ଓଡିଶା

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…

ଗଜପତି, ୨୯/୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଓଡ଼ିଶା ସାମ୍ବାଦିକ ସଙ୍ଘ ଗଜପତି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜଣେ ମହିଳା ଖବରଦାତା ନିଜ ଦାୟିତ୍ୱ ସମ୍ପନ୍ନ କରିବା ବେଳେ ଖବରଦାତାଙ୍କ ଉପରକୁ  କୁକୁର ଛାଡି ଆକ୍ରମଣ କରିଥିବା ଘଟଣାକୁ ଓଡ଼ିଶା ସାମ୍ବାଦିକ ସଙ୍ଘ ଗଜପତି ଶାଖା ତୀବ୍ର ନିନ୍ଦା କରିଛି । ଏହାସହ ଖବରଦାତାଙ୍କ ସୁରକ୍ଷା ପାଇଁ […]

ଓଡିଶା

ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ବାର୍ଷିକ ଉତ୍ସବରେ ପୁରୁଣା ଦାବି ଦୋହରାଇଲେ ସାମ୍ବାଦିକ…

ମାହାଙ୍ଗା, ୧୨/୨୪ (ଅଭୟ ଜେନା) : ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ‘ଏସ ୟୁ ଜେ’ ରାଜ୍ୟ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ସାମ୍ବାଦିକ ମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରି ସମାଜର ହିତ ଦୃଷ୍ଟିରୁ […]

ଓଡିଶା

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଦୃଢ ପ୍ରତିବାଦ…

ମାହାଙ୍ଗା, ୧୨/୨୪ (ଅଭୟ ଜେନା) : ଜଣେ ଯୁବ ସାମ୍ବାଦିକଙ୍କୁ ରାସ୍ତା ମଝିରେ ଖଣ୍ଡା ଓ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ ଘଟଣାରେ ସ୍ଥାନୀୟ ପୋଲିସ ନିରବଦ୍ରଷ୍ଟା ସାଜିବାରୁ ଏହାକୁ ସବୁ ମହଲରୁ ଦୃଢ଼ ନିନ୍ଦା କରାଯିବା ସହ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଭୁବନେଶ୍ୱରରେ କାର୍ଯ୍ୟରତ ବଡ଼ ଖବର ଚ୍ୟାନେଲର ସାମ୍ବାଦିକ ଜ୍ୟୋତି ରଞ୍ଜନ ମହାପାତ୍ର ତାଙ୍କ ଡ୍ୟୁଟି ସାରି ଅଫିସରୁ […]

ଓଡିଶା

ସାଲେପୁରରେ କଟକ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ…

ସାଲେପୁର, ୨୧/୧ (ଅଭୟ ଜେନା) : କଟକ ଜିଲ୍ଲା ସାଲେପୁର ସ୍ଥିତ ସତ୍ୟଲକ୍ଷ୍ମୀ ମଣ୍ଡପରେ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଏସ ୟୁ ଜେ ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ କହିଲେ ଯେ, ସାମ୍ବାଦିକ ମାନେ ସର୍ବଦା ଉତ୍ସର୍ଗୀକୃତ ଭାବେ ଜନ ସାଧାରଣଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ […]

ଓଡିଶା

ପାରଳାଖେମୁଣ୍ଡିରେ ଜିଲ୍ଲାସ୍ତରୀୟ ଜାତୀୟ ସାମ୍ବାଦିକ ଦିବସ ପାଳିତ…

ଗଜପତି, ୧୭/୧୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ପାରଳଖେମୁଣ୍ଡି ସଦର ମହକୁମାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଗଜପତି ଜିଲ୍ଲାର ସାମ୍ବାଦିକ ଗଣ ଜିଲ୍ଲାର ଅପହଂଚ ଅଂଚଳର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଖବର ସଂଗ୍ରହ […]

ଓଡିଶା

ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ଅଭୟ ଜେନା…

କଟକ: ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ଅଭୟ ଜେନା । ସେ ସାଲେପୁର ଅଭିମୁଖେ ବାଇକ ଯୋଗେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ସାଲେପୁରରେ ଚିକିତ୍ସାଧୀନ ଅଛନ୍ତି । ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ବନ୍ଧୁ ଏବଂ ଶୁଭେଛୁ ଶ୍ରୀ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସାମ୍ବାଦିକ ଅଭୟ […]

