ଓଡିଶା

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଡେମୋ ଦେଖାଇଲା ଅଗ୍ନିଶମ ବାହିନୀ…

ଜଟଣୀ : ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ମୁକାବିଲା କରିବା, ବିପର୍ଯ୍ୟୟ ପୂର୍ବରୁ ଏବଂ ବିପର୍ଯ୍ୟୟ ପରେ କଣ ସବୁ ପଦକ୍ଷେପ ଗ୍ରହଣ କରିବା ସହ ନିଜେ କିପରି ସଚେତନ ରହି ଅନ୍ୟମାନଙ୍କୁ ସଚେତନତା କରିବା ଏ ନେଇ ଜଟଣୀ ପୌରପରିଷଦ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ ଅଧିକାରୀ ବିସ୍ତୃତ ଭାବେ ଲୋକମାନଙ୍କ […]

ଓଡିଶା

ଜଟଣୀ ପ୍ରଶାସନ ଏବଂ ବାଲି ମାଫିଆଙ୍କ ମଧ୍ୟରେ ରହିଛି ମଧୁଚନ୍ଦ୍ରିକା !

ଜଟଣୀ : ଲୁଚିଛି ନା ଗୋଡ ଦିଟା ଦିଶୁଛି । ଦିବା ଆଲୋକରେ ବାଲି ବେପାର, ଆଉ ରାତିରେ ତାକୁ ସଫା କର । ବାଣିଜି୍ୟକ ପେଣ୍ଠସ୍ଥଳ ଭାବେ ଜଟଣୀ ସହର ବେଶ୍ ପରିଚିତ । ହେଲେ ଏବେ ଜଟଣୀ ସହର ମାଫିଆ ସହର ଭାବରେ ଖ୍ୟାତି ଅର୍ଜନ କରିଛି । ଆଉ ଏହି ଖ୍ୟାତି ପ୍ରଦାନ କରିବାରେ ସବୁଠାରୁ ବଡ ହାତ ଜଟଣୀ ପ୍ରଶାସନର ରହିଛି । ଦିନବେଳେ ଜଟଣୀ ସହର ଭିତରେ ବଡ ବଡ […]

ଓଡିଶା

ଜଟଣୀରେ ଉଦଘାଟିତ ହେଲା ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ…

ଜଟଣୀ : ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୦ନମ୍ବର ୱାର୍ଡରେ ୧କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟ ବରାଦରେ ନିର୍ମିତ ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗ ଭଉଣୀଙ୍କ ହାତରେ ଉଦ୍ଘାଟିତ ହୋଇଯାଇଛି । ଏହି ପାର୍କରେ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯାଇଛି I ଉଦ୍ଘାଟନୀ ଉତ୍ସବରେ ଜଟଣୀ ପୌରାଧକ୍ଷ, ପୌରନିର୍ବାହୀ ଅଧିକାରୀ, ଜଟଣୀ ବ୍ଲକ୍ ବିଡ଼ିଓଙ୍କ ସମେତ ଅନ୍ୟାନ୍ୟ କାଉନସିଲର ପ୍ରମୁଖ ଯୋଗ ଦେଇଥିଲେ । ଏହି […]

ଓଡିଶା

ଜଟଣୀ ବାର୍ ଆସୋସିଏସନ୍ ପକ୍ଷରୁ କୋର୍ଟର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ

ଜଟଣୀ : ଜଟଣୀରେ ସ୍ଥାପିତ ହୋଇଥିବା କନିଷ୍ଠ ଦେୱାନୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ ଜଟଣୀ ବାର୍ ଆସୋସିଏସନ୍ ପକ୍ଷରୁ ସ୍ଥାପନା ଦିବସ ମହାଡମ୍ବର ସହକାରେ ପାଳିତ ହୋଇଯାଇଛି l ବାର୍ ଆସୋସିଏସନର ସଭାପତି ଆଇନଜୀବୀ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଭାଇସ ଚାନ୍ସେଲର ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ, ସମ୍ମାନିତ ଅତିଥି ଭାବେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଭାଇସ୍ […]

ଓଡିଶା

କୃଷ୍ଣ ପ୍ରେମରେ ବିମୋହିତ ହୋଇ ନାଚିଲେ ସୁରଙ୍କ ପୁଅ…

ଜଟଣୀ : ଜଟଣୀର ବିଭିନ୍ନ ସ୍ଥାନରେ ମହାଡମ୍ବରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି l ଜଟଣୀର ପୁରାତନ ମନ୍ଦିର ଗୋପୀନାଥଙ୍କ ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଉତ୍ସବ ଧୁମଧାମର ସହ ପାଳିତ ହୋଇଛି । ଏହି ଅବସରରେ ସକାଳୁ ବହୁଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ଆଳତୀ ପରେ ଓଡିଶାର ପ୍ରସିଦ୍ଧ ଭଜନ ଗାୟକଙ୍କଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ସେହିଭଳି କୋଲକାତାରୁ ଆସିଥବା ପ୍ରସିଦ୍ଧ ହିନ୍ଦୀ ଭଜନ ଗାୟକଙ୍କ ଦ୍ୱାରା ରାତି ୧୨ […]

