ଓଡିଶା

ବୈଷ୍ଣବ ପାଣିଙ୍କୁ ଭାରତରତ୍ନ ପାଇଁ ଉଠିଲା ଦାବୀ

ମାହାଙ୍ଗା, (ଏଫ୍ଟୁଏସ୍/ ଅଭୟ ଜେନା) : ଓଡିଆ ଭାଷାରେ ଶହଶହ ଗୀତିନାଟ୍ୟ ସୃଷ୍ଟି କରିଛନ୍ତି ଗଣକବି ବୈଷ୍ଣବ ପାଣି । ତା’ଙ୍କ ନାଟକ ଯେମିତି ଜୀବନ୍ତ, ସେମିତି ବାସ୍ତବଧର୍ମୀ । ଯାହାକୁ ଶହେ ବର୍ଷ ପରେ ମଧ୍ୟ ଲୋକେ ରାତି ଉଜାଗର ରହି ଦେଖୁଛନ୍ତି । ଗଣକବି ଥିଲେ ଜଣେ କ୍ରାନ୍ତିକାରୀ ଲେଖକ । ବ୍ରିଟିଶ ସରକାରଙ୍କଠାରୁ ରାୟ ବହାଦୁର ଉପାଧି ଗ୍ରହଣ କରିବାକୁ ତା’ଙ୍କ ନାଆଁ ବହୁବାର ସୁପାରିଶ ହୋଇଥିଲା । ତେବେ ସରକାରୀ ବିରୋଧି […]

ଓଡିଶା

ତିରୋଧାନ ତିଥିରେ ଗଣକବି ବୈଷ୍ଣବ ପାଣିଙ୍କୁ ଶ୍ରଦ୍ଧାଞ୍ଜଳି…

ସାଲେପୁର, ୯/୫ : ଗଣକବି ସ୍ମୃତି ସଂସଦ ଏବଂ ଶରତ କର ଅନିମା କର ଫାଉଣ୍ଡେସନ ପକ୍ଷରୁ ଓଡ଼ିଆ ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ସ୍ରଷ୍ଠା ଗଣକବି ବୈଷ୍ଣବ ପଣିଙ୍କ ୬୮ ତମ ସ୍ମୁତି ଉତ୍ସବ ଜନ୍ମମାଟି କୋଠପଦାଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଜାତି ଏବଂ ଓଡ଼ିଆ ଭାଷାର ଅସ୍ମିତାକୁ ନେଇ ଲେଖନୀ ଚାଳନା କରିଥିବା ବୈଷ୍ଣବ ପଣି ବୈଶାଖ ଅମାବାସ୍ୟାରେ ବିଦାୟ ନେଇଥିଲେ ମଧ୍ୟ ଆଜିବି ତାଙ୍କୁ ଜନ୍ମମାଟି ଝୁରୁଛି ବୋଲି ଅତିଥି ମାନେ କହିଥିଲେ […]

ଓଡିଶା

ଗଣକବି ବୈଷ୍ଣବ ପାଣି ସ୍ମୃତି ରକ୍ଷାପାଇଁ ସଂଗ୍ରହାଳୟ ସ୍ଥାପନ ନିମନ୍ତେ ୬୮ ବର୍ଷର ଦାବି

ସେ ମୁକୁଟ ବିହୀନ ଗୀତିନାଟ୍ୟ ସମ୍ରାଟ l ଗଣ ହୃଦୟର କବି l ପ୍ରଥିତଯଶା ସାରସ୍ୱତ ସାଧକ l ସେ ହେଉଛନ୍ତି ଗଣକବି ବୈଷ୍ଣବ ପାଣି l ସେ ପୁଣି ନାଟୁଆ, ଭାଟୁଆ, ଦରିଦ୍ର ଯାତ୍ରାବାଲା l ଶହେବର୍ଷ ତଳେ ଲୋକେ ରାତି ରାତି ଅନିଦ୍ରା ହେଇ ଯାହାଙ୍କ ନାଟକ ଦେଖୁଥିଲେ, ଆଜିବି ତାଙ୍କ ନାଟକକୁ ନେଇ ରହିଛି ସେହି ଉତ୍ସାହ ଏବଂ ଉନ୍ମାଦନା । ତେବେ ବିଗତ ୨ ବର୍ଷ ହେଵ କରୋନା କଟକଣା କାରଣରୁ […]

ଓଡିଶା

ବୈଷ୍ଣବ ପାଣିଙ୍କ କାଳଜୟୀ ସୃଷ୍ଟି ସଂଭାର ଚିର ଅମଳିନ…

ପ୍ରଥିତଯଶା ସାରସ୍ୱତ ସାଧକ, ଓଡ଼ିଆ ଯାତ୍ରା ନାଟକର କିମ୍ବଦନ୍ତୀ ପୁରୁଷ, ଗଣକବି ବୈଷ୍ଣବ ପାଣିଙ୍କ ୬୬ ତମ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କବିଙ୍କ  ଜନ୍ମମାଟି କୋଠପଦାରେ ଆୟୋଜିତ ହୋଇଯାଇଛି । ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ମାହାଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, କବି ପ୍ରଶାନ୍ତ କର, ସରପଞ୍ଚ ନଳୀନିପ୍ରଭା ପ୍ରଧାନ, ସମିତିସଭ୍ୟା ସୁପ୍ରଭା ସାମଲ, ଛାତ୍ର ବିଜେଡି ବ୍ଲକ ସଭାପତି ତ୍ରିନାଥ ଜେନା, […]