ଓଡିଶା

ଅଞ୍ଚଳବାସୀଙ୍କ ଦୁଃଖର ସାଥି ନୂଆ ବିଧାୟକ…

ଗଜପତି, ୨୯/୬ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଞ୍ଚଳର ଜନସାଧାରଣ ନବ ନିର୍ବାଚିତ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । କୃଷ୍ଣଚନ୍ଦ୍ରପୁର, ଗୁମ୍ମା ଖ୍ରୀଷ୍ଟିଆନ୍ ସାହି, ପାଇକ ସାହି, ଆଶ୍ରୟଗଡ ଇତ୍ୟାଦି ଅଞ୍ଚଳବାସୀ ବିଧାୟକଙ୍କୁ ସ୍ଵାଗତ କରିଛନ୍ତି । ବିଶାଳ ପଟୁଆର, ବିଭିନ୍ନ ସ୍ଲୋଗାନ, ଡିଜେର ତାଳେ ତାଳେ ନୃତ୍ୟ ସହ ବାଣ ଫୁଟାଇ ଅଦିନିଆ ଦୀପାବଳୀର ଭ୍ରମ ସୃଷ୍ଟି କରୁଥିଲା । ସ୍ଥାନେ ସ୍ଥାନେ ପୁଷ୍ପ ଗୁଚ୍ଛ, […]

ଓଡିଶା

ବାରମ୍ବାର ବିଦ୍ୟୁତ କାଟ୍; ପେଶି ହେଉଛନ୍ତି ସାଧାରଣ ଜନତା

ଗଜପତି, ୨୯/୬ : ବାରମ୍ବାର ବିଦ୍ୟୁତ କାଟକୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଦୁଇ ଗ୍ରାମବାସୀ । ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ଅମରା ଓ ଡାଳିମ୍ବପୁରର ଗ୍ରାମବାସୀ ବାରମ୍ବାର ବିଦ୍ୟୁତ କାଟକୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବର୍ତ୍ତମାନ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ବିନା ବିଦ୍ୟୁତରେ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ଏଭଳି ପରିସ୍ଥିତିରେ ବାରମ୍ବାର ବିଦ୍ୟୁତ କାଟ୍ ହେଉଥିବାରୁ  ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି […]

ଓଡିଶା

ପାରଳାଖେମୁଣ୍ଡି ବିଜେପି କାର୍ଯ୍ୟାଳୟରେ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ…

ଗଜପତି, ୨୪/୦୬ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରେ ଜନସଂଘର ପ୍ରତିଷ୍ଠାତା ମହାନ ଜନ ନାୟକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ଭାବେ ସମଗ୍ର ଦେଶରେ ପାଳିତ ହୋଇଯାଇଛି । ଏହାର ଅନୁରୂପ ପ୍ରତିଫଳନ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି କେ ନାରାୟଣ ରାଓଙ୍କ ନିର୍ଦେଶନାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା […]

ଓଡିଶା

ଚାଷୀ ପ୍ରସ୍ତୁତ, ହେଲେ ଜଳସେଚନ ପାଇଁ କେନାଲ ଅବ୍ୟବସ୍ଥିତ…

ଗଜପତି, ୨୪/୦୬ : ଗଜପତିରେ ଚାଷ କାର୍ଯ୍ୟ ପାଇଁ ଚାଷୀ ପ୍ରସ୍ତୁତ । ମାତ୍ର ଜଳସେଚନ ପାଇଁ କେନାଲ ସଫେଇ ହୋଇ ନଥିବାରୁ ଚାଷୀ ଚାଷ କାମ କିପରି କରିବ ସେ ନେଇ ଏବେ ଚିନ୍ତାରେ । ଦକ୍ଷିଣ ଓଡ଼ିଶାର ଭାତହାଣ୍ଡି ଗଜପତି ଜିଲ୍ଲାର ଗୋଷାଣୀ, କାଶୀନଗର ବ୍ଲକ୍ ଏବଂ ପାରଳାଖେମୁଣ୍ଡି ଉପଖଣ୍ଡରେ ୩୫ ହଜାର ହେକ୍ଟର ଚାଷ ଜମି ଥିବା ବେଳେ ସେଥିରୁ ୨୯ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ । ଏହି […]

ଓଡିଶା

ରକ୍ତହୀନତା ବିଶେଷତଃ ଏକ ବଂଶଗତ ରୋଗ…

ଗଜପତି, ୨୦/୦୬ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ପରିସରରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ୍ମାନ ଭାରତ ଅନ୍ତର୍ଗତ ରକ୍ତ ଶିକୁଳି ରକ୍ତହୀନତା ନିରାକରଣ ଦିବସ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ପରିସଂଖ୍ୟାନ ଅଧିକାରୀ ଶ୍ରୀ ନେତ୍ରାନନ୍ଦ ଶତପଥୀ ଯୋଗଦେଇ ଛାତ୍ରୀମାନଙ୍କୁ ରକ୍ତ ଶିକୁଳିର କାରଣ […]

