ଓଡିଶା

ହରଙ୍କ ନେତୃତ୍ୱରେ ପୁଣି ଏକାଠି ହେଲା ବିଜେଡି…

ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରସ୍ତୁତି ବୈଠକଗଞ୍ଜାମ, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ପୁଣି ଥରେ ସଂଗଠିତ ହେବ ବିଜୁ ଜନତା ଦଳ । ପଦଯାତ୍ରା ଓ ସଦସ୍ୟତା ଅଭିଯାନ ଜୋରଦାର କରାଯିବ । ଲୋକଙ୍କ ପାଖରେ ପହଞ୍ଚିବେ ନେତା । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ହରପ୍ରସାଦ ସାହୁଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ଏନ୍ଏସିଠାରେ ବିଜୁ ଜନତା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବରୁ ମନାନ୍ତର ଓ ମତାନ୍ତରକୁ ଭୁଲି କବିସୂର୍ଯ୍ୟନଗର […]

ଓଡିଶା

ସାମ୍ବାଦିକଙ୍କ ମୌଳିକ ସମସ୍ୟା ଦିଗରେ ସ୍ୱର ଉଠାଇବ ବେଗୁନିଆପଡ଼ା ସାମ୍ବାଦିକ ସଂଘ…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ସାମ୍ବାଦିକମାନଙ୍କୁ ନେଇ କୋଦଳା ହନୁମାନ ମନ୍ଦିର ପରିସରରେ ଏକ ସାମ୍ବାଦିକ ସଂଘ ଗଠିତ ହୋଇଯାଇଛି । ବୈଠକରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରାଯିବା ପରେ ବେଗୁନିଆପଡ଼ା ସାମ୍ବାଦିକ ସଂଘ ନାମରେ ଏହି ସଂଘ ଗଠିତ ହୋଇଛି । ନବଗଠିତ ସଂଘରେ ସର୍ବସମ୍ମତି କ୍ରମେ ବିଜୟ କୁମାର ନାୟକଙ୍କୁ ସଭାପତି, ପବିତ୍ର କୁମାର ରାଉତଙ୍କୁ ସଂପାଦକ, କୃଷ୍ଣ ଚନ୍ଦ୍ର ପଲେଇଙ୍କୁ ଉପ ସଭାପତି ଭାବେ ଚୟନ କରାଯାଇଛି […]

ଓଡିଶା

ଶ୍ରମ ବିଭାଗର ଚଢାଉ, ବେଗୁନିଆପଡ଼ା ହୋଣ୍ଡା ସୋରୁମରୁ ୨ ଶିଶୁ ଶ୍ରମିକ ଉଦ୍ଧାର…

ଗଞ୍ଜାମ, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨ ଜଣ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୧୪ ବର୍ଷରୁ କମ୍ ଶିଶୁକୁ ଛତ୍ରପୁର କାର୍ଯ୍ୟାଳୟକୁ ଅଣାଯାଇଛି । ବେଗୁନିଆପଡ଼ା ସ୍ଥିତ ସ୍ୱୟମ୍ ହୋଣ୍ଡା ସୋରୁମରୁ ୨ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଏହି ଅଚାନକ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ସୋ ରୁମରେ ଏମାନଙ୍କୁ […]

ଓଡିଶା

ମୋହନ ସରକାରକୁ ଦୋମୁହାଁ ସରକାର କହି ବର୍ଷିଲା ବିଜେଡି…

ବେଗୁନିଆପଡା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ମୋହନ ସରକାର ନିର୍ବାଚନ ଇସ୍ତାହାର ଭୁଲି ଯାଇଛନ୍ତି । ବିଜେପି ସରକାରର କଥା ଗୋଟିଏ ଆଉ କାମ ଅଲଗା । ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଲଲିପପ ଦେଖାଉଛି ବିଜେପି । ଏହିଭଳି ଅଭିଯୋଗ କରି ମୋହନ ସରକାର ଉପରେ ବର୍ଷିଛି ବିଜେଡି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ବିଜେଡି ପକ୍ଷରୁ ଏ ନେଇ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳଙ୍କୁ ଉଦେଶ୍ୟରେ ପ୍ରଦାନ […]

ଓଡିଶା

କୁମାରୀପାରି ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ…

ଗଞ୍ଜାମ, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କୁମ୍ଭୀର ଗାଁ ପଂଚାୟତର କୁମାରୀପାରି ଗାଁରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ । କୁମାରୀପାରି ଗାଁ ଦୋକାନରେ ଚା ପିଉଥିବା ବେଳେ ଆକ୍ରମଣ । ଆକ୍ରମଣରେ ଶିକାର ହୋଇଥିବା ଯୁବକ ଜଣକ ହେଲେ ପ୍ରମୋଦ ତାରିଣୀଙ୍କ ପୁଅ ସୁଶାନ୍ତ କୁମାର ତାରିଣୀ । ଏ ନେଇ ବେଗୁନିଆପଡା ଥାନାରେ ଅଭିଯୋଗ । ତଥ୍ୟ ଅନୁସାରେ, ସୁଶାନ୍ତ ଗାଁ ଦୋକାନରେ ବସି ଚା […]

