ଓଡିଶା

ମା’ ଆମେ ତୁମ ସାଥିରେ ରହିଛୁ: ମା’ ତାରିଣୀ ହେଲପିଂ ହ୍ୟାଣ୍ଡସ୍

କର୍କଟ ପୀଡିତା ମୀନାରାଣୀଙ୍କୁ ଆର୍ଥିକ ସହାୟତାଜଗତସିଂହପୁର, (ଫ୍ରିଟୁସ୍ପିକ୍/ ଶ୍ରୀରାଜ ସାହୁ) : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ନବାଡିଆ ଗ୍ରାମର କର୍କଟ ରୋଗରେ ପୀଡିତା ମୀନାରାଣୀ ସ୍ୱାଇଁଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା’ ତାରିଣୀ ହେଲପିଂ ହ୍ୟାଣ୍ଡସ୍ । ସୂଚନା ଯୋଗ୍ୟ କି, ମୀନାରାଣୀ କିଛି ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଚଲାବୁଲା କରିବାକୁ ଅକ୍ଷମ । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି […]

ଓଡିଶା

ହକ୍ ପାଇଁ ଲଢୁଛି ମା ଛତରାଇ ଦୁଗ୍ଧ ସମବାୟ ସମିତି…

ଜଗତସିଂହପୁର, (ଫ୍ରିଟୁସ୍ପିକ୍/ ଶ୍ରୀରାଜ ସାହୁ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ତରାସାହି ଗ୍ରାମର ମା ଛତରାଇ ଦୁଗ୍ଧ ସମବାୟ ସମିତିର ପ୍ରାୟ 300 ଜଣ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରି ଓମ୍ଫେଡ଼କୁ ଦେଇଥାନ୍ତି । ତେବେ ସେହି ଗ୍ରାମର ସରପଞ୍ଚ ମଧ୍ୟ ବେନାମୀ କ୍ଷୀର ବ୍ୟବସାୟୀ କରନ୍ତି । ଏହା ସହିତ ମା ଛତରାଇ ଦୁଗ୍ଧ ସମବାୟ ସମିତିଠାରୁ କ୍ଷୀର ନେଇ ଭୁବନେଶ୍ୱରରେ ବ୍ୟବସାୟ କରିବା ସହିତ ଲକ୍ଷାଧିକ ଟଙ୍କା ବାକି ମଧ୍ୟ ରଖିଛନ୍ତି […]

ଓଡିଶା

କଂଗ୍ରେସ ଦଳକୁ ମଜବୁତ କରାଇବା, ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି…

ଜଗତସିଂହପୁର, (ଏଫ୍ଟୁଏସ୍/ ରିତା ସାହୁ) : ଲକ୍ଷ୍ମଣ ମଲ୍ଲିକ ସ୍ମୃତି କମିଟି ପକ୍ଷରୁ ଓଡ଼ିଶାର ପୁର୍ବତନ ମନ୍ତ୍ରୀ, ସାଂସଦ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ ସଦରମହକୁମାସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ସଭାପତି ବିପ୍ଳବ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ-ବାରବାଟୀ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଇଂ ମହମ୍ମଦ ମୋକିମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ […]

ଓଡିଶା

ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ…

ଜଗତସିଂହପୁର, (ଏଫ୍ଟୁଏସ୍/ ରୀତା ସାହୁ) : ପାରାଦୀପ ସ୍ଥିତ ବିଜୁ ମଇଦାନଠାରେ ଆସନ୍ତା ନଭେମ୍ୱର ୧୪ ତାରିଖରେ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ପାଇଁ ଅଫିସର କ୍ଲବ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ସରକାରଙ୍କ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁରରେ ଲୋକସଭା ସାଂସଦ ବିଭୁ ପ୍ରସାଦ ତରାଇ, ଜିଲ୍ଲାପାଳ ଜେ ସୋନାଲ, ଉପ ଜିଲ୍ଲାପାଳ, ପାରାଦୀପ ପୌର ପରିଷଦ […]

ଓଡିଶା

ଜଗତସିଂହପୁରରେ ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ…

ଜଗତସିଂହପୁର, (ଏଫ୍ଟୁଏସ୍ / ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଶିଳ୍ପମନ୍ତ୍ରୀ ତଥା ପାରାଦ୍ୱୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୁପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ […]

ଓଡିଶା

ଶ୍ରମ ବିରୋଧୀ ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ AITUC ପକ୍ଷରୁ ବିକ୍ଷୋଭ…

