ଓଡିଶା

ରାଜ୍ୟର ଅବହେଳିତ ଡାକ୍ତରଖାନା, ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ଶୁଭଦୃଷ୍ଟିକୁ ଅପେକ୍ଷା…

ହିନ୍ଦୋଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ନଥିବାରୁ ରୋଗୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନାହିଁ । ଫଳରେ ବାଧ୍ୟ ହୋଇ ଡାକ୍ତରଖାନାରୁ ମୁହଁ ଫେରାଉଛନ୍ତି ସାଧାରଣ ରୋଗୀ ।  ଦିନ ଥିଲା ବିଭିନ୍ନ ବିଭାଗୀୟ ବିଶେଷଜ୍ଞ ଡାକ୍ତରଙ୍କ ସହିତ ୧୦/୧୨ ଜଣ ଡାକ୍ତରଙ୍କୁ ନେଇ ଏଠାରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯାଉଥିଲା । ଡ଼ାକ୍ତରଖାନା ପରିସରରେ ଗହଳି ଚହଳି ଲାଗି ରହୁଥିଲା […]

ଓଡିଶା

ତିଳ ତିଳ ହୋଇ ମରୁଛି ପୁଅ; ବାପା ସମ୍ଭାଳୁଛି କୋହ…

ଓଡାପଡା : ମା ଛେଉଣ୍ଡ ଅଭିଆଡ଼ି ଭେଣ୍ଡିଆ ପୁଅ । ଭାଇ ଭଗାରିଆ ସମାଜରେ ସାହାରା କହିଲେ ବୁଢ଼ା ବାପାଟିଏ । ନାଁ ତାଙ୍କର ଆଗକୁ କିଏ -ନାଁ ପଛକୁ କିଏ ଅଛି । ଖଟିଖିଆ ମଳି ମୁଣ୍ଡିଆ ଲୋକ ଏମାନେ । ପର ପାଖରେ ମୂଲ ଲାଗିଲେ ଘରେ ଚୁଲୀ ଜଳୁଥିଲା । ଆଉ ବୁଢ଼ା ବାପା ପେଟରେ ଦାନା ପଶୁଥିଲା । ହେଲେ ଏବେ ବାପା ମନ ଆଉ ବୁଝୁନି । କାରଣ ବାପା […]

ଓଡିଶା

ସ୍ବାସ୍ଥ୍ୟ ଆମ ପାଇ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଏଥିପାଇଁ ଖର୍ଚ୍ଚ ହେଉଛି ୧୫୦୦ କୋଟି ଟଙ୍କା…

ଭୁବନେଶ୍ବର : ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂଘର ମିଳିତ ସହଯୋଗରେ ଚତୁର୍ଥ ସ୍ବାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଇସିସି ଓଡିଶାର ଅଧ୍ୟକ୍ଷ ଜେବି ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କିର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉନ୍ନୟନ କମିସନର ତଥା ଜଳ ସଂପଦ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ ଯୋଗ ଦେଇ କହିଥିଲେ ଯେ, ସ୍ବାସ୍ଥ୍ୟ ଆମ ପାଇ ଗୁରୁତ୍ୱପୂର୍ଣ୍ଣ […]

ଓଡିଶା

ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ରାମଚନ୍ଦ୍ରପୁର ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ । ଏ ନେଇ ବିଇଓ କାର୍ଯ୍ୟାଳୟରେ ଦାବି ରଖିଛନ୍ତି ଉଭୟ ପକ୍ଷ । ରାମଚନ୍ଦ୍ରପୁର ବିଦ୍ୟାଳୟରେ ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଖାଦ୍ୟ ଯୋଗାଇ ଆସୁଛନ୍ତି । ଗୋଟେ ପଟେ ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଖାଦ୍ୟ ସଠିକ୍ ମାନର ରହିଥିବା ଦୃଢୋକ୍ତି ପ୍ରକାଶ କରିବା ସହ […]

ଓଡିଶା

ବେଗୁନିଆପଡାରେ ପୋଷଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆପଡା : ବେଗୁନିଆପଡା ସମନ୍ୱିତ ଶିଶୁ ଵିକାଶ ପ୍ରକଳ୍ପ ଅଧୀନରେ ଥିବା ବ୍ଲକର ୭ଟି ଅଙ୍ଗନୱାଡି ସେକ୍ଟର ଓ ବେଗୁନିଆପଡା ବ୍ଲକରେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ପୋଷଣ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ସପ୍ତାହ ଧରି ବିଭିନ୍ନ ସେକ୍ଟରରେ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା । ଅନ୍ତିମ ଦିବସରେ କୋଦଳା ଏନ୍ଏସି ଅଙ୍ଗନୱାଡି ସେକ୍ଟର, ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ଓ ବେଗୁନିଆପଡା ପଞ୍ଚାୟତ ପରିସରରେ ଏହି […]