ଦେଶ ବିଦେଶ

ବାବା ଅମରନାଥଙ୍କ ଯାତ୍ରା ପାଇଁ କେବେଠୁ ପଞ୍ଜିକରଣ ଜାଣନ୍ତୁ …

ଚଳିତ ବର୍ଷ ଜୁଲାଇ ୧ତାରିଖରେ ଆରମ୍ଭ ହେବ ବାବା ଅମରନାଥଙ୍କ ଯାତ୍ରା । ଦୀର୍ଘ ୬୨ ଦିନ ଧରି ଏହି ଯାତ୍ରା ଚାଲିବ । ଏଥିପାଇଁ ଏପ୍ରିଲ ୧୭ରେ ଆରମ୍ଭ ହେବ ପଞ୍ଜୀକରଣ । ଉଭୟ ଅଫଲାଇନ ଓ ଅନଲାଇନରେ ଅମରନାଥ ଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ପଞ୍ଜୀକରଣ କରିପାରିବେ । ଏ ନେଇ ସୂଚନା ଦେଇଛନ୍ତି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଓ ସୁବିଧାରେ ଅମରନାଥ ଯାତ୍ରା କରିପାରିବେ ସେ ନେଇ […]

ଓଡିଶା

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପ୍: ଭାରତକୁ ୪ ସ୍ୱର୍ଣ୍ଣ

ବ୍ୟୁରୋ ରିପୋର୍ଟ: ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତକୁ ମିଳିଲା ୪ଟି ସ୍ୱର୍ଣ୍ଣ । ନିତୁ ଓ ସ୍ବିଟିଙ୍କ ପରେ ଏବେ ନିଖତ ଜରିନ୍ ଓ ଲଭଲିନା ସ୍ବର୍ଣ୍ଣ ହାସଲ କରିଛନ୍ତି । ନିଖତ ୫୦ କେଜି ବର୍ଗରେ ଭିଏତନାମର ନୁଏନ୍ ଥିଟାମଙ୍କୁ ୫-୦ରେ ପରାଜିତ କରିଥିବାବେଳେ ଲଭଲିନା ୭୫ କେଜି ବର୍ଗରେ ୫-୨ରେ ଅଷ୍ଟ୍ରେଲିଆର କେଟଲିନ୍ ପାର୍କରଙ୍କୁ ହରାଇ ବିଜୟ ହାସଲ କରିଛନ୍ତି ।  ପ୍ରଥମେ ୨୨ ବର୍ଷୀୟ ନିତୁ ଘନଘାସ ୪୮ କେଜି ବର୍ଗର […]

ଓଡିଶା ଟ୍ରେଣ୍ଟିଂ

ଭୂମିପୁତ୍ରଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ଉପହାର ଦେଲେ ନବୀନ । ବାପାଙ୍କ ପ୍ରିୟ ବିମାନ ‘ଡାକୋଟା’ ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ

ଓଡିଆ ଜାତିର ସ୍ବାଭିମାନ, ଦ୍ୱିତୀୟ ଖାରବେଳ, ଭୂମିପୁତ୍ର ତଥା ଉତ୍କଳର ବରପୁତ୍ର, ଦୁଃସାହସିକ ପାଇଲଟ୍ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେଲା ବିମାନ ‘ଡାକୋଟା’ । ଏଣିକି ଡାକୋଟାର କାହାଣୀ ଜାଣିବେ ଦେଶ ବିଦେଶର ଲୋକେ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସବୁପ୍ରକାରର ବ୍ୟବସ୍ଥା ହୋଇଛି । ଏହି ଲୋକାର୍ପିତ ଉତ୍ସବରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଟୁକୁନି […]

ଟ୍ରେଣ୍ଟିଂ ଦେଶ ବିଦେଶ

ସଫଳ ହେଲାନି ୮୦ ଘଣ୍ଟାର ସଂଘର୍ଷ, ଜୀବନ ଯୁଦ୍ଧରେ ହାରିଗଲା କୁନି ପୁଅ ତନ୍ମୟ

ମଧ୍ୟପ୍ରଦେଶ: ପାଖାପାଖି ୮୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟର ସଂଘର୍ଷ । ୫୫ଫୁଟ ଗଭୀରର ଗାତ ଭିତରେ ସଂଘର୍ଷ କରୁଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ । ଆଉ ବାହାରେ ତନ୍ମୟକୁ ଉଦ୍ଧାର ପାଇଁ ଚାଲିଥିଲା କସରତ । ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟର କଷ୍ଟସାଧ୍ୟ ଅପରେସନ ସତ୍ତ୍ୱେ ବୋରୱେଲ ଭିତରେ ଫସି ଯାଇଥିବା ତନ୍ମୟକୁ ବଞ୍ଚାଇ ପାରିନି ପ୍ରଶାସନ । ଗତ ୫ ଦିନ ଧରି ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ସହ ତନ୍ମୟକୁ […]

