ଓଡିଶା

ହିନ୍ଦୋଳ ଉପଖଣ୍ଡସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ…

ଢେଙ୍କାନାଳ, (ଏଫ୍ଟୁଏସ୍ / ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଯୋଗ ଦେଇଥିଲେ । ସ୍ଥାନୀୟ ମିନି ଷ୍ଟାଡିୟମରେ ସେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ  ଅଭିବାଦନ ଗ୍ରହଣ କରିଥିଲେ । ପରେଡରେ […]

ଓଡିଶା

ସଂଘ ଟଙ୍କା ନେଇ ପ୍ରେମିକ ସହ ସ୍ତ୍ରୀ ଫେରାର୍, ଥାନାରେ ମାମଲା ରୁଜ୍ଜୁ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ସଂଘ ଟଙ୍କା ନେଇ ପ୍ରେମିକ ସହ ସ୍ତ୍ରୀ ଫେରାର୍ । ସେପଟେ ଫେରାର୍ ମହିଳାଙ୍କ ସ୍ୱାମୀ ସଂଘ ପଇସାକୁ ଭରଣା କରନ୍ତୁ ବୋଲି ମହିଳା ଗୋଷ୍ଠୀଙ୍କ ଦାବି । ଏଥିରେ ଅରାଜି ହେବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା ଗୋଷ୍ଠୀ । ଏହିଭଳି ଘଟଣା ଘଟିଛି ହିନ୍ଦୋଳ ଥାନା ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ନୁଆକୋଟ ଡିହସାହି ଗ୍ରାମରେ । ସରକାରଙ୍କ ମହିଳା ସ୍ୱାବଲମ୍ବୀ ନୀତିର ଅପବ୍ୟବହାର । ଗାଁ […]

ଓଡିଶା

ହିନ୍ଦୋଳ ଏନ୍ଏସି ରାଜରାସ୍ତାରେ ଗୋରୁ ଗୋଠ…

ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ପ୍ରଶାସନ ସାଜିଛି ନୀରବଦ୍ରଷ୍ଟାଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ରାଜରାସ୍ତା ପାଲଟିଛି ଗୋରୁ ଗୋଠ । ହିନ୍ଦୋଳ ଏନ୍ଏସିର ମୁଖ୍ୟ ରାସ୍ତାର ବଜାର, ଛକ, ଗଳି ଏପରିକି ରାସ୍ତା ଉପରେ ଗୃହପାଳିତ ଗାଈଙ୍କ ଗୋଠ ଦେଖିବାକୁ ମିଳୁଛି । ଢେଙ୍କାନାଳ-ଅନୁଗୁଳ-ନରସିଂହପୁରରୁ ହିନ୍ଦୋଳକୁ ସଂଯୋଗ କରୁଛି ଏହି ମୁଖ୍ୟ ରାସ୍ତା । ଉକ୍ତ ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଚାରିଚକିଆ, ଦୁଇ ଚକିଆ, […]

ଓଡିଶା

ସଡକ ସୁରକ୍ଷାର ବ୍ୟବସ୍ଥା ନାହିଁ, ଯାହାର ଫଳ ଭୋଗୁଛନ୍ତି ହିନ୍ଦୋଳ ନିର୍ବାଚନ ମଣ୍ଡଳବାସୀ…

ହିନ୍ଦୋଳ, (ଏଫ୍ ଟୁ ଏସ୍ /ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ । ସୂଚନା ଅନୁସାରେ, ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ବାଗଧରିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣଙ୍କ ଜୀବନ । ଅନୁଗୁଳ-କଟକ ରାସ୍ତାରେ କଟକ ଆଡକୁ ଯାଉଥିବା ବାଲିମି ଥାନା ଖଜୁରିଆକଟା ଅଞ୍ଚଳର କ୍ଷୀରୋଦ ନନ୍ଦଙ୍କ କାର ନଂ OD19J5015 ଟି ସ୍ଥାନୀୟ ଗୁହାଳୀପାଳ […]

