ନବରାତ୍ର ପ୍ରଥମ ଦିବସର ଦେବୀ ହେଉଛନ୍ତି ମାତା ଶୈଳପୁତ୍ରୀ
ଶରତ କାଳୀନ ଦୁର୍ଗାପୂଜା ଅବସରରେ ଆଜିଠାରୁ ଆରମ୍ଭ ହେଲା ନବରାତ୍ରୀ ବ୍ରତ । ନବରାତ୍ର ପ୍ରଥମ ଦିବସର ଦେବୀ ହେଉଛନ୍ତି ମାତା ଶୈଳପୁତ୍ରୀ ।ଶରତକାଳୀନ ଦେବୀପୂଜାରେ ବିଶେଷକରି ଏହି ନବରାତ୍ର ବ୍ରତ ବିଧିପୂର୍ବକ କରିବା ଉଚିତ। ସେହିପରି ବସନ୍ତକାଳୀନ ଦେବୀପୂଜା ରେ ଏହି ବ୍ରତକୁ ପ୍ରେମପୂର୍ବକ ପାଳନ କରିବା ଉଚିତ୍,ଏହି ଶରତ ଓ ବସନ୍ତ ନାମକ ଦୁଇଋତୁ ସକଳ ଜୀବଜଗତ ପାଇଁ ଯମଦଂଷ୍ଟ୍ରା ବୋଲି କୁହାଯାଇଛି, (ଯମଦଂଷ୍ଟ୍ରା:= ଋତୁସନ୍ଧି କାଳ, ଯେଉଁ ସମୟରେ ମନୁଷ୍ଯର ବେଶୀ ରୋଗ […]