ଓଡିଶା

କଂଗ୍ରେସ ଦଳର ବନ୍ଧୁମିଳନ ଏବଂ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ…

କନ୍ଧମାଳ, ୬/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ୍ ଏବଂ ଚକାପାଦ ବ୍ଲକ୍ କଂଗ୍ରେସ ଦଳ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବେହେରାଗାଁ ଗ୍ରାମପଂଚାୟତର ଆନନ୍ଦନଗରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଇଥିଲେ ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତି ପ୍ରଧାନ । ସେହିପରି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, […]

ଓଡିଶା

କନ୍ଧମାଳରେ ଉଦଘାଟିତ ହେଲା ପଲ୍ଲୀଶ୍ରୀ ମେଳା ଓ କନ୍ଧମାଳ ମହୋତ୍ସବ ସାଂସ୍କୃତିକ ଶୋଭାଯାତ୍ରା…

କନ୍ଧମାଳ, ୬/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି ପଲ୍ଲୀଶ୍ରୀ ମେଳା ଓ କନ୍ଧମାଳ ମହୋତ୍ସବ ସାଂସ୍କୃତିକ ଶୋଭାଯାତ୍ରା । ଏହି ଅବସରରେ ଅତିଥିଗଣ ପ୍ରଥମେ ନାରାୟଣୀ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ମନ୍ଦିରେ ଦର୍ଶନ ଏବଂ ପୂଜାପାଠ କରି ଏକ ବିରାଟ ପଟୁଆରରେ ବାଜା ବାଦ୍ୟର ପ୍ରକମ୍ପିତ ଧୁନୀରେ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତ୍ୟେକ ସନ୍ଧ୍ୟାରେ […]

ଓଡିଶା

ଖାଉଟି ଉପଭୋକ୍ତାଙ୍କୁ ଲୁଟୁଛନ୍ତି ସରକାରୀ ଅଧିକାରୀ, ଜିଲ୍ଲାପାଳଙ୍କ ପଦକ୍ଷେପକୁ ଅପେକ୍ଷା..

କନ୍ଧମାଳ, ୪/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିପଡ଼ା ଲ୍ୟାମ୍ପସେସ୍ ଦୁତିମେଣ୍ଡି ବିକ୍ରୟ କେନ୍ଦ୍ରରେ ଆରମ୍ଭ ହୋଇଛି ଲାଂଚଖିଆ ମିଶନ । ଫୁଲବାଣୀର ପୂର୍ବତନ ଉପ ଜିଲ୍ଲାପାଳ ଏବଂ ଖଜୁରୀପଡ଼ା ଖାଦ୍ୟଯୋଗାଣ ନିରିକ୍ଷକ ଅଧିକାରିଣୀ ଭାର୍ଗବୀ ମ୍ୟାଡମ୍ ଓ (ACSO) ପ୍ରାଣୀଗ୍ରାହୀଙ୍କୁ ଦୁତିମେଣ୍ଡି ପିଡିଏସ୍ର ବିକ୍ରେତା ଲାଂଚ ନ ଦେବାରୁ ଏହି ତିନି କର୍ମଚାରିଙ୍କର ଲାଂଚଖିଆ ପ୍ରଣାଳୀ ଏବଂ ଖାଉଟି ଉପଭୋକ୍ତା ମାନଙ୍କ ନିମନ୍ତେ ଆସୁଥିବା ସରକାରଙ୍କ ପିଡିଏସ୍ ଟଙ୍କା ଲୁଟିବା […]

ଓଡିଶା କଳା ସଂସ୍କୃତି

ଫୁଲବାଣୀରେ ଦୁଇଦିନିଆ ସାଂସ୍କୃତିକ ଜନଜାତି ମହୋତ୍ସବ ଉଦଯାପିତ…

କନ୍ଧମାଳ, ୪/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଫୁଲବାଣୀ ବ୍ଲକ ନିକଟସ୍ଥ କରୋନେସନ ପଡ଼ିଆରେ ଦୁଇଦିନିଆଁ ବ୍ଲକ୍ ସ୍ତରୀୟ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେବା ସହ କନ୍ଧମାଳ ଜିଲ୍ଲାରେ ଆଦିବାସୀ ସାଂସ୍କୃତିକ ପରମ୍ପରା ବଜାୟ ରଖି କଳାକାରଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ପ୍ରତ୍ୟେକ ବ୍ଲକରେ ଏହି […]

ଓଡିଶା

ନୂଆବର୍ଷରେ ୪ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଉପହାର

କନ୍ଧମାଳ, ୪/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଅଧିନସ୍ଥ ୪ ଜଣ ଦୃଷ୍ଟିବାଧିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଲାପଟପ୍ ଅନୁମଦିତ ହେଇଥିଲା । ଉକ୍ତ ଲାପଟପକୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପଟେଲଙ୍କ ଦ୍ୱାରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବଳରାମ ସେଠିଙ୍କ ଉପସ୍ଥିତିରେ ଏହାକୁ ବିତରଣ କରାଯାଇଛି । ଏହି ଅବସରରେ ଟୁଇଁଙ୍କିଲ୍ କହଁର, କରନସିଂ ଦିଗାଲ, କାଁହୁଚରଣ ସାହୁ ଏବଂ […]