ଓଡିଶା

ବାରମ୍ବାର ବିଦ୍ୟୁତ କାଟକୁ ନେଇ ସ୍ମାରକପତ୍ର ପ୍ରଦାନ…

ଗଜପତି, ୨୦/୦୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଗଜପତି ବିକାଶ ସୁରକ୍ଷା ମଞ୍ଚର ଆବାହକ ଆମୋଦ କୁମାର ବର୍ଦ୍ଧନଙ୍କ ନେତୃତ୍ୱରେ ଗଜପତି ବିକାଶ ସୁରକ୍ଷା ମଞ୍ଚର ସଦସ୍ୟ ମାନେ ବାରମ୍ବାର ବିଦ୍ୟୁତ କାଟ ସମ୍ବନ୍ଧରେ ବିଦ୍ୟୁତ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ପଦ୍ମପୁର ବିଭାଗ ତଥା ତାରଙ୍ଗଡ଼ା ଓ ଜିଭା ପଞ୍ଚାୟତ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି […]

ଓଡିଶା କଳା ସଂସ୍କୃତି

ଅଭିଶପ୍ତ ରାଜଉଆସ, ପରିଚୟ ଅପେକ୍ଷାରେ…

ଗଜପତି ୧୭/୬: ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମ୍ଲାନ କୀର୍ତ୍ତି ଏବେ ମଳିନ ହୋଇ ନିଜର ଅସ୍ତିତ୍ବ ହରାଇବାକୁ ବସିଛି । ଜରାଜୀର୍ଣ୍ଣ ଅବସ୍ଥାରେ ଓଡିଶାର ଐତିହ୍ୟ । ରାଜାରାଜୁଡା ସମୟର ଆଧିପତ୍ୟ ଏବେ ରସାତଳଗାମୀ । ଗଜପତି ଜିଲ୍ଲାରେ ଅନେକ ଗୁଡିଏ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀ ରହିଛି । ସେଥିମଧ୍ୟରୁ ବିଏନ ପ୍ୟାଲାସ ବା ବୃନ୍ଦାବନ ପ୍ୟାଲେସ ହେଉଛି ଅନ୍ୟତମ । ଯାହା ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡି ରହିଛି । ଏହି ବୃନ୍ଦାବନ ନିବାସ ଗଜପତି ଜିଲ୍ଲା […]

ଓଡିଶା

ଓଡ଼ିଶାର ଚାଷୀ ଆନ୍ଧ୍ରର ଧାନ ବିହନ ପ୍ରତି ଆକୃଷ୍ଟ…

ଗଜପତି, ୩/୦୬ : ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉଛି ଗଜପତି ଜିଲ୍ଲା । ଏଠାକାର ମୁଖ୍ୟ ଜୀବନ ଜୀବିକା ହେଉଛି କୃଷି । ଏହି ଜିଲ୍ଲାରେ ୭ ଟି ବ୍ଳକ ଥିବା ବେଳେ ସେଥିମଧ୍ୟରୁ ତିନୋଟି ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ । ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ବର୍ତ୍ତମାନ ଖରିଫ ୠତୁ ଚାଲିଥିବାରୁ ଚାଷୀ ଧାନ ବିହନ କିଣିବାରେ ବ୍ୟସ୍ତ । ହେଲେ ଓଡ଼ିଶା […]

ଓଡିଶା

ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ…

ଗଜପତି, ୨୮/୦୫ : ଗଜପତି ଜିଲ୍ଲାର ରାୟଗଡ ବ୍ଳକର ଲାଇଲାଇ ପଞ୍ଚାୟତର ବିଷମପାଡି ଗ୍ରାମବାସୀ ଓ ଏସ କରଡାସିଂ ଗ୍ରାମ ପଞ୍ଚାୟତର ଏ କରଣ ସାହି ଗ୍ରାମ ବାସିନ୍ଦା ରାସ୍ତା ଏବଂ ପାଣି ସମସ୍ୟାକୁ ନେଇ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଥାଉ କି ଏସ କରଡାସିଂ ପଞ୍ଚାୟତ ଅନ୍ତର୍ଗତ ଏ କରଣ ସାହି ଗ୍ରାମକୁ ପକ୍କା ରାସ୍ତା ନ ଥିବା ଯୋଗୁଁ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି […]

ଓଡିଶା

ଗଜପତିରେ ମାଟ୍ରିକ ପାସ ହାର ୯୭.୦୮ ପ୍ରତିଶତ…

ଗଜପତି, ୨୭/୦୫ : ଗଜପତି ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପାସ ହାର ୯୭.୦୮ ପ୍ରତିଶତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଜିଲ୍ଲାର ୮୨୩୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୭୯୯୫ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ୧ ରେ ଜଣେ, ଏ୨ ରେ ୧୩୭ ଜଣ, ବି୧ ରେ ୧୬୦୪, ବି୨ ରେ ୨୩୩୯, ସି ରେ ୨୩୪୧, ଡି ରେ ୧୧୩୯, ଇ ରେ ୪୩୪ ଜଣ […]