ଓଡିଶା

କିଏ ହେବ ବିଜେଡି ବିଧାୟକ ପ୍ରାର୍ଥୀ ? ଯତି ନାଏକ ନା ମମତାଞ୍ଜଳୀ ବେହେରା !

ଢେଙ୍କାନାଳ, ୨୧/୧ (ସୁଜିତ୍ କୁମାର ବେହେରା) : ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳରେ ଅନେକ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୦୦ ମସିହାରୁ ବିଜେଡି ଏଠାରେ ବାଜିମାତ କରି ଦଳକୁ ସୁଦୃଢ କରିବାରେ ଲାଗିଛି । ସେଥିପାଇଁ ବିଜୁ ଜନତା ଦଳରେ ଅନେକ ଆଶାୟୀଙ୍କ ସଂଖ୍ୟା ଏଠାରେ ବଢ଼ିବାରେ ଲାଗିଛି । ସେଥିମଧ୍ୟରୁ ବିଜେଡି ଦଳର ଯତି ନାଏକ ଏଥିମଧ୍ୟରୁ ମଧ୍ୟ ବାଦ ପଡ଼ିନାହାନ୍ତି । ୨୦୦୫ ମସିହାରେ ସେତେବେଳର […]

ଓଡିଶା

ବିଜେଡି ବିଧାୟିକାଙ୍କୁ ଗାଦିଚ୍ୟୁତ କରିବାକୁ ବିଜେଡି କର୍ମୀଙ୍କ ସମରଶଯ୍ୟା,

ପୁଣି ବିଧାୟିକାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଲେ ପୁରୁଣା କର୍ମୀଢେଙ୍କନାଳ, ୧୬/୧ (ସୁଜିତ୍ କୁମାର ବେହେରା) : ବଢୁଛି ହିନ୍ଦୋଳ ବିଧାୟିକାଙ୍କ ଅଡୁଆ । ତେଜୁଛି ଜନ ଆନ୍ଦୋଳନ । ଏଥର ନେତୃତ୍ୱରେ ହେବ ପରିବର୍ତନ । ନଚେତ୍ ଦଳକୁ ଭୋଗୁବାକୁ ପଡିବ ଅନେକ ପ୍ରତିଘାତ । ଏଭଳି କିଛି ଭାବନା ନେଇ ହିନ୍ଦୋଳ ବିଧାୟିକାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ପୁରୁଣା କର୍ମୀ । ଦଳ ବନାମ ଦଳ ଭିତରେ ଲାଗିଛି ଦ୍ୱନ୍ଦ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ […]

ଓଡିଶା କ୍ରୀଡା

ଟାଇକୋଣ୍ଡରେ ହିନ୍ଦୋଳ ପାଇଁ ଗର୍ବ ଆଣିଲେ କୁନି ପ୍ରତିଭା ସାଇ ଅଂଶିକା…

ଢେଙ୍କାନାଳ, ୫/୧ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିର କୁନି ଝିଅ ସାଇ ଅଂଶିକା ନିଜର ବିରଳ କୃତିତ୍ୱ ଯୋଗୁଁ ଅଂଚଳ ପାଇଁ ଗର୍ବ ଆଣିଦେଇଛନ୍ତି । ହିନ୍ଦୋଳ ଏନ୍ଏସି ୱାର୍ଡନଂ-୧୧ ନୂତନପଟଣାରେ ବାସ କରୁଥିବା ଶିକ୍ଷକ ଦମ୍ପତି ଚିନ୍ମୟ କର ଓ ସ୍ମୃତିପ୍ରିୟା ନନ୍ଦଙ୍କ କୁନିଝିଅ ତଥା ସେଣ୍ଟଜାଭିଅର ଛାତ୍ରୀ ସାଇ ଅଂଶିକା ପ୍ରିୟଦର୍ଶିନୀ ଗତ ଡିସେମ୍ବର ମାସ ୨୭ ଏବଂ ୨୮ ତାରିଖରେ ଭଦ୍ରକ ଜିଲ୍ଲାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟାଇକୋଣ୍ଡ […]