ଟ୍ରେଣ୍ଟିଂ ଦେଶ ବିଦେଶ

ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ପାଇଁ ରହିଛି ବହୁ ଚ୍ୟାଲେଞ୍ଜ, ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ପାଳିତ ହୋଇଯାଇଛି । ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଦେଶର ସିଜେଆଇ ଭାବେ ଦୀର୍ଘ ୨ ବର୍ଷ ଧରି କାମ କରିବେ । ତାଙ୍କ କାର୍ଯ୍ୟକାଳ ୨୦୨୪ ମସିହା ନଭେମ୍ବର ୧୦ରେ ଶେଷ ହେବ । ଦେଶର ନ୍ୟାୟିକ ଇତିହାସରେ […]

ଦେଶ ବିଦେଶ

ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଏନ୍ଆଇଏର ହାଲ୍ଲାବୋଲ…

ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ହାଲ୍ଲାବୋଲ ଆରମ୍ଭ କରିଛି ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି ତଥା ଏନ୍ଆଇଏ । ଦେଶର ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ୫୦ରୁ ଅଧିକ ଆଡ୍ଡା ଉପରେ ଏନ୍ଆଇଏ ରେଡ୍ କରିଛି । ଏହାଦ୍ବାରା ଭାରତ ଓ ବିଦେଶରେ ଥିବା ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡଗ୍ସ ତସ୍କରୀକୁ ମୂଳତ୍ପୋଟ କରିବା ହେଉଛି ଏନ୍ଆଇଏର ଉଦ୍ଦେଶ୍ୟ । ଲରେନ୍ସ ବିଷ୍ଣୋଇ, ନୀରଜ ବବାନାଙ୍କ ସମେତ ଅନେକ ଗ୍ୟାଙ୍ଗଷ୍ଟରଙ୍କ ଆଡ୍ଡାରେ ଚଢାଉ ହୋଇଛି । ଏହାପୂର୍ବରୁ 12 […]

ଦେଶ ବିଦେଶ

ଆଜି ଉପରାଷ୍ଟ୍ରପତି ନିର୍ବାଚନ । ଭୋଟ ଦେଉଛନ୍ତି ଇଲେକ୍ଟୋରାଲ କଲେଜ ସଦସ୍ୟ

ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସାଂସଦମାନେ ନିର୍ବାଚିତ କରିବେ ଦେଶର ଷୋଡ଼ଶ ଉପରାଷ୍ଟ୍ରପତି । ଏ ନେଇ ସଂସଦ ଭବନରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ ଭୋଟିଂ । ଏହାପରେ ଗଣତି କରାଯିବ ଓ ଆଜି ହିଁ ଫଳାଫଳ ଘୋଷିତ ହେବ । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରିଥିବା ବେଳେ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରିଛି ୟୁପିଏ । ଉଭୟ ଉପରାଷ୍ଟ୍ରପତି ପ୍ରାର୍ଥୀ ବୃତ୍ତିରେ ଓକିଲ ହୋଇଥିବା […]

ଦେଶ ବିଦେଶ

ପତ୍ନୀ ରୋଜଗାରକ୍ଷମ ହେଲେ ମଧ୍ୟ, ପତି ଭରଣପୋଷଣ ଦେବାକୁ ବାଧ୍ୟ

ପତ୍ନୀ ରୋଜଗାରକ୍ଷମ ଥିଲେ ମଧ୍ୟ ଏଣିକି ପତି ଭରଣପୋଷମ ଦେବାକୁ ମନା କରି ପାରିବେ ନାହିଁ । ମହିଳାଙ୍କୁ ନେଇ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କାରଣ ଅଧିକାଂଶ ମାମଲାରେ ପତ୍ନୀ ନିଜ ପରିବାର ପାଇଁ ଚାକିରୀ ଛାଡି ଦେଇଥାନ୍ତି । ସୂଚନା ଅନୁସାରେ, ତଳକୋର୍ଟରେ ଜଣେ ସୈନ୍ୟ ଅଧିକାରୀଙ୍କୁ ମାସିକ ୩୩୦୦୦ ଟଙ୍କା ଭରଣପୋଷଣ ବାବଦକୁ ପତ୍ନୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ଅଧିକାରୀ ଜଣଙ୍କ ହାଇକୋର୍ଟରେ […]