ଓଡିଶା

ଲୋକଙ୍କ ସମସ୍ୟା ଶୁଣି ସ୍ଥାୟୀ ପ୍ରତିକାର ପାଇଁ ବାଟ କାଢିଲେ ସାଂସଦ…

କୋଦଳା, (ଏଫ୍ଟୁଏସ୍/ବାପୁନି କୁମାର ମାଲୁ) : କୋଦଳା ଏନ୍ଏସି ଅନ୍ତର୍ଗତ ୱାର୍ଡ ନମ୍ବର ୧ ବି.ନୂଆପଲୀ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଆସ୍କା ସାଂସଦ ଅନିତା ଶୁଭଦର୍ଶନୀଙ୍କୁ ବି.ନୂଆପଲୀ ଗ୍ରାମବାସୀମାନେ ସ୍ୱାଗତ ଜଣାଇଥିଲେ । ଆୟୋଜିତ ସଭାରେ ବି.ନୂଆପଲୀ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ସାଂସଦଙ୍କ ସମ୍ମୁଖରେ ଗ୍ରାମର ବିଭିନ୍ନ ସମସ୍ୟାକୁ ଉପସ୍ଥାପନା କରିଥିଲେ । ଅଭିଯୋଗ ଅନୁଯାୟୀ କୋଦଳା ଏନ୍ଏସି  ଅନ୍ତର୍ଗତ ଏକ ନମ୍ବର ୱାର୍ଡରେ ଏକ […]

ଓଡିଶା

ବକେୟା ପାଉଣା ଅପେକ୍ଷାରେ ଗାଁ ସାଥୀ । ବିଡିଓଙ୍କ ନିକଟରେ ଫେରାଦ ହେଲା ସଂଘ…

କୋଦଳା, ୨୯/୬ : ଦୀର୍ଘ ବର୍ଷର ବକେୟା ପାଉଣା ପାଇନାହାନ୍ତି ଗାଁ ସାଥୀ । ଏବେ ଏକ ବର୍ଷରୁ ଊର୍ଦ୍ଧ୍ବ ହେଲାଣି ପାଉଣା ସମ୍ପର୍କିତ ତଥ୍ୟ ଅନଲାଇନରେ ଏଣ୍ଟ୍ରି କରାଯାଉନାହଁ । ଫଳରେ ଦୀର୍ଘ ଅଢେଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିଜର ପାଉଣା ପାଇବାରୁ ବଞ୍ଚିତ ହୋଇଛନ୍ତି ଗାଁ ସାଥି । ବେଗୁନିଆପଡ଼ା ବ୍ଳକର ସମସ୍ତ ପଞ୍ଚାୟତ ଅନ୍ତର୍ଗତ ଗାଁ ସାଥୀ ମାନେ ଏଭଳି ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ସମସ୍ୟାକୁ ନେଇ ବ୍ଲକ […]

ଓଡିଶା

ସରକାର ବଦଳିଗଲା, ମାତ୍ର ପ୍ରଶାସନିକ ଅଧିକାରୀଙ୍କ ତାଉ ଯାଉନି…

କୋଦଳା, ୨୯/୬ : ଜଣେ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ମଧ୍ୟରେ ତୁ ତୁ ମେ ମେ । ଫୋନରେ ଅଶାଳୀନ ବ୍ୟବହାରରେ ବାର୍ତ୍ତାଳାପ ହେଉଥିବା ଅଡିଓ କଲ୍ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ହେଉଛି ଭାଇରଲ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲଦାର ଓ କୋଦଳା ବିଜେପି ନେତା ତଥା ଏନଏସି ଅଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଅଧ୍ୟକ୍ଷଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି ପ୍ରଶାସନିକ ଅଧିକାରିଣୀ ତଥା […]

ଓଡିଶା

ବିପର୍ଯ୍ୟସ୍ତ ଅବସ୍ଥାରେ କୋଦଳା ଏବଂ ବେଗୁନିଆପଡା ଚିକିତ୍ସା ସେବା, ଆବଶ୍ୟକ ୨୩ଡାକ୍ତର ଅଛନ୍ତି ମାତ୍ର ଦୁଇ ଡାକ୍ତର…