ଓଡିଶା

ଅପାରଗ ବନବିଭାଗ ପାଇଁ ଅନାଶୟରେ ଜୀବନ ହାରୁଛନ୍ତି ନିରୀହ ମଣିଷ

ହାତୀ ଆକ୍ରମଣରେ ମହିଳାଙ୍କ ଶୋଚନୀୟ ମୃତ୍ୟୁଢେଙ୍କାନାଳ, (ଏଫ୍ଟୁଏସ୍) ୦୮/୦୭ : ଢେଙ୍କାନାଳ ଜିଲ୍ଲାର ବନବିଭାଗ ସବୁ କ୍ଷେତ୍ରରେ ଫେଲ ମାରିବା ସହ ନିଜ ଅପାରଗତା ପାଇଁ ସ୍ଥାନୀୟ ଅଞ୍ଚଳରେ ବିଖ୍ୟାତ । ହାତୀ ଆକ୍ରମଣରେ ଦୈନନ୍ଦିନ ମଣିଷ ମରିବା, ଢେଙ୍କାନାଳରେ ଦେହସୁହା ଘଟଣାରେ ପରିଣତ ହୋଇଗଲାଣି । ଖାଲି ଲୋକ ଦେଖାଣିଆ ସମବେଦନା ସାଙ୍ଗକୁ କିଞ୍ଚିତ କ୍ଷତିପୂରଣ ଏହି ଘଟଣାର ସ୍ଥାୟୀ ସମାଧାନ ପାଲଟିଛି । ପ୍ରତ୍ୟେକ ଦିନ ଜଙ୍ଗଲୀ ହାତୀଙ୍କ ଆକ୍ରମଣରେ ସ୍ଥାନୀୟବାସୀ ମୃତ୍ୟୁବରଣ କରୁଥିଲେ […]

ଓଡିଶା

ଥଇଥାନ ନକରି ତରବରିଆ ନିଷ୍ପତି ନେଇ ଗରିବ ଲୋକଙ୍କୁ ବେସାହାରା କଲା ପ୍ରଶାସନ…

ଏବେ ପ୍ରଶ୍ନ ଜବରଦଖଲ ଜମି ଉପରେ ଆବାସ ଯୋଜନା କାର୍ଯ୍ୟାଦେଶ ଅନୁମତି ଦେଇଥିଲା କିଏ ?ଢେଙ୍କାନାଳ, ୨୮/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଗତ ବୁଧବାର ଅପରାହ୍ନରେ ହିନ୍ଦୋଳ ଉପଖଣ୍ଡ ପ୍ରଶାସନ ପକ୍ଷରୁ ତହସିଲଦାର ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ଆଦେଶ ମୁତାବକ ଜଣେ ଗରିବ ପରିବାରର ବାସ ଉପଯୋଗୀ ଘର ଭାଙ୍ଗି ଦେଇ ସଂପୂର୍ଣ୍ଣ ପରିବାରଟିକୁ ବେସାହାରା କରିଦେଛନ୍ତି । ସୂଚନା ମୁତାବକ ଗ୍ରାମର […]

ଓଡିଶା

ହିନ୍ଦୋଳରେ ଢେଙ୍କାନାଳ ସାଂସଦ ରୁଦ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଢେଙ୍କାନାଳ, ୨୨/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ଅନ୍ତର୍ଗତ ଡାକବଙ୍ଗଳା ପରିସରରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନଗର ମଣ୍ଡଳ ସଭାପତି ସନ୍ତୋଷ ବେହେରାଙ୍କ ପୌରହିତ୍ୟ ଏବଂ ପ୍ରଚାର କମିଟି ଅଧକ୍ଷ ଅଜୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋବିନ୍ଦ ବେହେରା, ସୋଭାଗିନି ପ୍ରଧାନ, ସ୍ୱର୍ଣ୍ଣଲତା ମହାପାତ୍ର ଓ ଉର୍ମିଳା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୟରେ ସର୍ବପ୍ରଥମେ କାଉନସିଲର ଦୀପକ ରଂଜନ ବିଶ୍ୱାଳ, […]