ଓଡିଶା

ନିଜ କିଡନୀ ବିକି ଲୋକଙ୍କ ସେବା କରିବେ ସରପଞ୍ଚ ରଣଜିତ୍…

ଜନତାଙ୍କ ସେବା ପାଇଁ ସରପଞ୍ଚ ଆଗଭର, ମାତ୍ର ପ୍ରଶାସନର କାର୍ଯ୍ୟକୁ ନେଇ ପ୍ରଶ୍ନ ? ଢେଙ୍କାନାଳ, ୨୬/୧୨ (ସୁଜିତ୍ କୁମାର ବେହେରା) : ଜନତାଙ୍କ ସମର୍ଥନରେ ସରପଞ୍ଚ ଗାଦିରେ ବସିଥିଲେ ରଣଜିତ୍ ପ୍ରଧାନ । ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ପୂରଣ କରିବାକୁ ସମସ୍ତ ଚେଷ୍ଟା କରିଛନ୍ତି ସେ । ହେଲେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବାଧକ ସାଜୁଛନ୍ତି କନିଷ୍ଠଯନ୍ତ୍ରୀ ସିଲା ସାହୁ । ଦୀର୍ଘ ଏକ ବର୍ଷ ଧରି ପଡ଼ି ରହିଛି ବାଉଁଶ ପୋଖରୀ ପଞ୍ଚାୟତରେ […]

ଓଡିଶା କ୍ରୀଡା

ଗଣ୍ଡାନାଳି ହାଇସ୍କୁଲ ପଡିଆଠାରେ ଗଣ୍ଡାନାଳି କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

ଢେଙ୍କାନାଳ, ୨୬/୧୨ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳି ହାଇସ୍କୁଲ ପଡିଆଠାରେ GCC ଗଣ୍ଡାନାଳି କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବେ ହିନ୍ଦୋଳର ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ତ୍ରିନାଥ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁନୀଲ ସ୍ୱାଇଁ, ମାଧପୁର ସରପଞ୍ଚ ଦିଲୀପ ଲେଙ୍କା, ହିନ୍ଦୋଳ ଏନ୍ଏସି ୫ ନମ୍ବର ୱାର୍ଡ କାଉନସିଲର ଦୀପକ ରଞ୍ଜନ […]

ଓଡିଶା

ହିନ୍ଦୋଳରେ ବଳି ପଡିଯିବ କି ବିଜେଡି ?

ଢେଙ୍କାନାଳ, ୨୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି । ବିଧାୟିକା ଓ ବ୍ଲକ ଅଧକ୍ଷାଙ୍କ ଶୀତଳ ଯୁଦ୍ଧ ଏବେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ସେତିକି ବିବାଦ ମଧ୍ୟକୁ ଟାଣି ହୋଇ ଯାଉଥିବା ଦେଖିବାକୁ ମିଳୁଛି । ବିଧାୟିକାଙ୍କ ସମ୍ପର୍କୀୟ ଝିଆରୀ ତଥା ହିନ୍ଦୋଳର ବର୍ତମାନ ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ […]

ଓଡିଶା

ସୁସ୍ଥ ସମାଜରେ ଆଜି ବି ଉଜ୍ଜିବୀତ ନ୍ୟୁନ ମାନସିକତା

ଢେଙ୍କାନାଳ, ୧୪/୧୨ (ସୁଜିତ୍ କୁମାର ବେହେରା) : ବାପା ଚାଲିଗଲେ ପରପାରିକୁ । ଗୋଟିଏ ବୋଲି ପୁଅ, ହେଲେ ସେ ବି ଅନ୍ଧ । ସମାଜର କ୍ରୂର ନିୟମ ଭିତରେ ବାପାଙ୍କ ଶେଷ ଯାତ୍ରା ପାଇଁ ମିଳିଲାନି ଚାରି କାନ୍ଧ । ଆଉ ଅସହାୟ ହୋଇପଡିଥିଲେ ପରିବାର ଲୋକ । ଏହାରି ଭିତରେ ଅସହାୟ ପରିବାର ଲୋକଙ୍କ ନିମନ୍ତେ ଦେବଦୂତ ହୋଇ ଆସିଲା ‘ଜନ ମଙ୍ଗଳ’ ସଂଗଠନ ।ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାହାଲୁଣ୍ଡା ପଞ୍ଚାୟତ ନୂଆପଡ଼ା […]