ଓଡିଶା

ବର୍ଷିଆନ ସାମ୍ବାଦିକ ବୈଦନାଥ ପରିଡାଙ୍କ ପରଲୋକ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ବର୍ଷିଆନ ସାମ୍ବାଦିକ ବୈଦନାଥ ପରିଡାଙ୍କ ୯୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ସ୍ବର୍ଗତ ଶ୍ରୀ ପରିଡା ଦୀର୍ଘଦିନ ଧରି ସମ୍ବାଦପତ୍ର ସହିତ ଜଡିତ ରହି ବହୁ ଗଠନମୂଳକ ସମ୍ବାଦ ପରିବେଷଣ କରି ସମାଜର ଉନ୍ନତିରେ ସହାୟକ ହୋଇଥିଲେ । ସେ ଜଣେ ଦକ୍ଷ ଏବଂ ଆଗଧାଡ଼ିର ସମ୍ବାଦିକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଂଚଳ ସହିତ […]

ଓଡିଶା

NASSର ସାଧାରଣ ବୈଠକ ଅନୁଷ୍ଠିତ…

ନୂଆପଡା : ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ (ନାସ)ର ସାଧାରଣ ବୈଠକ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସଙ୍କ ଅଧ୍ୟକ୍ଷତାରେ ଖଡ଼ିଆଳ ବୁଦ୍ଧିଆଡଙ୍ଗର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଖଡ଼ିଆଳ, ବୋଡେନ, ସିନାପାଲି, କୋମନା, ନୂଆପଡା ଅଞ୍ଚଳର ବରିଷ୍ଠ ସାମ୍ବାଦିକ/ସାମ୍ବାଦିକା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ନୂଆପଡା ଜିଲ୍ଲାର ସାମାଜିକ ସମସ୍ୟା ଏବଂ ତାହାର ସମାଧାନ କରିବା ସହ ନିଃସହାୟ ଗରିବ ମଜଦୁର ଚାଷୀ ମୁଲିଆ ଖଟିଖିଆଙ୍କୁ ନ୍ୟାୟ ପ୍ରଦାନ […]

ଓଡିଶା

କଟକ ଜିଲ୍ଲା ସାମ୍ବାଦିକ ସଙ୍ଘର ସାଧାରଣ ବୈଠକ ଓ ଆଲୋଚନା ଚକ୍ର

କଟକ: ଏସ୍.ୟୁ.ଜେ ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘର ସାଧାରଣ ପରିଷଦ ବୈଠକ ଫୁଲ ନଖରା କୁରାଙ୍ଗ ଶାସନ ସ୍ଥିତ ହୋଟେଲ ଆମରପାଲି ରେସଟ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଙ୍ଘ ସଭାପତି ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସାମ୍ବାଦିକ ସଙ୍ଘ ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟରେ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଙ୍ଘ ଗୁରୁତ୍ୱ ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ […]

ଓଡିଶା

ସାମ୍ବାଦିକ ରତ୍ନାକର ବାରିକଙ୍କୁ ଆକ୍ରମଣ ଘଟଣାରେ ନିରପେକ୍ଷ ତଦନ୍ତ ଦାବିରେ ନେମାଳ ଥାନା ଘେରାଉ

କଟକ ଜିଲ୍ଲା ନେମାଳ ଥାନା ପୋଲିସ ଓ ବାଲି ମାଫିଆଙ୍କ ଅସାଧୁ ମେଣ୍ଟ ଯୋଗୁଁ ଜଣେ ବରିଷ୍ଠ ସାମ୍ବାଦିକ ମରଣାନ୍ତକ ଆକ୍ରମଣର ଶିକାର ହେଲେ । ଆହତ ସାମ୍ବାଦିକ ରତ୍ନାକର ବାରିକଙ୍କୁ କଟକ ଏସସିବିରେ ଭର୍ତ୍ତି ହେବାକୁ ପଡିଲା । ତେବେ ମୁଖ୍ୟ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଇନି ଏବଂ ପୀଡ଼ିତଙ୍କ ବିରୁଦ୍ଧରେ ପୋଲିସର ମିଥ୍ୟା ମାମଲା ରୁଜୁ ଘଟଣାକୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।  ଶତାଧିକ ସାମ୍ବାଦିକ ଆଜି ଅଚ୍ୟୁତାନନ୍ଦଙ୍କ ପବିତ୍ର […]