ଓଡିଶା କଳା ସଂସ୍କୃତି

ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଆସିଲା ଫଳଭାର

ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ ହୋଇ ଅଣସରରେ ଅଛନ୍ତି । ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଶୀକ୍ଷେତ୍ରକୁ ଫଳଭାର ପଠାଯାଇଛି । ଆମ୍ବ, ପଣସ, କଦଳୀ, ସପୁରୀ ଓ ନଡ଼ିଆ ସହ ଭଳିକି ଭଳି ଫଳଭାର ଶ୍ରୀକ୍ଷେତ୍ରରେ ପହଞ୍ଚିଛି ।ଏହି ସମୟରେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ଚେରମୂଳୀ ମହୋଷଧିଦ୍ୱାରା ସେବା କରାଯାଉଛି । ସୁସ୍ଥ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ […]