ଓଡିଶା

କୁମାରୀପାରିରେ ବୈଷ୍ଣବ ସମ୍ମିଳନୀ ଅନୁଷ୍ଠିତ

ବେଗୁନିଆପଡା (ବାପୁନି କୁମାର ମାଲୁ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମାରୀପାରିରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ବୈଷ୍ଣବ ସମ୍ମିଳନୀ । ଶ୍ରୀଳ ଭକ୍ତି ବେଦାନ୍ତ ବାମନ ଗୋସ୍ୱାମୀ ମହାରାଜଙ୍କ ଦିବ୍ୟ ଆବିର୍ଭାବ ଶତ ବାର୍ଷିକୀ ଅବସରରେ ଆୟୋଜିତ ଏହି ବୈଷ୍ଣବ ସମ୍ମିଳନୀ (ପାରମାର୍ଥିକ ପ୍ରଦର୍ଶନୀ) ମୁଖ୍ୟ ଆୟୋଜକ ପୁରୀ ବୈଷ୍ଣବ ଶ୍ରୀପଦ ଭକ୍ତି ବେଦାନ୍ତ ଗୋଦାବରୀ ମହାରାଜ ଏଵଂ କୁମାରୀପାରି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ପୁରୀ, ବୃନ୍ଦାବନ […]

ଓଡିଶା

ନାମଫଳକୁ ନେଇ ରାଜନୀତି କରାନଯାଉ: ବିଧାୟିକା… କୋଦଳାରେ ଉଦଘାଟନ ହେଲା ପୋଲିସ ସହାୟତା କେନ୍ଦ୍ର

ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ଅପରାଧ ସଂଖ୍ୟା କମାଇବା ସହ ଲୋକଙ୍କୁ ସହାୟତା ପ୍ରଦାନ କରିବା ଉଦେଶ୍ୟରେ କୋଦଳା ସହରର ଚାରି ଛକଠାରେ ଉଦଘାଟନ ହେଲା ପୋଲିସ ସହାୟତା କେନ୍ଦ୍ର । ଦୀର୍ଘ ଦିନରୁ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ କରିବା ନେଇ ସହରବାସୀ ଦାବି କରିଆସୁଥିବା ବେଳେ ଆଜି ଏହା ସଫଳ ହୋଇଛି । ଏହି ଅବସରରେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିର୍ଦ୍ଦେଶକ ସତ୍ୟବ୍ରତ ଭୋଇ ସହାୟତା କେନ୍ଦ୍ରକୁ ଉଦଘାଟନ କରିବା ସହ ବିଧାୟିକାଙ୍କ ଉଦ୍ୟମକୁ ପ୍ରଶଂସା […]

ଓଡିଶା

କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ନୂଆ ଡାକ୍ତର

ରାଜ୍ୟର ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଡାକ୍ତର ଓ କର୍ମଚାରୀ ଅଭାବ ସମାସ୍ୟା ଲାଗି ରହିଥିବା ବେଳେ ନିକଟରେ କିଛି ଡାକ୍ତର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ ମେଡିକାଲ ସମେତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସମସ୍ୟା ଲାଗି ରହିଥିବାବେଳେ ଏବେ ନୂଆ ଡାକ୍ତରଙ୍କୁ ପାଇ ଅଞ୍ଚଳବାସୀ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏ ନେଇ ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ଏନ୍ଏସି […]

ଓଡିଶା

ଦାବି ପୂରଣ ନ ହେଲେ ଅନଶନରେ ବସିବେ ସାମ୍ବାଦିକ, ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ

ବ୍ଲକ ପରିସରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବେଗୁନିଆପଡା ସାମ୍ବାଦିକଙ୍କ ପକ୍ଷରୁ ବ୍ଲକ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶନୀଙ୍କୁ ଏବିଡ଼ିଓ ନିରଞ୍ଜନ ବେହେରାଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ରରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ବ୍ଲକ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ସୂଚନା ମିଳୁନଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।  ଏହା ସହ ବ୍ଲକ ପରିସରରେ ସାମ୍ବାଦିକଙ୍କ ସମ୍ମାନ ଓ ସୁରକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇ, କାର୍ଯ୍ୟାଳୟ ପରିସରରେ […]

ଓଡିଶା

ଆକ୍ସନ ମୁଡ଼ରେ କୋଦଳା ଏନ୍ଏସି ଅଧ୍ୟକ୍ଷ, ବିକାଶ ପାଇଁ ଚାଲିଛି ରଣନୀତି

ଆକ୍ସନ ମୁଡ଼ରେ କୋଦଳା ଏନ୍ଏସି ଅଧ୍ୟକ୍ଷ । ଦାୟିତ୍ୱ ନେବା ପରଠୁ ଏନ୍ଏସିର ବିକାଶ ନିମନ୍ତେ ସଦା ତତ୍ପର ରହୁଛନ୍ତି ନବ ନିର୍ବାଚିତ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ । ପ୍ରତ୍ୟେକ ୱାର୍ଡକୁ ପ୍ରତ୍ୟେହ ବୁଲିବା ସହ ଅଗାମୀ ଦିନରେ କେମିତି ବିକାଶ ହେବ ସେ ନେଇ ଜନସାଧାରଣଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ସ୍ୱଚ୍ଛ, ସୁନ୍ଦର, ପ୍ଲାଷ୍ଟିକ ମୁକ୍ତ ସହର ଭାବେ ଗଢି ତୋଳିବା ସ୍ବପ୍ନ ନେଇ ଅଧ୍ୟକ୍ଷ ଆଗେଇ ଚାଲିଥିବାବେଳେ ତାଙ୍କର […]