ଶ୍ରୀକ୍ଷେତ୍ର ପୁରୀର ଅନନ୍ୟ ପରମ୍ପରା ଗୋଶାଣୀ ମେଳଣ
ଶ୍ରୀକ୍ଷେତ୍ର ପୁରୀରେ ଶାରଦୀୟ ଉତ୍ସବ ପାରମ୍ପରିକ ରୀତିରେ ସମ୍ପର୍ଣ୍ଣ ହୋଇଥାଏ। ଦଶହରା ପରଦିନ ଏଠାରେ ଗୋଶାଣୀ ମେଳଣ ଅନୁଷ୍ଠିତ ହୋଇଥାଏ। ଶାରଦୀୟ ପାର୍ବଣର ଶେଷ ଦିନରେ ସଂଗଠିତ ଏହି ଦିବ୍ୟ ମେଳଣରେ ପ୍ରଦର୍ଶିତ ବିବିଧ ପ୍ରତିମା ସମ୍ପୂର୍ଣ୍ଣ ପାରମ୍ପରିକ ଶୈଳୀରେ ସ୍ଥାନୀୟ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ।ଏଥିରେ ମୁଖ୍ୟତଃ ପ୍ରତିମା ଗଠନରେ ମୂର୍ତ୍ତିକାର, ଚିତ୍ରକାର ଓ ଜଡ଼ଉତ ବା ଅଳଙ୍କରଣ ପାଇଁ ସୋଲ ଶିଳ୍ପୀଙ୍କ ଅବଦାନ ରହିଥାଏ । ଅଧିକାଂଶ ପ୍ରତିମା ଗଠନରେ ମୂର୍ତ୍ତି ଓ ଚିତ୍ରଣ […]