ଓଡିଶା

ଜନ୍ମାଷ୍ଟମୀ ଉପଲକ୍ଷେ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ପାଳିତ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ବଡ଼ ରାଧାକାନ୍ତ ମଠରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପବିତ୍ର ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଓ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଶ୍ୱ ହିନ୍ଦୁ ପରିଷଦର ନଗର ସଭାପତି କୈଳାସ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ହିନ୍ଦୁ ପରିଷଦର ନଗର ସଭାପତି କୈଳାସ ପଟ୍ଟନାୟକ, ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରିଣୀ […]

ଓଡିଶା

ସମସ୍ୟା ଘେରରେ ସର୍ବ ପୁରାତନ ପାରଳା ପୌର ପରିଷଦ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଥିବା ପୌର ପରିଷଦ ରାଜ୍ୟର ସର୍ବ ପୁରାତନ ଦୂତୀୟ ପୌର ପରିଷଦ ଭାବେ ପରିଚିତ । କିନ୍ତୁ ଏଠାରେ ବିକାଶ ସ୍ୱଳ୍ପ ମାତ୍ର ସମସ୍ୟ ଅଧିକ । ରାସ୍ତାଘାଟ ସାଙ୍ଗକୁ ଡ୍ରେନେଜ ସମସ୍ୟା । ତତ ସହିତ ଟ୍ରାଫିକ ସମସ୍ୟା ସାଙ୍ଗକୁ ଅବ୍ୟବସ୍ଥିତ ପର୍କିଂ ସମସ୍ୟା । ଖାଲି ସେତିକି ନୁହେଁ ରାସ୍ତା ମଝିରେ ଦୁଇ ଚକିଆ ଯାନ ରଖିବା, ଉଠା ଦୋକାନୀଙ୍କ କବଜାରେ […]

ଓଡିଶା

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ରାଧା ଓ କୃଷ୍ଣ ବେଶରେ କୁନି କୁନି ଶିଶୁ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଶିଶୁ ପ୍ରାରମ୍ଭଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ରାଧା ଓ କୃଷ୍ଣ ବେଶ ଧାରଣ କରି ସ୍ଥାନୀୟ କରଣ ସାହି ସ୍ଥିତ ଶ୍ରୀ ନୃସିଂହନାଥ ମଠରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚିଥିଲେ । ଶୋଭାଯାତ୍ରାରେ ବିଦ୍ୟାଳୟର ପ୍ରାୟ ୧୦୦ରୁ […]

ଓଡିଶା

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପଖଣ୍ଡ ବେତାଗୁଡ଼ା ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ “ଜାତୀୟ ମହାକାଶ ଦିବସ” ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷ ଅଗଷ୍ଟ ୨୩ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଚନ୍ଦ୍ରଯାନ-୩ ପହଞ୍ଚିଥିଲା । ଏହା ଭାରତୀୟ ମହାକାଶ ଇତିହାସର ଏକ ସ୍ୱର୍ଣ୍ଣିମ ଦିବସ ଥିଲା । ତେଣୁ ଏହି ଦିନରେ ପ୍ରତିବର୍ଷ ରାଷ୍ଟ୍ରୀୟ ମହାକାଶ ଦିବସ ଭାବେ ପାଳନ […]

ଓଡିଶା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପିଏମ୍-ଜନମନ ରଥର ଶୁଭାରମ୍ଭ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପିଏମ୍-ଜନମନ ରଥକୁ ଜିଲ୍ଲାପାଳ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଚାର ପ୍ରସାର କରିବ । ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହାଅଭିଯାନ ଅଧୀନରେ ସମସ୍ତଙ୍କୁ ପକ୍କା ଘର, ପ୍ରତ୍ୟେକ ଘରକୁ ନଳ ପାଣି, ଗାଁ ଗାଁ କୁ ରାସ୍ତା, ପ୍ରତ୍ୟେକ […]

ଓଡିଶା

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପ୍ରତିବାଦରେ ଟ୍ରାନ୍ସଜେଣ୍ଡର ସଂଘ…

ଗଜପତି, (ଏଫ୍ଟୁଏସ୍ / ବିବେକାନନ୍ଦ ବେହେରା) : କୋଲକାତାରେ ଡ୍ୟୁଟି ସମୟରେ ପିଜି ଡାକ୍ତର ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ବିଭୀଷିକା ଘଟଣାକୁ ନେଇ ଦେଶବ୍ୟାପୀ ଡାକ୍ତର, ଯୁବତୀ ଓ ଛାତ୍ରୀମାନଙ୍କ ପକ୍ଷରୁ ଧର୍ମଘଟ, ବିକ୍ଷୋଭ ଓ ହରତାଳ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମଧ୍ୟ ତୃତୀୟ ଲିଙ୍ଗି ଏବଂ ଛାତ୍ରୀମାନେ ଏକତ୍ରିତ ହୋଇ ମୌମିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି । ଏହି ଅବସରରେ ପାରଳାଖେମୁଣ୍ଡି […]

ଓଡିଶା ମନୋରଞ୍ଜନ

ବର୍ଷା ରୁତୁରେ ପର୍ଯ୍ୟଟକଙ୍କ ଅପେକ୍ଷାରେ ଗଣ୍ଡାହାତୀ ଜଳପ୍ରପାତ…

ଗଜପତି, (ଏଫ୍ଟୁଏସ୍ / ବିବେକାନନ୍ଦ ବେହେରା) : ବର୍ଷା ଋତୁରେ ପର୍ଯ୍ୟଟନଙ୍କ ଅପେକ୍ଷାରେ ରହିଛି ଗଣ୍ଡାହାତୀ ଜଳପ୍ରପାତ । ପର୍ଯ୍ୟଟକମାନେ ନିଜର ବ୍ୟସ୍ତ ବହୁଳ ଜୀବନରୁ କିଛି ମୁହୂର୍ତ୍ତ ବାହାର କରି ନିଜ ଆତ୍ମୀୟ, ବନ୍ଧୁ ପରିବାର ସହ ଖୁସି ମନାଇବା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯାଇଥାନ୍ତି । ନିଜର କର୍ମମୟ ଜୀବନରୁ ବାହାରି କିଛି ସମୟ ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦେଉଛନ୍ତି । ବର୍ତ୍ତମାନ ଗଜପତି ଜିଲ୍ଲାର ରାୟଗଡ ବ୍ଳକର ଗଣ୍ଡାହାତୀ ପଞ୍ଚାୟତର […]

ଓଡିଶା

ଗଜପତିରେ ନୂତନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟରେ ନୂତନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବେ ସୁରେନ୍ଦ୍ର ନାଥ ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଯାଜପୁର ଜିଲ୍ଲାରେ କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ପଦୋନ୍ନତି ହୋଇ ଗଜପତି ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲାର ଚାଷୀ ଭାଇ […]

ଓଡିଶା

ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ସାଧାରଣ ବୈଠକ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟର ସଭା ଗୃହରେ ପୌରଧ୍ୟକ୍ଷା ନିର୍ମଳା ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଆଦର୍ଶ ଦାସ, ପୌରପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ । ବିଭିନ୍ନ ୱାର୍ଡÿର କାଉନସିଲର ପ୍ରମୁଖ ଉପସ୍ଥିତ ରହି ବୈଠକରେ […]

ଓଡିଶା

ଡିଜିଟାଲ ଫସଲ ସର୍ଭେ ପାଇଁ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗଜପତି (ଏଫ୍ଟୁଏସ୍ / ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଜିଲ୍ଲା ସ୍ତରୀୟ ଡିଜିଟାଲ ଫସଲ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଚାଷୀଙ୍କ […]