ଓଡିଶା

ପୂରଣ ହେଲା ଜନସାଧାରଣଙ୍କ ଦାବି । ୧୪୪ ଧାରା ଲାଗୁ କରି ରାସ୍ତା ଚିହ୍ନଟ ଓ କାମ ଆରମ୍ଭ କଲା ପ୍ରଶାସନ…

ଢେଙ୍କାନାଳ, ୨୨/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୱାର୍ଡନଂ-୧୫ର ବହୁଚର୍ଚ୍ଚିତ ରାସ୍ତା ପାଇଁ ଆନ୍ଦୋଳନର ଅନ୍ତ ଘଟିଛି । ହିନ୍ଦୋଳ ପ୍ରଶାସନ ଜନତାଙ୍କ ଜରୁରୀ ଆବଶ୍ୟକତାକୁ ହୃଦୟଙ୍ଗମ କରି ତତ୍ପରତା ଦେଖାଇ ରାସ୍ତା ଚିହ୍ନଟ ଆରମ୍ଭ କରିଛନ୍ତି । ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିନ୍ଦୋଳ ଏନଏସିରୁ ସିଙ୍କୋଳ ପର୍ଯ୍ୟନ୍ତ ପିଡବ୍ଲ୍ୟୁଡି ରାସ୍ତାକାର୍ଯ୍ୟ ଚାଲୁ ରହିଥିବା ବେଳେ ଆଲୁସିଂରେ କିଛି ଗ୍ରାମବାସୀ ନିର୍ମାଣ କାର୍ଯ୍ୟରେ ବାଧାଦେଇ କରାଇ ଦେଉନଥିଲେ । ଫଳରେ ଦୀର୍ଘବର୍ଷ ଧରି ଏହି […]

ଓଡିଶା

ରାସ୍ତା ହେଲେ ବିରୋଧ ନ ହେଲେ ବି ବିରୋଧ, ଦ୍ୱନ୍ଦରେ ପ୍ରଶାସନ…

ହିନ୍ଦୋଳ, ୨୦/୦୬ : ରାସ୍ତା ନିର୍ମାଣରେ ବାଧାସୃଷ୍ଟି ଓ ରାସ୍ତା ନିର୍ମାଣ ବନ୍ଦ ଯୋଗୁଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ୱାର୍ଡନଂ-୧୫ର ଜନସାଧାରଣଙ୍କ ସହ ଆଖପାଖ ୪ଟି ପଂଚାୟତବାସୀ ହିନ୍ଦୋଳ ଉପଜିଲ୍ଲାପାଳ, ତହସିଲ ଓ ଏନଏସି ଅଫିସ ଘେରାଉ କରିଛନ୍ତି । ଖବରରୁ ପ୍ରକାଶ ହିନ୍ଦୋଳ ଏନଏସିରୁ ଆରମ୍ଭ ହୋଇଥିବା ୱାର୍ଡନଂ-୧୫ର ସିଙ୍କୋଳ, ଜାମ୍ମୁ ସାହି, ନୁଆସାହି, ବରଗୋଜ, କୁଳିଆତୋଟା ଓ ନୂଆପାଟଣା ଦେଇ ରାସୋଳ, ମାଧପୁର, ଇଲିରିସିଙ୍ଗା ପଂଚାୟତକୁ ସଂଯୋଗ କରୁଥିବା ରାସ୍ତାଟି ରାଜ୍ୟସରକାରଙ୍କ ଦ୍ୱାରା […]

ଓଡିଶା

ରକ୍ତ ଶିକୁଳି ଜନିତ ରକ୍ତହୀନତା ନିରାକରଣ ସମ୍ବନ୍ଧୀୟ ସଚେତନ କର୍ମଶାଳା

ହିନ୍ଦୋଳ, ୨୦/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ସଭାଗୃହରେ ଜାତୀୟ ସେବା ଯୋଜନା ପକ୍ଷରୁ ରକ୍ତ ଶିକୁଳି ଜନିତ ରକ୍ତ ହୀନତା ନିରାକରଣ ସମ୍ପର୍କିତ ସଚେତନ ମୂଳକ ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଦୁଦୁରକୋଟସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା. ସରୋଜ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଉପସ୍ଥିତ […]