଛି ଭାଇରଲ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲଦାର ଓ କୋଦଳା ବିଜେପି ନେତା ତଥା ଏନଏସି ଅଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଅଧ୍ୟକ୍ଷଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି ପ୍ରଶାସନିକ ଅଧିକାରିଣୀ ତଥା […]

ଓଡିଶା

ସିପିଆଇର ହିତାଧିକାରୀ ଆଇନ…

ବେଗୁନିଆପଡା : ଆବାସଗୃହ ନିର୍ମାଣ ପାଇଁ ସରକାର ଯେତିକି ଅର୍ଥ ମଞ୍ଜୁର କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ଘର ନିର୍ମାଣ ତ ଦୂରର କଥା କଞ୍ଚାମାଲ କିଣାରେ ସରିଯାଉଛି ସରକାରୀ ଅର୍ଥ । ବାସହୀନ ଲୋକଙ୍କୁ ଆବାସ ଯୋଜନାରେ ଗୃହ ଯୋଗେଇଦାବା ଲାଗି ସରକାର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ମାତ୍ର କୋଦଳା ତହସିଲ ଅଂଚଳରେ ଆବଶ୍ୟକ କଞ୍ଚା ମାଲ ଯଥା ବାଲି, ମାଟି, ପଥର ଓ ଇଟାର ଘୋର ଅଭାବ ଦେଖିବାକୁ ମିଳୁଛି । […]

ଓଡିଶା

କୋଦଳା-ଭୋଦୁଆ ରାସ୍ତା ମରଣଯନ୍ତା । ଟେଣ୍ଡରକୁ ପୂରିଲାଣି ଦୁଇମାସ, ମାତ୍ର କାର୍ଯ୍ୟାରମ୍ଭ କେବେ ପ୍ରଶ୍ନ ନେଇ ବିଜେପିର ପ୍ରତିବାଦ…

କୋଦଳା : କୋଦଳା ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନରେ ଥିବା କୋଦଳା-ଭୋଦୁଆ ରାସ୍ତା ସାଧାରଣ ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା । ଯାହାକୁ ନେଇ ବିକ୍ଷୋଭ କରିଛି ବିଜେପି । ବର୍ତ୍ତମାନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବାବେଳେ ଏହି ରାସ୍ତା ଦେଇ ପାଦରେ ଚଲାବୁଲା କରିବା ମଧ୍ୟ କଷ୍ଟକର ହୋଇପଡିଛି । କୋଦଳା ପୂର୍ତ୍ତ ବିଭାଗ ରାସ୍ତା-୩୦କୁ ସଂଯୋଗ କରୁଥିବା କୋଦଳା-ଭୋଦୁଆ ରାସ୍ତା ଉପରେ ୨୦ରୁ ଉର୍ଦ୍ଧ୍ବ ଗ୍ରାମର ଜନସାଧାରଣ ନିର୍ଭର କରୁଥିବା ବେଳେ ଏହି ରାସ୍ତା […]

ଓଡିଶା

କୋଦଳାରେ ପିଲାଙ୍କ ନିମନ୍ତେ ଓଜନ ଉତ୍ସବ ଅନୁଷ୍ଠିତ

କୋଦଳା : କୋଦଳା ବିଜ୍ଞାପିତ ଅଞ୍ଚଳରେ ଛୋଟ ଛୋଟ ପିଲାଙ୍କ ନିମନ୍ତେ ଓଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନବାଡି କେନ୍ଦ୍ର ୱାର୍ଡ଼ ନମ୍ୱର ୪, ୭, ୯ ଏବଂ ୧୦ରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ସୋମବାରରେ ଶେଷ ହୋଇଛି । କାଉନସିଲର ମନୋରଞ୍ଜନ ବେହେରା, ଜିତେନ୍ଦ୍ର ପ୍ରଧାନ, ସୁରୀୟାଂଶୁ ବେହେରାଙ୍କ ସମେତ ଅଙ୍ଗନବାଡି ୱାର୍କର ରଶ୍ମିତା ବେହେରା, ରଶ୍ମିତା ପଣ୍ଡା, ରନିତା […]

ଓଡିଶା

ପ୍ରଶାସନର ଲୋକଦେଖାଣିଆ ତତ୍ପରତାକୁ ନେଇ ପ୍ରଶ୍ନ… ଦୋଷୀକୁ ଛାଡି ସାଧାରଣ ଲୋକଙ୍କ ପଛରେ ପ୍ରଶାସନ…

ବେଗୁନିଆପଡା : ଇଟା ଭାଟି କରୁଛି କିଏ ଆଉ ଏହାର ଭରଣା ସହୁଛି କିଏ ? ଧନ୍ୟ ଆମ ପ୍ରଶାସନିକ ବ୍ୟବସ୍ଥା । ବେଆଇନ ଇଟା ଭାଟି କରିଥିବା ଲୋକଙ୍କ ପ୍ରତି ପ୍ରଶାସନ ଅହେତୁକ ଅନୁକମ୍ପା ଦେଖାଉଛି । ଆଉ ଚେକିଂ ଆଳରେ ଧରୁଛି ସାଧାରଣ ଲୋକଙ୍କୁ । ଘର ତିଆରି ପାଇଁ ରଖାଯାଇଥିବା ଇଟାର ରୟାଲଟି ଚେକ୍ କରି ବାଃ ବାଃ ନେବା ପାଇଁ ତତ୍ପର କୋଦଳା ତହସିଲଦାର । ପ୍ରକୃତ ଦୋଷୀ ପଛେ ଚୁଲିକି […]

ଓଡିଶା

ଦାବି ପୂରଣ ନ ହେଲେ ସମୂହ ଛୁଟିରେ ରହିବେ ସରକାରୀ କର୍ମଚାରୀ

ବେଗୁନିଆପଡା : ମିନିଷ୍ଟେରିଆଲ କର୍ମଚାରୀଙ୍କ ଦାବି ଏବେ ରାଜ୍ୟବ୍ୟାପୀ ବଢିବାରେ ଲାଗିଛି । ବେଗୁନିଆପଡା ପରେ ପରେ ଏବେ ଏହି ଦାବି କୋଦଳା ତହସିଲରେ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ମିନିଷ୍ଟେରିଆଲ କର୍ମଚାରୀଙ୍କୁ ଲେବୁଲ ୯କୁ ପ୍ରମୋସନ ପାଇଁ ଦାବି ନେଇ ସଙ୍ଘ ପକ୍ଷରୁ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରାଯାଇଛି । ୧୯୦୦ ଗ୍ରେଡ଼ପେ କୁ ୪୨୦୦ କୁ ବୃଦ୍ଧି କରିବା ପାଇଁ ଦାବି ନେଇ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କର୍ମଚାରୀ କଳାବ୍ୟାଚ୍ […]

ଓଡିଶା

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ ଦେବାଶିଷ ମାଝୀ

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ ବରିଡ଼ା ଆର୍ ଆଇ ଦେବାଶିଷ ମାଝୀ ୫୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗରେ ଧରା ପଡିଥିବା ସୂଚନା ମିଳିଛି । ଅଭିଯୋଗ ଆଧାରରେ ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ଟିମ୍ କେ ବରିଡ଼ାରେ ସଂପୃକ୍ତ ଆର୍ ଆଇଙ୍କୁ ରେଡ୍ ହ୍ୟାଣ୍ଡ ଧରିଛନ୍ତି । କେ ବରିଡ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି ।  ସୂଚନା ମୁତାବକ, ପୂର୍ବରୁ […]