ଓଡିଶା

କାଶୀନଗର ବ୍ଲକରେ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ…

ଗଜପତି : କାଶୀନଗର ବ୍ଲକର ଖାରଡା ଗ୍ରାମର ବିନାୟକ ମହାପାତ୍ର ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରକଳ୍ପ ପ୍ରତିଯୋଗିତାରେ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ ରବି କୁମାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଚଳିତବର୍ଷର ମୁଖ୍ୟ ବିଷୟ “ସ୍ୱାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥାକୁ ଜାଣିବା” ଉପରେ ଆଲୋକପାତ କରିଥିଲେ ଉପସ୍ଥିତ ଅତିଥି । ପିଲାଙ୍କ ଜାତୀୟ […]

ଓଡିଶା

ଓଡିଶାରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ସ୍ପେନ୍ ଦମ୍ପତ୍ତି…

ଗଜପତି : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଦୁଇ କନ୍ୟାଙ୍କୁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ସ୍ପେନ୍ ଦେଶର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଉଦୟଗିରି ଅଞ୍ଚଳର ଏହି ଶିଶୁ ମାନେ କୋଭିଡ଼ ମହାମାରି ସମୟରେ ସେମାନଙ୍କ ମାତା ଓ ପିତାଙ୍କୁ ହରାଇଥିଲେ । ସେମାନଙ୍କୁ ଜିଲ୍ଲାପାଳଙ୍କ ନେତୃତ୍ବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ ଉଦ୍ଧାର କରି ସେମାନଙ୍କର […]

ଓଡିଶା

ଲୋକନୃତ୍ୟ ଯେକୌଣସି ଦେଶର ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଗଜପତିରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ।

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ପ୍ରଶିକ୍ଷଣ ପରିଷଦ, ଭୁବନେଶ୍ୱର ଆନୁକୁଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶରେ ଗଜପତି ଜିଲ୍ଲାସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ […]

ଓଡିଶା

ବିଜେଡିର ଏକଛତ୍ରବାଦ ଶାସନ । ଫଳକରେ ରହିଲାନି ବିଜେପି ବିଧାୟକଙ୍କ ନାମ…

ଗଜପତି : ଗଜପତିରେ ତେଜିଲା ଫଳକ ରାଜନୀତି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜଙ୍ଗମ ସାହି ଛକରେ ଆର୍.ଉଦୟଗିରି ମାର୍କେଟିଂ କୋପରେଟିଭ୍ ସୋସାଇଟି ପକ୍ଷରୁ ନୂତନ ଭାବେ ନିର୍ମିତ ପେଟ୍ରୋଲ ପମ୍ପ ଉଦଘାଟନ ଫଳକରେ ପାରଳା ବିଧାୟକଙ୍କ ନାମ ନ ଥିବାକୁ ନେଇ ପ୍ରତିବାଦ କରିଥିଲା ବିଜେପି । ଏ ନେଇ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ବିଜେପି ସମର୍ଥକ ଦଳୀୟ ପତାକା ନେଇ ଉଦଘାଟନ ସ୍ଥଳରେ ପହଞ୍ଚି ଫଳକର ଆବରଣକୁ […]

ଓଡିଶା

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସହନ ଯୋଜନାରେ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ

ଗଜପତି : ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ପ୍ରିୟଙ୍କା ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରାଜପୁରର ନାଲଘଟ ଗ୍ରାମର ସମନ୍ନାଥ ମାଝୀଙ୍କ ଝିଅ ଅଟନ୍ତି ସୁଶ୍ରୀ ପ୍ରିୟଙ୍କା । ଘରେ ୨ ଭାଇ ସ୍ଥାନୀୟ ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ବାପା ଜଣେ ଗରିବ କୃଷକ ହୋଇଥିବାରୁ ସେ ନିଜ […]

ଓଡିଶା

ଦାବି ପୂରଣ ନ କଲେ ସରକାରୀ କାମ ବନ୍ଦ ହେବ, ସାମୁହିକ ଛୁଟିରେ ରହିବା କର୍ମଚାରୀ

ଗଜପତି : ଗଜପତି ଜିଲ୍ଲା ମିଳିତ ଅମଲା ମଞ୍ଚର ପ୍ରତିବାଦ । ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ମିଳିତ ଅମଲା ସଙ୍ଘ ତରଫରୁ ପ୍ରତିବାଦ ସ୍ବରୂପ କଳାବ୍ୟାଚ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । କନିଷ୍ଠ ସହାୟକଙ୍କ ବେତନ ଲେବଲରେ ୪ରୁ ଲେବଲ ୯କୁ ବୃଦ୍ଧି କରିବା ନିମନ୍ତେ ୨୦୧୭ ରୁ ସରକାରଙ୍କ ନିକଟରେ ଦାବି କରି ଆସୁଛି ସଂଘ । ହେଲେ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସେମାନଙ୍କ ଏହି ସମସ୍ୟାର […]

ଓଡିଶା

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ କୃଷି ଡ୍ରୋନ ଏବଂ ହାଇବ୍ରିଡ୍ ବିହନ ଅବଗାହନ କୃଷକ ସଭା ଅନୁଷ୍ଠିତ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ଆର୍.ସୀତାପୁରରେ ଥିବା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରିୟମ ହଲରେ କୃଷି ଡ୍ରୋନ ଏବଂ ହାଇବ୍ରିଡ଼ ବିହନ ଅବଗାହନ ସଭା ଚାଷୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରେସିଭ ଚାଷୀ, ବିହନ ଓ ସାର ବିକ୍ରୟ ଦୋକାନୀ, ସମବାୟ ଡିଲର, କୃଷି ସହ ଜଡ଼ିତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଥିରେ କମ୍ପାନୀ ତାଙ୍କର ସୁପେରୀଓ ହାଇବ୍ରିଡ୍ ଧାନ (ରୋଇଜ୍ ୧୦୦), ମକା (ଆମେଜ୍ […]

ଓଡିଶା

କବି ଶ୍ରୀ ଜୟଦେବ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ

ଗଜପତି : ଗଜପତି ଜିଲ୍ଲା ସଂସ୍କୃତି ବିଭାଗ ଓ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୁଲ୍ୟରେ ଶ୍ରୀ ଜୟଦେବ ଜୟନ୍ତୀ ପାଳନ କରାଯିବା ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଡ଼. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ  ସଂଗ୍ରାମ ଶେଖର ପଣ୍ଡା ଯୋଗ ଦେଇଥିଲେ । ଏଥିରେ ଅଧ୍ୟାପକ ସୌଦାଗର […]

ଓଡିଶା

ଆଦିବାସୀ ଜନଜାତି ପାଇଁ ଖସଡା ପ୍ରସ୍ତୁତ । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

ଗଜପତି (ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରିୟମ ରଇତ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁ, ଜିଲ୍ଲା ମଙ୍ଗଳ […]

ଓଡିଶା

ଜିଲ୍ଲାସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି (ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଗୋ ପାଳନ ବିଷୟରେ ଚାଷୀଙ୍କୁ ତାଲିମ ପ୍ରଦାନ କରିବ । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗିରିଶ କୁମାର ମହାନ୍ତି ଯୋଗ […]