ଗଞ୍ଜାମ, ୧୬/୧ (ବାପୁନି କୁମାର ମାଲୁ) : ରାଜ୍ୟ ସରକାର ୫ଟି ଜରିଆରେ ବିଭିନ୍ନ ଚିକିତ୍ସାକେନ୍ଦ୍ରକୁ କୋଟି କୋଟି ଟଙ୍କା ଦେଇ ବହୁ ଉନ୍ନୟନ କାର୍ଯ୍ୟ କରୁଥିବା ବେଳେ ଜନସାଧାରଣଙ୍କ ରୋଗର ଚିକିତ୍ସା ପାଇଁ ଡାକ୍ତର ମରୁଡି ଦେଖା ଦେଇଛି । ଏହିପରି ଅବସ୍ଥାରେ ଡାକ୍ତର ନଥିବା ବେଳେ ସାମାନ୍ୟ ରୋଗରେ ପୀଡିତ ଦୁରଦୂରନ୍ତ ଚିକିତ୍ସାଳୟ କିମ୍ବା ବେସରକାରୀ ଚିକିତ୍ସା ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି […]

ଓଡିଶା

ନିର୍ବାଚନ ପୂର୍ବରୁ କୋଦଳାରେ ଶକ୍ତି ପ୍ରଦର୍ଶନ…

ଗଞ୍ଜାମ, ୨୫/୧୨ (ବାପୁନି କୁମାର ମାଲୁ) : ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଗଞ୍ଜାମ ଜିଲ୍ଲା କୋଦଳାଠାରେ ଏକ ବିଶାଳ ମହିଳା ସମାବେଶ ଦେଖିବାକୁ ମିଳିଛି । ପୂର୍ବତନ ଏନଏସି ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁଙ୍କ ନେତୃତ୍ୱରେ ହଜାର ହଜାର ମହିଳା ଏକାଠି ହୋଇ ଏକ ବିରାଟ ଶୋଭାଯାତ୍ରାରେ କୋଦଳା ପରିକ୍ରମା କରିବା ପରେ ଏକ ସମାବେଶ ଆୟୋଜିତ ହୋଇଥିଲା । ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ଅଧ୍ୟକ୍ଷ ତଥା କବିସୂର୍ଯ୍ୟନଗର ନିର୍ବାଚନ […]

ଓଡିଶା

କୋଦଳାରେ ବସ ମଳିକ ସଂଘର ବନ୍ଧୁମିଳନ…

କୋଦଳା, ୨୨/୧୧ (ବାପୁନି କୁମାର ମାଲୁ) : କୋଦଳାସ୍ଥିତ ଦଣ୍ଡିଶ୍ୱର ମନ୍ଦିର ପରିସରରେ ପୁରୁଷୋତମପୁର ମା କନକେଶ୍ୱରୀ ଘରୋଇ ବସ ମଳିକ ସଂଘ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ସନ୍ତୋଷ କୁମାର ପତିଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସିକା ବସ ମଳିକ ସଂଘ ସଭାପତି ସୂର୍ଯ୍ୟକାନ୍ତ ପରିଡା, କୋଦଳା ବସ ମାଲିକ ସଂଘ ସଭାପତି ଗୁଣ୍ଡିଚା ପରିଡା, ଆସିକା ମିନି ବସ ମାଲିକ ସଂଘ ସଭାପତି ମୁନା ମହାନ୍ତି, ବୁଗୁଡ଼ା ବସ […]