ଓଡିଶା

ଫାଇନାଲରେ ହିନ୍ଦୋଳ ଏକାଦଶକୁ ହରାଇ ବଡ କନ୍ତୁକୋଳ ଚମ୍ପିୟାନ

ଢେଙ୍କାନାଳ, ୧୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ବାଉଁଶ ପୋଖରୀ ପଂଚାୟତର ନୂଆକୋଟ ଏମବିସି କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ମା ବିଂଝେଶ୍ୱରି କପ୍ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ହିନ୍ଦୋଳ ଏକାଦଶକୁ ପରାସ୍ତ କରି ବଡ କନ୍ତୁକୋଳ କ୍ରିକେଟ କ୍ଲବ୍ ଚମ୍ପିୟାନ । ଏହି ଅବସରରେ ୩ ପର୍ଯ୍ୟାୟ ବିଶିଷ୍ଟ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ଦୁଇଟି ପର୍ଯ୍ୟାୟ ସୀମିତ ଓଭରରେ ବଡ କନ୍ତୁକୋଳ ବିଜୟ ହୋଇଥିବା ବେଳେ ଗୋଟିକରେ ହିନ୍ଦୋଳ […]

ଓଡିଶା

ମଦ ବେପାରୀଙ୍କ ସହ ଅବକାରୀ ବିଭାଗର ଭିତିରି ସମ୍ପର୍କ ଅଭିଯୋଗ…

ଢେଙ୍କାନାଳ, ୧୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ବାଉଁଶ ପୋଖରୀ ପଂଚାୟତର ବିଭିନ୍ନ ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ମଦ କାରବାର । ଏହାର ପ୍ରଭାବରେ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ଯୁବଗୋଷ୍ଠୀ । ଏନେଇ ପଂଚାୟତ ଅନ୍ତର୍ଗତ ବନ୍ଧଭୂଇଁ ଗ୍ରାମବାସୀ ପଂଚାୟତକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ପାଇଁ ଏକାଠି ହୋଇଛନ୍ତି । ନିକଟରେ ଗ୍ରାମ୍ୟ କମିଟି ସଭାପତି ଗିରିଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକରେ ମିଳିତ ହୋଇ ଗ୍ରାମବାସୀମାନେ […]

ଓଡିଶା

ହିନ୍ଦୋଳ ଚକ୍ଷୁ ଚିକିତ୍ସାଳୟର ବିକଳ ଚିତ୍ର; ଚିକିତ୍ସାଳୟରେ ଝୁଲୁଛି ତାଲା

ଢେଙ୍କାନାଳ, ୧୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ଚକ୍ଷୁ ବିଭାଗର ଚକ୍ଷୁ ହିନତା । ରହିଛି ଚକ୍ଷୁ ଚିକିତ୍ସାଳୟ, ହେଲେ ସେଥିରେ ଝୁଲୁଛି ତାଲା । ୧୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟର ବିକଳ ଚିତ୍ର ବୟାନ କରୁଛି ସ୍ୱାସ୍ଥ୍ୟ ବିଭାଗର ଉନ୍ନତିକରଣ ଚିକିତ୍ସା ପଦ୍ଧତିର ଗୁମୁର । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବିଗତ ୨୦୦୪ ମସିହାରେ ତତ୍କାଳୀନ ବିଧାୟିକା ଅଞ୍ଜଳି ବେହେରାଙ୍କ ସମୟରେ ସ୍ୱର୍ଗତ ମନ୍ତ୍ରୀ କାଳନ୍ଦି ଚରଣ […]