ଓଡିଶା

ଖଜୁରୀପଡ଼ାରେ ପାଳିତ ହେଲା ଜନଜାତି ଉତ୍ସବ…

କନ୍ଧମାଳ, ୨୬/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ହୋଇଯାଇଛି ଜନଜାତି ଉତ୍ସବ । ଏହି ଅବସରରେ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଏବଂ ଖଜୁରୀପଡ଼ା ବ୍ଲକର ଅଧ୍ୟକ୍ଷା ଅନିମା କହଁର, ପୂର୍ବତନ ଚେୟାରମ୍ୟାନ ବିରେନ୍ଦ୍ର କହଁର, ଖଜୁରୀପଡ଼ା ବ୍ଲକର (BSSO) ଅଧିକାରୀ ମନଜ କୁମାର ସାହୁ ଓ ବ୍ଲକ୍ ଷ୍ଟାପ୍ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକସ୍ତରୀୟ ଦୁଇଦିନିଆ ଆଦିବାସୀ ସଂସ୍କୃତି ପରମ୍ପରାରେ ବିପୁଳ ସଂଖ୍ୟାରେ ଆଦିବାସୀ […]

ଓଡିଶା

ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଲା ବଡ଼ଦିନ ପର୍ବ…

କନ୍ଧମାଳ, ୨୬/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଟିକାବାଲି, ରାଇକିଆ, ଘୁ ଉଦୟଗିରି, କୋଟଗଡ଼, ଦାରିଙ୍ଗିବାଡ଼ି, ତୁମ୍ବୁଡ଼ିବନ୍ଧ, ଖଜୁରୀପଡ଼ା, ଫୁଲବାଣୀ, ଫିରିଙ୍ଗିଆ, ଚକାପାଦ ଓ ବାଲିଗୁଡ଼ା ସମେତ ଜିଲ୍ଲାର ସମଗ୍ର ଅଞ୍ଚଳରେ ଅତି ଆନନ୍ଦ ଉଲ୍ଲାସର ସହ ବଡ଼ଦିନ ଖ୍ରୀଷ୍ଟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସେହିପରି ଟିକାବାଲି ବ୍ଲକରେ ଥିବା ଡୁଟୁକାଗାଁ ଚର୍ଚରେ ବଡ଼ଦିନ ପର୍ବ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ […]

ଓଡିଶା

୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବସ ହେଳ୍ପରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀଙ୍କ ରାସ୍ତାରୋକ…

କନ୍ଧମାଳ, ୨୧/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଲାବୃଡି ଗ୍ରାମ ପଞ୍ଚାୟତ କେରେଙ୍ଗେଲି ଛକ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ ଘରୋଇ ବସରୁ ଜିନିଷ ପତ୍ର କାଢ଼ିବାକୁ ଯାଇ ୧୧କଭି ବିଦ୍ୟୁତ ସଂସ୍ପର୍ଶରେ ଆସିଲେ କାର୍ଯ୍ୟରତ ହେଲ୍ପର । ସୂଚନା ଅନୁସାରେ, ହେଲ୍ପର ଜଣକ ବସ ଉପରେ କିଛି ସାମାନ କାଡିବାକୁ ବସର ଉପରସିଡ଼ି ଯୋଗେ ଓହ୍ଲାଉଥିବା ସମୟରେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଥିବା […]

ଓଡିଶା

ଟିକାବାଲିର ପାଣିଙ୍ଗିଆରେ ଚତୁର୍ଥ ପ୍ରାକ-ବଡ଼ଦିନ ମହୋତ୍ସବ ଅନୁଷ୍ଠିତ…

କନ୍ଧମାଳ, ୨୧/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ୍ ଏବଂ ଚକାପାଦ ବ୍ଲକ୍ ମିଳିତ ଖ୍ରୀଷ୍ଟିୟାନ ସମାଜ ଦ୍ୱାରା ଚତୁର୍ଥ ପ୍ରାକ-ବଡଦିନ ଆନନ୍ଦ ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଟିକାବାଲି ବ୍ଲକ ଏବଂ ଚକାପାଦ ବ୍ଲକ ଆଂଚଳିକ ଖ୍ରୀଷ୍ଟିୟାନ ସମାଜର ସଭାପତି ଅବସରପ୍ରାପ୍ତ ସେନାଧିକାରୀ ରମେଶ ଦିଗାଲଙ୍କ ଅଧ୍ୟକ୍ଷତାରେ ଟିକାବାଲିର ପାଣିଙ୍ଗିଆ ବିଶ୍ୱବାଣି ଚର୍ଚ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର […]

ଓଡିଶା

ନୂଆ ଓଡ଼ିଶା ନବୀନ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ, ୧୩/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍.ସି.ଏସ୍ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଟିକାବାଲି ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କଂହର ଯୋଗଦେଇ ନୂଆ ଓଡିଶା, ନବୀନ ଓଡିଶାର ସ୍ୱପ୍ନକୁ ସମସ୍ତେ ସାକାର କରିବା ବୋଲି ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଟିକାବାଲି ଥାନା ସବ୍ ଇନସ୍ପେକ୍ଟର ଶ୍ରୀ ସଞ୍ଜୟ କୁମାର ସ୍ୱାଇଁ, ସମିତି ସଭ୍ୟ […]