ଗାଁ ଗାଁ ବୁଲିବ BSKY ନବୀନ କାର୍ଡର ସଚେତନତା ରଥ
ଜଗତସିଂହପୁର, ୫/୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ BSKY ନବୀନ କାର୍ଡର ଶୁଭାରମ୍ଭ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ପାରୁଲ ପଟାୱାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ୪ଟି BSKY ନବୀନ କାର୍ଡ ରଥକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା କ୍ଷେତ୍ରବାସୀ ଦାଶଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । […]