ଓଡିଶା

କମ୍ ବୟସର ପ୍ରେମକୁ ସ୍ୱୀକାର କଲାନି ପରିବାର । ଶେଷରେ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମୀ ଯୁଗଳ…

ହିନ୍ଦୋଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ପ୍ରେମ ପାଇଁ ସମର୍ଥନକୁ ଖାତିର ନ କରି ବିବାହ କଲେ । ମାତ୍ର ବିବାହ ପରେ ବି ସେମାନଙ୍କ ବିବାହକୁ ଘରଲୋକ ସ୍ୱୀକୃତି ନ ଦେବାରୁ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମୀ ଯୁଗଳ । ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ଥାନା ଅନ୍ତର୍ଗତ ସାତମାଇଲ-ବାଘଧରିଆ ମୁଖ୍ୟ ରାସ୍ତାରେ ବିଷ କ୍ରିୟା କରି ଗୁରୁତର ଅବସ୍ଥାରେ ପଡ଼ିଥିଲେ ଦୁଇ ପ୍ରେମୀ ଯୁଗଳ । ସେମାନଙ୍କୁ ରାସ୍ତାରେ ଯାତାୟାତ କରୁଥିବା କିଛି […]

ଓଡିଶା

ବନ୍ଦ ଦୋକାନ ଘରୁ ମିଳିଲା ବ୍ୟବସାୟୀ ମୃତଦେହ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

ଢେଙ୍କାନାଳ, (ଏଫ୍ଟୁଏସ୍ / ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଥାନା ବାଉଁଶପୋଖରୀ ଗ୍ରାମର ବ୍ୟବସାୟୀ ସନ୍ତୋଷ ସେଠୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ । ସେ ତାଙ୍କ ଦୋକାନରେ ଶୋଇଥିବା ବେଳେ ଗତ ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗୁରୁବାର ସକାଳେ ଜଣେ ଗ୍ରାହକ ତାଙ୍କ ଦୋକାନକୁ କ୍ଷୀର ପ୍ୟାକେଟ କିଣିବାକୁ ଯାଇଥିଲେ । ସେ ବହୁତ ସମୟ ଧରି ଡାକିବା ପରେ ବ୍ୟବସାୟୀ ଜଣକ ଦୋକାନ ନ […]

ଓଡିଶା

ସଂଘ ଟଙ୍କା ନେଇ ପ୍ରେମିକ ସହ ସ୍ତ୍ରୀ ଫେରାର୍, ଥାନାରେ ମାମଲା ରୁଜ୍ଜୁ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ସଂଘ ଟଙ୍କା ନେଇ ପ୍ରେମିକ ସହ ସ୍ତ୍ରୀ ଫେରାର୍ । ସେପଟେ ଫେରାର୍ ମହିଳାଙ୍କ ସ୍ୱାମୀ ସଂଘ ପଇସାକୁ ଭରଣା କରନ୍ତୁ ବୋଲି ମହିଳା ଗୋଷ୍ଠୀଙ୍କ ଦାବି । ଏଥିରେ ଅରାଜି ହେବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା ଗୋଷ୍ଠୀ । ଏହିଭଳି ଘଟଣା ଘଟିଛି ହିନ୍ଦୋଳ ଥାନା ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ନୁଆକୋଟ ଡିହସାହି ଗ୍ରାମରେ । ସରକାରଙ୍କ ମହିଳା ସ୍ୱାବଲମ୍ବୀ ନୀତିର ଅପବ୍ୟବହାର । ଗାଁ […]

ଓଡିଶା

ଲୁଟ୍ ପିକଅପ୍ ଭ୍ୟାନ ସହ ୪ ଡକାୟତ ଗିରଫ…

ହିନ୍ଦୋଳ ଥାନା ହାତୁରା ପଞ୍ଚାୟତ ସମ୍ମୁଖ ରାସ୍ତାରୁ ଜଣେ ଡ୍ରାଇଭରଙ୍କୁ ମାଡ଼ ମାରି ହତ୍ୟା ଧମକ ଦେଇ ଏକ ପିକଅପ୍ ଭ୍ୟାନଙ୍କୁ ଚାରି ଜଣ ଦୃର୍ବୁର୍ତ୍ତ ଲୁଟି ନେଇଥିଲେ । ଏହି ଘଟଣାର ଛାନଭିନ କରି ହିନ୍ଦୋଳ ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ୬୮ ଟି ପ୍ଲାଷ୍ଟିକ ଟ୍ରେ, ପାଲ, ଗୋଟିଏ ଲାଭା ମୋବାଇଲ ଫୋନ, ଗୋଟିଏ ଭୂଜାଲି, ୨ ହଜାର ଟଙ୍କା ସହ ଡକାୟତ ମାନେ ବ୍ୟବହାର […]