ଓଡିଶା ଟ୍ରେଣ୍ଟିଂ

ଅରୁଆ ଚାଉଳରେ ତିଆରି ଜଗନ୍ନାଥ ମହାପ୍ରଭୁଙ୍କ ରାକ୍ଷୀ ମନ ଜିଣୁଛି ।

ଜଟଣୀ : ସୂତା ଖିଅର ବନ୍ଧନର ପର୍ବ ଆସୁଛି । ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା I ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଭଉଣୀର ଅନାବିଳ ପ୍ରେମର ଭାବନା ଦେଖିବାକୁ ମିଳିବ । ଏହାରି ଭିତରେ ରାକ୍ଷୀ ବଜାରରେ ଦେଖିବାକୁ ମିଳୁଛି ଖଚାଖଚ ଭିଡ । ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ରାକ୍ଷୀ କିଣିବାରେ ବ୍ୟସ୍ତ । ଯେହେତୁ ଜଟଣୀ ସହର ହେଉଛି ଏକ ବାଣିଜ୍ୟିକ ପେଣ୍ଠସ୍ଥଳୀ […]

ଓଡିଶା

ଜଟଣୀ ନଗର ଓ ବ୍ଲକ କଂଗ୍ରେସ କମିଟି ତରଫରୁ ଜଟଣୀ ବ୍ଲକ ଘେରାଉ

ଜଟଣୀ : ରାଜ୍ୟ କଂଗ୍ରେସର ଆହ୍ବାନକ୍ରମେ ଆଜି ରାଜ୍ୟର ସମସ୍ତ ୩୧୪ ବ୍ଲକରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ଆଦି ସମସ୍ୟାକୁ ନେଇ ବ୍ଲକ ଘେରାଉ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଟଣୀ ନଗର ଓ ବ୍ଲକ କଂଗ୍ରେସ କମିଟି ତରଫରୁ ଜଟଣୀ ବ୍ଲକ ଘେରାଉ କରାଯାଇଥିଲା । ଏଥିରେ ଜଟଣୀ ବିଧାୟକ […]

ଓଡିଶା

ଶ୍ରମିକ କଂଗ୍ରେସର ତିନୋଟି ଶାଖା କର୍ମକର୍ତ୍ତା ନିର୍ବାଚିତ…

ଜଟଣୀ : ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ବିଜେବି ଇନଷ୍ଟିଚ୍ୟୁଟରେ ଶ୍ରମିକ କଂଗ୍ରେସର ତିନୋଟି ଶାଖାର ଦୁଇ ବାର୍ଷିକ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି । ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରତ୍ୟେକ ବ୍ରାଞ୍ଚର ସମ୍ପାଦକମାନେ ନିଜ ଦୁଇ ବର୍ଷର କାର୍ଯ୍ୟକାଳ ଉପଲବ୍ଧି ସମ୍ପର୍କରେ ଲିଖିତ ସଂପାଦକୀୟ ପାଠ କରିଥିଲେ । ଏଥିରେ କୋଷାଧ୍ୟକ୍ଷମାନେ ଆୟ ବ୍ୟୟ ହିସାବ ଦେବାପରେ ତାହା ଗୃହରେ ପାରିତ ହୋଇଥିଲା । […]

ଓଡିଶା

ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

ଜଟଣୀ : ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ରେଳୱେ ଷ୍ଟାଡିୟମ ପରିସରରେ ପାଳିତ ହୋଇଯାଇଛି । ଏହି ସମାରୋହରେ ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ୍ ବାଜୱା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସମସ୍ତ କର୍ମଚାରୀଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ରେଲୱେ ଆଜି ଉନ୍ନତିର ଚରମ ସୀମାରେ ପହଞ୍ଚିପାରିଛି […]

ଓଡିଶା ଯ଼ୋଗାଯ଼ୋଗ

ଜଟଣୀସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ମିଳିବ ଆଇନଗତ ଶିକ୍ଷା…

ଜଟଣୀ : ଜଟଣୀସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ‘ସ୍କୁଲ୍ ଅଫ୍ ଲ’ ର ନୂତନ କୋଠା ଉଦଘାଟିତ ହୋଇଯାଇଛି l ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମ୍.ଆର୍ ଶାହା, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଦୀନେଶ ମହେଶ୍ୱରୀ ଏବଂ ଓଡିଶାର ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ । ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ଵାରା ଅନୁମୋଦିତ ପାଠ୍ୟକ୍ରମ ଯଥା ବିଏ ଏଲ୍ଏବି ଇଣ୍ଟିଗ୍ରେଟେଡ୍, ସାମୁଦ୍ରିକ ଆଇନରେ ଏଲ୍ଏଲ୍ଏମ୍, ବାଣିଜ୍ୟିକ ଆଇନରେ ଏଲ୍ଏଲ୍ଏମ୍ ଏବଂ […]