ଜଗତସିଂହପୁର, (ଏଫ୍ଟୁଏସ୍ / ରୀତା ସାହୁ) : ଜଗତସିଂହପୁରଠାରେ ଏଆଇଟିୟୁସି ପକ୍ଷରୁ ଶ୍ରମ ବିରୋଧୀ ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ AITUC ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହିତ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଶା, ଅଙ୍ଗନବାଡ଼ି, ପାଚିକା ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ଚର୍ଚିକା ବଜାର ନିକଟରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି […]

ଓଡିଶା

ଜଗତସିଂହପୁରରେ ଆରମ୍ଭ ହେଲା ସୁଭଦ୍ରା ସଚେତନତା ରଥ…

ଜଗତସିଂହପୁର (ଏଫ୍ଟୁଏସ୍/ ରୀତା ସାହୁ) : ଜଗତସିଂହପୁର ଜିଲାରେ ଆଜି ସୁଭଦ୍ରା ସଚେତନତା ରଥ ଉଦ୍ଘାଟିତ ହୋଇଯାଇଛି । ୪ ଟି ରଥ ଆଜିଠାରୁ ୧୦ ଦିନ ପର୍ୟ୍ୟନ୍ତ ଜିଲାର ୮ ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ପରିକ୍ରମା କରି ଲୋକଙ୍କୁ ସୁଭଦ୍ରା ଯୋଜନା ବାବଦରେ ସଚେତନ କରାଇବ । ଏହି ରଥକୁ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ବିଭୁ ପ୍ରସାଦ ତରାଇ, […]

ଓଡିଶା

ବାଲିକୁଦା ମହାବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା…

ଜଗତସିଂହପୁର, (ଏଫ୍ଟୁଏସ୍/ ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ମହାବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା । ଏହାକୁ ନେଇ ଭାରତୀୟ ଜନତା ପାର୍ଟି ବାଲିକୁଦାର ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟସାରଥୀ ମହାନ୍ତି କଲେଜର ଅଧ୍ୟକ୍ଷଙ୍କ ସହିତ ବାରମ୍ବାର ଆଲୋଚନା କରିଥିଲେ ହେଁ କଲେଜ ପକ୍ଷରୁ କିଛି ପ୍ରତିକାର ହୋଇପାରିନଥିଲା । ଯାହାକୁ ନେଇ ସତ୍ୟସାରଥୀ ମହାନ୍ତି କଲେଜ ପରିସରକୁ ନିଜେ ସଫା କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । […]

ଓଡିଶା

ଭାରତୀୟ ତଟରକ୍ଷୀ ବାହିନୀର ତ୍ୱରିତ ପଦକ୍ଷେପ, ବଞ୍ଚାଇଲେ ୧୧ ଜୀବନ…

ଜଗତସିଂହପୁର, (ଏଫ୍ଟୁଏସ୍/ ରୀତା ସାହୁ) : ଭାରତୀୟ ତଟରକ୍ଷୀ ବାହିନୀର ତ୍ୱରିତ ପଦକ୍ଷେପ ଓ ଅକ୍ଲାନ୍ତ ପରିଶ୍ରମରେ ବଂଚିଯାଇଛି ୧୧ ମୂଲ୍ୟବାନ ଜୀବନ । ବୁଡି ଯାଉଥିବା ଆଇଟିଟି ପୁମା ନାମକ ଏକ ଜାହାଜର ୧୧ଜଣ କ୍ରିୟୁ ମେମ୍ବରଙ୍କୁ ତଟରକ୍ଷୀ ବାହିନୀ ଅଥଳ ଜଳରାଶିରୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ଏବେ ବି ୩ କ୍ରିୟୁ ମେମ୍ବର ନିଖୋଜ ଥିବା ଜଣାଯାଇଛି । ଆଇଟିଟି ପୁମା ନାମକ ଏକ ଜାହାଜ କଲିକତାରୁ ପୋର୍ଟବ୍ଲେୟାର ଅଭିମୁଖେ ଯାଉଥିବା ବେଳେ […]

ଓଡିଶା

ମୌମିତାଙ୍କୁ ନ୍ୟାୟ ଦାବିରେ ମହିଳା ମୋର୍ଚ୍ଚା…

ଜଗତସିଂହପୁର, (ଏଫ୍ଟୁଏସ୍/ ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ କଲିକତାରେ ଘଟିଥିବା ମୌମିତା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ଆତ୍ମାର ସଦଗତି କାମନା କରି ଏକ କ୍ୟାଣ୍ଡେଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର କର୍ମୀମାନେ ସ୍ଥାନୀୟ ଥାନା ଛକରେ କ୍ୟାଣ୍ଡେଲ ଶୋଭଯାତ୍ରା ମାଧ୍ୟମରେ ମୌମିତାଙ୍କର ଆତ୍ମାର ସଦଗତି କାମନା […]