ଓଡିଶା

ଜନମାନ୍ୟତା ଉଦ୍ଘାଟନ ସମାରୋହରେ ରଶ୍ମିରେଖା ଶୁଭାଶିନୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୨୬/୧୧ (ନି.ପ୍ର.) : ଭୁବନେଶ୍ୱରର କଳିଙ୍ଗ ବିହାରରେ ଜନମାନ୍ୟତା ଅର୍ଗାନାଈଜ୍ ତରଫରୁ ଉଦ୍ଘାଟନ ସମାରୋହ ଆୟୋଜିତ ହେଇଯାଇଛି । ଏହି ସମାରୋହରେ ଜନମାନ୍ୟତା ଅର୍ଗାନାଇଜର ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ ଉପସ୍ଥିତ ରହି ଏହାକୁୁ ସୂଚାରୁରୂପେ ତୁଲେଇଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ରଶ୍ମି ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ସଦସ୍ୟାମାନଙ୍କ ନିଷ୍ଠାପର ଭାବେ ସମାଜସେବାରେ ଅନୁପ୍ରାଣିତ ହେଇ ଜନମାନ୍ୟତା ଅର୍ଗାନାଇଜର ପ୍ରତଷ୍ଠାତା ଶ୍ରୀମତୀ ଶୁଭଲଶ୍ମି ରାଉତ ଏବଂ ସଂଗଠନର ସମସ୍ତ କର୍ମକର୍ତାଙ୍କ ଉପସ୍ଥିତରେ ଶ୍ରୀମତୀ ରଶ୍ମିରେଖା […]

ଓଡିଶା

ଆରମ୍ଭ ହେଲା ଚିତ୍ରକଳା ଉତ୍ସବ ‘କାନ୍‌ଭାସ୍‌ରେ ଭିତରକନିକା’…

କେନ୍ଦ୍ରାପଡ଼ା, ୧୯/୧୧ : ଭିତରକନିକା ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଏକ ଚିତ୍ରକଳା ଉତ୍ସବ ‘କାନ୍‌ଭାସ୍‌ରେ ଭିତରକନିକା’ ଆରମ୍ଭ ହୋଇଯାଇଛି । ଏହା ଦୁଇ ଦିନ ଧରି ଚାଲିବ । କେନ୍ଦ୍ରପଡ଼ା ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଭିତରକନିକା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଉଦ୍‌ଘାଟନ କରିଥିଲେ । ଭିତରକନିକାର ପର୍ଯ୍ୟଟନ ସମ୍ଭାର, ପ୍ରାକୃତିକ ସୌନ୍ଦର୍ଯ୍ୟ, ପ୍ରକୃତି-ମଣିଷ ସହାବସ୍ଥାନ ଓ ପ୍ରକୃତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ସହାୟକ […]

ଓଡିଶା

ଜଳବାୟୁ ପରିବର୍ତ୍ତନର ଭାରତର ପ୍ରଥମ ଥଇଥାନ କଲୋନୀରେ ପରିଣତ ହୋଇଛି କେନ୍ଦ୍ରାପଡାର ବଗପାଟିଆ ଆଦର୍ଶ କଲୋନୀ…

କେନ୍ଦ୍ରାପଡ଼ା : ସାତଭାୟା ଥଇଥାନ କଲୋନୀ ବଗପାଟିଆକୁ ଆଦର୍ଶ କଲୋନୀ ରୁପେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲି ଦେଇଛନ୍ତି ବିକାଶର ପେଡ଼ି । ଥଇଥାନ ହୋଇଥିବା ୫୭୧ ପରିବାର ଯେମିତି ମୌଳିକ ଅଧିକାରରୁ ବଞ୍ଚିତ ନହେବେ ସେ ନେଇ ସରକାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଥଇଥାନ ହୋଇଥିବା ସମସ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ପ୍ରୋତ୍ସାହନ ସହାୟତା ରାଶି ଯୋଗାଇ ଦିଆଯାଇଛି । ଅଧାପନ୍ତରିଆ ଘରକୁ ପୂର୍ଣ୍ଣାଙ୍ଗ କରିବାକୁ […]

ଓଡିଶା

୧୧ ଦିନ ପାଇଁ ବନ୍ଦ ରହିବ ବଉଳା କୁମ୍ଭୀରମାନଙ୍କର ଏନ୍ତୁଡିଶାଳ

କେନ୍ଦ୍ରାପଡା: ଆସନ୍ତା ଜାନୁଆରୀ ୪ରୁ ୧୪ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀର ଗଣନା ଆରମ୍ଭ ହେବ । ଏଣୁ ପର୍ଯ୍ୟଟକଙ୍କ ନିମନ୍ତେ ୧୧ ଦିନ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ  । ସୂଚନା ଅନୁସାରେ, ଜାନୁଆରୀ ୨୦୨୨ ଗଣନା ଅନୁସାରେ ଭିତରକନିକାରେ ୧୭୮୪ଟି ବଉଳା  କୁମ୍ଭୀର ଅଛନ୍ତି । ଚଳିତ […]

ଓଡିଶା ଟ୍ରେଣ୍ଟିଂ

ଓଡିଶାରେ ସ୍ଥଳଭାବ ଛୁଇଁବନି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ । ବାତ୍ୟା ପ୍ରସ୍ତୁତି ପାଇଁ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଓଡ଼ିଶାରେ ସ୍ଥଳଭାବ ଛୁଇଁବନି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ । ଏ ନେଇ ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ଗତି କରିବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରି ବାତ୍ୟା ପଶ୍ଚିମବଙ୍ଗ- ବାଂଲାଦେଶ ଆଡକୁ ମୁହାଁଇବ । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପଶ୍ଚିମ […]

ଓଡିଶା

ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ଶକ୍ତି ପ୍ରଦର୍ଶନ, ଶଙ୍ଖ ଛାଡି ହାତ ଧରିଲେ ବହୁ ନେତା

ଆଗାମୀ ୨୦୨୨ ନିର୍ବାଚନ ପାଇଁ ଏହା ହେଉଛି ଟ୍ରେଲର । ଆଗକୁ ଫିଲ୍ମ ହେବ । ରାଜନଗରରେ କଂଗ୍ରେସ ନିଜର ସ୍ଥିତି ଜାହିର କରିବ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ୩୦ନଂ ଜୋନ ସ୍ତରୀୟ ମିଶ୍ରଣ ପର୍ବରେ କଂଗ୍ରେସ ନେତା ସହଦେବ ସାହୁ ଏଭଳି କିଛି ଉକ୍ତି କହିଛନ୍ତି । ୩୦ନଂ ଜୋନରେ ରୋଡ ସୋ’ ମାଧ୍ୟମରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିଛି । ଦାଣ୍ଡିସ୍ଥିତ ହନୁମାନ ମନ୍ଦିରରୁ ଏକ […]