ଓଡିଶା

ହିନ୍ଦୋଳରେ ବଢିବାରେ ଲାଗିଛି ରାଜନୈତିକ ଶତ୍ରୁତା…

ହିନ୍ଦୋଳ, ୧୬ ନଭେମ୍ବର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଜରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜରଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା ।  ଜରଡା ଗ୍ରାମର ସରୋଜ କୁମାର ପାଢ଼ୀ ଗ୍ରାମ ନିକଟସ୍ଥ ଆଶ୍ରମରେ ଫୁଲ ତୋଳୁଥିବା ସମୟରେ ଦୁଇଜଣ ଅଚିହ୍ନା ଦୁର୍ବୁର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଆହତ ସରୋଜଙ୍କର ହାତ, ବେକ ଏବଂ ଗୋଡ଼ରେ ଶକ୍ତ ଆଘାତ ଲାଗିଛି । ରାଜନୈତିକ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏ ନେଇ […]

ଓଡିଶା

ହିନ୍ଦୋଳ ପୋଲିସର ସଡକ ସୁରକ୍ଷା ଅଭିଯାନ

ଢ଼େଙ୍କାନାଳ, ୧୬ ନଭେମ୍ବର : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ପୋଲିସ୍ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । ଥାନା ଅଧିକାରୀଣୀ ଚାରୁଲତା ବେହେରା ଏବଂ ହିନ୍ଦୋଳ ଡ୍ରାଇଭର ମହସଂଘର ଉଦ୍ୟମରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଡ଼କ ସୁରକ୍ଷା ଜୀବନ ରକ୍ଷା ଏବଂ ଦୃତ ଗତିରେ ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ବେଳେ ସର୍ବଦା ହେଲମେଂଟ୍ ବ୍ୟବହାର କରିବା ଏବଂ ନିଶା ତଥା ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ […]

ଓଡିଶା

ମଦ ନିଶାରେ ପତ୍ନୀକୁ ଶେଷ କରିଦେଲା ନରହନ୍ତା ସ୍ବାମୀ

ହିନ୍ଦୋଳ : ମଦ୍ୟପ ସ୍ବାମୀର ଉନ୍ମକ୍ତ କାଣ୍ଡ । ମଦ ନିଶାରେ ନେଇଗଲା ପତ୍ନୀର ଜୀବନ । ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ବାଘୁଆ ସାହିରେ ଜଣେ ମଦ୍ୟପ ନିଜ ପତ୍ନୀଙ୍କୁ ଲୁହା ଛଡ଼ରେ ମାଡ ମାରି ହତ୍ୟା କରିଥିବା ଜଣାପଡିଛି । ଏ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ସେହି ଗ୍ରାମର ପ୍ରତାପ ସାମଲ ନାମକ ଜଣେ ବ୍ୟକ୍ତି ମଦ୍ୟପାନ କରି ବିଳମ୍ବିତ ରାତ୍ରିରେ […]

ଓଡିଶା

ଚର୍ଚ୍ଚାରେ ବିଧାୟିକାଙ୍କ ଫୋନ୍ ଧମକ । ୨୦୨୪ ନିର୍ବାଚନ ପୂର୍ବରୁ ବଦଳିଗଲା ବିଧାୟିକାଙ୍କ ସ୍ବଭାବ ?

ହିନ୍ଦୋଳ : ଫେସବୁକ୍ କମେଣ୍ଟକୁ ନେଇ ବିଧାୟିକାଙ୍କ ସିଧା ଟାର୍ଗେଟ୍ । ହିନେ୍ଦାଳ ବିଧାୟିକାଙ୍କ ଖୋଲା ଧମକ ପରେ ଥାନାର ଦ୍ୱାରସ୍ଥ ହେଲେ ଯୁବ ସମାଜସେବୀ । ଏପଟେ ୨୦୨୪ ନିର୍ବାଚନ ପୂର୍ବରୁ ବିଧାୟିକାଙ୍କ ଏପରି ଟାର୍ଗେଟ୍ ଜନତାଙ୍କ ମଧ୍ୟରେ କିଂଙ୍କାର ସୃଷ୍ଟି କରୁଛି । ଫେସବୁକ ହେଉଛି ଏକ ସାମାଜିକ ଗଣମାଧ୍ୟମ । ଏଠାରେ ସମସ୍ତେ ସମସ୍ତଙ୍କର ମତାମତ ନିଦ୍ୱର୍ନ୍ଦରେ ରଖିପାରିବେ । ତେବେ ବିଧାୟିକାଙ୍କ ପ୍ରଶଂସା ପୋଷ୍ଟ ତଳେ କମେଣ୍ଟରେ ସମାଜସେବୀ ତାଙ୍କୁ ପ୍ରଶ୍ନ […]