ବିଶିଷ୍ଟ ନାଟ୍ୟକାର ଇଂ କିଶୋର ଚନ୍ଦ୍ର ମହାପାତ୍ରଙ୍କ ବିୟୋଗ ଯାତ୍ରାଜଗତ ପାଇଁ ଅପୂରଣୀୟ କ୍ଷତି
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଗ୍ରାମର ବିଶିଷ୍ଟ ନାଟ୍ୟକାର ସ୍ବର୍ଗତ ଇଂ କିଶୋର ଚନ୍ଦ୍ର ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକ, ଚଳଚ୍ଚିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ସତ୍ୟବ୍ରତ ମହାପାତ୍ର, ହିମାଂଶୁ ଆଚାର୍ଯ୍ୟଙ୍କ ସହ ବହୁ ଯାତ୍ରା କଳାକାର, ବୁଦ୍ଧିଜୀବୀ, ସମାଜସେବୀ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହିଥିଲେ […]