ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହେଲା ଉତ୍କଳ ବିକାଶ ପରିଷଦ
ବାରାପାଟ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହେଲା ଉତ୍କଳ ବିକାଶ ପରିଷଦ । କଟକ ସଦର ବ୍ଲକ ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ଥ ବାରାପାଟରେ ଥିବା ଦୁଇଶହ ହେକ୍ଟରରୁ ଉର୍ଦ୍ଧ ଚାଷ ଜମି ଦୀର୍ଘବର୍ଷ ହେବ ବର୍ଷାଦିନେ ବାରାପାଟର ପାଟ ନାଳୀରୁ ଜଳନିଷ୍କାସନ ହୋଇ ନ ପାରିବାରୁ ଫସଲ ନଷ୍ଟ ହୁଏ । ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷ କରେ କିନ୍ତୁ ଅମଳ କରିପାରେ ନାହିଁ । ସରକାରଙ୍କ […]