ଓଡିଶା

ବିଧାୟିକା ଲତିକାଙ୍କୁ କଡା ଟକ୍କର ଦେଉଛନ୍ତି ହରଙ୍କ ପତ୍ନୀ ଏବଂ କନ୍ୟା

କୋଦଳା, ୧୭/୧୧ (ବାପୁନି କୁମାର ମାଲୁ) : ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବିଭିନ୍ନ ସମାବେଶ ମାଧ୍ୟମରେ ଲୋକଙ୍କ ନିକଟତର ହେଉଛନ୍ତି ଆଶାୟୀ ପ୍ରାର୍ଥୀ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେଡିରୁ ବିଧାୟକ ପାର୍ଥô ପାଇଁ ରେସରେ ଥିବା କୋଦଳା ପୂର୍ବତନ ନଗରପାଳ ହରପ୍ରସାଦ ସାହୁ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ରାଜ୍ୟ ସରକାର ମହିଳାଙ୍କୁ ଗୁରୁତ୍ୱ ଦେଇଥିବାରୁ ମହିଳା ସମାବେଶମାନ କରି ସଂଗଠିତ ହେବାକୁ ଆହ୍ୱାନ ଦେଉଛନ୍ତି ହରଙ୍କ ପରିବାର ଲୋକ । ଗତ […]

ଓଡିଶା

ସିପିଆଇର ହିତାଧିକାରୀ ଆଇନ…

ବେଗୁନିଆପଡା : ଆବାସଗୃହ ନିର୍ମାଣ ପାଇଁ ସରକାର ଯେତିକି ଅର୍ଥ ମଞ୍ଜୁର କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ଘର ନିର୍ମାଣ ତ ଦୂରର କଥା କଞ୍ଚାମାଲ କିଣାରେ ସରିଯାଉଛି ସରକାରୀ ଅର୍ଥ । ବାସହୀନ ଲୋକଙ୍କୁ ଆବାସ ଯୋଜନାରେ ଗୃହ ଯୋଗେଇଦାବା ଲାଗି ସରକାର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ମାତ୍ର କୋଦଳା ତହସିଲ ଅଂଚଳରେ ଆବଶ୍ୟକ କଞ୍ଚା ମାଲ ଯଥା ବାଲି, ମାଟି, ପଥର ଓ ଇଟାର ଘୋର ଅଭାବ ଦେଖିବାକୁ ମିଳୁଛି । […]

ଓଡିଶା

ଫାଟିଗଲା ବୋମା, ଚାଲିଗଲା ଜଣଙ୍କ ଜୀବନ…

ବେଗୁନିଆପଡା : ଘରେ ତିଆରି ଚାଲିଥିଲା ବୋମା । ଆଉ ବୋମା ବିସ୍ଫୋରଣରେ ଚାଲିଗଲା ଜଣଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଗୁନିଆପଡାରେ । ମୃତକ ଜଣକ ହେଲେ ବେଗୁନିଆପଡା ଜଗତା ସାହିର ଜିତୁ ପ୍ରଧାନ । ସୂଚନା ଅନୁସାରେ, ଜିତୁ ଏକ ଘର ବୋମା ତିଆରି କରିବା ସମୟରେ ବୋମାଟି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ସମୟରେ ସେହି ଘରେ ନିର୍ମିତ ହୋଇଥିବା ଅନ୍ୟ ବୋମାଗୁଡିକରେ ନିଆଁ ଲାଗି ତାହା […]

ଓଡିଶା

ହର ସାହୁଙ୍କ ରଣହୁଙ୍କାରରେ ଗର୍ଜିଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ…

କୋଦଳା : କେଦଳାରେ ସଂଗଠିତ ହେଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ତିନି ହଜାରରୁ ଉର୍ଦ୍ଧ୍ବ ଯୁବକ । କବିସୂର୍ଯ୍ୟନଗର ଯୁବ ସଂଗଠନର ସଭାପତି ରଂଜିତା ସାହୁଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଯୁବ ସଂଗଠନ ଏକ ବିଶାଳ ରାଲିରେ ପ୍ରଥମେ କୋଦଳା ସ୍ଥିତ ବାବା ଦାଣ୍ଡେଶ୍ୱରଙ୍କ ପୀଠରୁ ବାହାରି କୋଦଳା ପରିକ୍ରମା କରିବା ସହିତ କୋଦଳା ସ୍ଥିତ ଗେଷ୍ଟ ହାଉସରେ ପହଞ୍ଚିଥିଲେ । ସେଠାରେ ଏକ ବିଶାଳ ସମାବେଶ ଆୟୋଜିତ ହୋଇଥିଲା […]