ଓଡିଶା

ବେଆଇନ ଘରୋଇ କ୍ଲିନିକ୍ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମର ଚଢ଼ାଉ…

କୋରାପୁଟ, (ଏଫ୍ଟୁଏସ୍/ ପି. ଧର୍ମାରାଜୁ) : କୋରାପୁଟ ଜିଲ୍ଲା ମାଓ ଇଲାକା ନାରାୟଣପାଟଣା ବ୍ଲକ ସଦର ମହକୁମା ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଥିବା ଡି.ପି ଚୌଧୁରୀ କ୍ଲିନିକ ଉପରେ ଚଢାଉ । କୋରାପୁଟ ଜିଲ୍ଲା ସିଡିଏମଓ ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଏହି ସମୟରେ ସେଠାରେ ନିଜକୁ ଏକ ସ୍ୱାସ୍ଥ୍ୟ ଟେକ୍ନି୍ସିଆନ୍ କହୁଥିବା ବ୍ୟକ୍ତି ଛତ୍ରଭଙ୍ଗ ଦେଇ ଦଉଡି ପଲାଇ ଯାଇଥିଲେ । […]

ଓଡିଶା

କର୍କଟ ରୋଗରେ ପୀଡିତ ୩ ବର୍ଷର କ୍ଷିତୀଶ, ସହାୟତା ପାଇଁ ପିତାମାତାଙ୍କ ଆକୁଳ ନିବେଦନ…

ସାଲେପୁର, (ଏଫ୍ ଟୁ ଏସ୍ /ଅଭୟ ଜେନା) : ବିବାହର ୯ ବର୍ଷ ପରେ ଦମ୍ପତ୍ତିଙ୍କ କୋଳକୁ ଆସିଥିଲେ କ୍ଷିତୀଶ । କ୍ଷିତୀଶଙ୍କୁ ପାଇ ବାପା-ମାଙ୍କ ଜୀବନ ସାର୍ଥକ ହୋଇଥିଲା । ହେଲେ ସେମାନଙ୍କ ଖୁସି ବେଶି ଦିନ ନଥିଲା । ପୁଅ ଜନ୍ମର କିଛି ଦିନରେ ଜଣାପଡିଲା କ୍ଷିତୀଶ କ୍ୟାନ୍ସର ଭଳି ଦୁରାତ୍ମ ରୋଗରେ ପୀଡିତ । ଏ କଥା ଶୁଣି ବାପା-ମାଙ୍କ ପାଦ ତଳୁ ମାଟି ଧସିଗଲା ଯେମିତି । କଟକ ଜିଲ୍ଲା ମାହାଙ୍ଗା […]

ଓଡିଶା

ରାଜ୍ୟ ସରାକରଙ୍କ ଉପରେ ବର୍ଷିଛନ୍ତି ଦଶ ହଜାର ପାଂଚ ଶହ ଠିକା ସ୍ୱାସ୍ଥ୍ୟ କର୍ମଚାରୀ…

ଭୁବନେଶ୍ୱର, ୧୯/୩ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଚୁକ୍ତିଭିତିକ ନିଯୁକ୍ତ ପ୍ରଥା ଉଚ୍ଛେଦ ଘୋଷଣା ଓ ଏ ସମ୍ପର୍କିତ ସରକାରୀ ବିଜ୍ଞପ୍ତିକୁ ଞ୍ଚଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘଞ୍ଚ ଦୃଢ଼ ସମର୍ଥନ ସହିତ ସ୍ୱାଗତ କରୁଛି । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଯେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିଭିନ୍ନ ଜନହିତୈସି ଯୋଜନାକୁ ଦୀର୍ଘ ୧୫ ବର୍ଷ ଧରି ସଫଳ ରୂପାୟନ ସହିତ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଏକଦୃଢ଼, ଉନ୍ନତ ଓ ପ୍ରଗତିଶୀଳ କରାଇ […]

ଓଡିଶା

ବେଗୁନିଆପଡା ବ୍ଲକରେ ଫାଇଲେରିଆ ରେସିଓ ୬.୩୩

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଫାଇଲେରିଆ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ଏଥର ଫାଇଲେରିଆ ରେସିଓ ୬.୩୩ ଥିବା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଏ ନେଇ ସଚେତନତା କରାଯାଉଛି । ଏହି ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକ ସଭା ଗୃହରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ, ସୋମନାଥ ସେଠି, ଏବିଡ଼ିଓ ନିରଞ୍ଜନ ବେହେରା, ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, […]

ଓଡିଶା

ଖଡିଆଗୁଡାରେ ଝାଡାବାନ୍ତିରେ ୧୫ ଆକ୍ରାନ୍ତ, ୨ ମୃତ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତ ଖଡିଆଗୁଡ଼ା ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ ଖଡ଼ିଆଗୁଡ଼ା ଗ୍ରାମର ମାଝୀ ସାହିର ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଜଣ ଝାଡ଼ାବାନ୍ତି ଓ ଜ୍ଵରରେ ଆକ୍ରାନ୍ତ ହୋଇଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ୮ଦିନ ହେଲା ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନଥିଲା । ଦୁଇଜଣଙ୍କ ମୃତ୍ୟୁ ଘଟିବାପରେ […]