ଓଡିଶା

ବେଗୁନିଆପଡା ବ୍ଲକରେ ସଫ୍ଟ ଟିମ୍ ସଦସ୍ୟଙ୍କୁ ତାଲିମ…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ସୋଶିଆଲ ଅଡିଟ ଫେସିଲେସନ ଟିମ ସଦସ୍ୟଙ୍କୁ ତାଲିମ ପ୍ରଦାନ କରାଯାଇଛି l ଏହି ତାଲିମ ଆସନ୍ତା ଶୁକ୍ରବାର ଦିନ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ କରାଯିବ । ଏହି ଟିମର ସଦସ୍ୟମାନେ ବିଦ୍ୟାଳୟର ଭିତ୍ତିଭୂମି, ଶ୍ରେଣୀ ଗୃହ, ଶୌଚାଳୟ, ମଧ୍ୟାହ୍ନ ଭୋଜନ, ଖେଳ ପଡିଆର ସ୍ଥିତି ବିଷୟରେ ସମୀକ୍ଷା କରିବେ । ଏଥି ସହିତ କେତେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ତାହାର ରିପୋର୍ଟ ପ୍ରଦାନ କରିବେ । ଏହି […]

ଓଡିଶା

ବିଦ୍ୟାଳୟରୁ ଅବସର ନେଲେ ହିନ୍ଦୀ ଶିକ୍ଷକ ସୌଭାଗ୍ୟ କୁମାର ମିଶ୍ର…

ଗଞ୍ଜାମ : କାଳିମେଘି ଜାଗିଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ମିଶ୍ରଙ୍କ ଅଵସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କାଳିମେଘି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀ, ସମିତି ସଭ୍ୟ ଶ୍ରୀମତୀ ନୟନୀ ଗୌଡ଼, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବଳରାମ ଜେନା, ଶ୍ରୀଯୁକ୍ତ ବିଶ୍ଵାମିତ୍ର ତ୍ରିପାଠୀ, ଶ୍ରୀଯୁକ୍ତ ଅମର ଜେନା, ଶ୍ରୀଯୁକ୍ତ ଜଟେଶ୍ୱର ଦାଶ ଏବଂ […]

ଓଡିଶା

ବେଗୁନିଆପଡ଼ାରେ ମାଣ୍ଡିଆ ଚାଷୀଙ୍କ ଅସନ୍ତୋଷ, ଏଯାଏଁ ମିଳିନି ବିହନ…

ଗଞ୍ଜାମ, (ଏଫ୍ ଟୁ ଏସ୍/ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ଚାଷୀମାନଙ୍କୁ ମାଣ୍ଡିଆ ବିହନ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି । ନିର୍ଦ୍ଧାରିତ ସମୟରେ ଯଦିଓ କୃଷି କାର୍ଯ୍ୟାଳୟରେ ମାଣ୍ଡିଆ ବିହନ ପହଞ୍ଚି ସାରିଛି, କିନ୍ତୁ ଏଯାଏଁ ମାଣ୍ଡିଆ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇନାହିଁ । ଯାହାକୁ ନେଇ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଚାଷୀ ଅସନ୍ତୋଷ ଦେଖିବାକୁ ମିଳୁଛି । ଖାଦ୍ୟରେ ପୋଷଣ ଥିବା କ୍ଷୁଦ୍ର ଖାଦ୍ୟ ଶସ୍ୟ ଗୁଡ଼ିକର ବ୍ୟବହାର […]

ଓଡିଶା

ସରକାର ବଦଳିଗଲା, ମାତ୍ର ପ୍ରଶାସନିକ ଅଧିକାରୀଙ୍କ ତାଉ ଯାଉନି…

କୋଦଳା, ୨୯/୬ : ଜଣେ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ମଧ୍ୟରେ ତୁ ତୁ ମେ ମେ । ଫୋନରେ ଅଶାଳୀନ ବ୍ୟବହାରରେ ବାର୍ତ୍ତାଳାପ ହେଉଥିବା ଅଡିଓ କଲ୍ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ହେଉଛି ଭାଇରଲ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲଦାର ଓ କୋଦଳା ବିଜେପି ନେତା ତଥା ଏନଏସି ଅଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଅଧ୍ୟକ୍ଷଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି ପ୍ରଶାସନିକ ଅଧିକାରିଣୀ ତଥା […]

ଓଡିଶା

ବସୁମତୀ ଜେନା ବ୍ଲକ ଟପ୍ପର…

ଯୁକ୍ତ ଦୁଇ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କଲା ନବଘନ ନାୟକ ଡିଗ୍ରୀ କଲେଜ… ବେଗୁନିଆପଡା, ୨୮/୦୫ : ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳରେ ସଫଳତାର ଶୀର୍ଷ ଛୁଇଁଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ପି. ନୂଆଗାଁ ସ୍ଥିତ ନବଘନ ନାୟକ ଡିଗ୍ରୀ କଲେଜ । ସୂଚନା ଅନୁଯାୟୀ ଉକ୍ତ ମହା ବିଦ୍ୟାଳୟର ୧୦୭ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ କୃତକାର୍ଯ୍ୟ […]