ଓଡିଶା

ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ସୋସିଆଲ ମିଡିଆ ଏକ୍ସରେ ‌ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଏହି ଅବସରରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର ହୋଇ ଜ୍ଞାନର ଅଭ୍ୟୁଦୟ ହେଉ ଏତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା ।“ ଏହି ଅବସରରେ ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ […]

ଓଡିଶା

ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ…

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଗତ ମଙ୍ଗଳବାର ଜଣେ ମହିଳା କିରାଣୀ ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ସିଡିପିଓଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଥିବାବେଳେ ଏବେ ସିଡିପିଓଙ୍କ ନାଁରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ମ୍ୟାଡମ୍ କୁଆଡେ ଚାକିରି କରାଇଦେବା ନାଁରେ […]

ଓଡିଶା

କାହାର ରିପୋର୍ଟ ଠିକ୍ ! ଲୋକଙ୍କ ଜୀବନ ସହ ଖେଳୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି…

ଧର୍ମଗଡ, (ଏଫ୍ଟୁଏସ୍/ ନିକୁଞ୍ଜ ଚଲାନ) : ପଥର ମାଫିଆଙ୍କ ଯୋଗୁଁ ସ୍ଥାୟୀତ୍ବ ହରାବାରେ ଲାଗିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମତୁଆଲଗୁଡାର ବାମ ମୁଖ୍ୟ କେନାଳ ପୋଲ । ଏହି ପୋଲ ଦେଇ ଡୋକରି ଡଙ୍ଗର ପାହାଡ଼ ସଂଯୁକ୍ତ । ଉକ୍ତ ପୋଲ ଦେଇ ମାଫିଆଙ୍କ ଭାରିଯାନ ଗାଡି ଅନବରତ ଭାବେ ଯାଆ-ଆସ କରିବା କାରଣରୁ ଏହା ଏବେ ଭାଙ୍ଗିବାକୁ ବସିଛି । ଏ ନେଇ ଜଣେ ସ୍ୱଚ୍ଛ।ସେବୀ ସଂଗଠନ ପକ୍ଷରୁ କୁସୁମଖୁଣ୍ଟି ବାମ କେନାଳ […]

ଓଡିଶା

ବିପୁଳ ପରିମାଣର ବାଣ ଓ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ, ୨ ଅଟକ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ବାଇଁ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବଙ୍କୋଇ ଫାଣ୍ଡି ଅନ୍ତର୍ଗତ ରାଜସୁନାଖଳା କାଉଁରୀ ପାଟଣା ସାହିରୁ ବିପୁଳ ପରିମାଣର ବାଣ ଓ ବାଣ ପ୍ରସ୍ତୁତି ସାମଗ୍ରୀ ଜବତ । ଏହି ଘଟଣାରେ ବୋଲଗଡ଼ ଥାନା ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖିଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆଇଆଇସି ସ୍ନିଗ୍ଧାମୟୀ ବରାଳ ସୂଚନା ଦେଇଛନ୍ତି । ଆଗକୁ ଦୀପାବଳୀ ରହିଥିବା ବେଳେ […]

ଓଡିଶା

ରାଜ୍ୟସ୍ତରୀୟ ତାଇ-କୋନ୍-ଡୁ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ସଫଳତା…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଚଳିତ ମାସ ୧୭ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୬୮ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ତାଇ-କୋନ୍-ଡୁ ପ୍ରତିଯୋଗିତା ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଗଜପତି ଜିଲ୍ଲାରୁ ଅଣ୍ଡର -୧୪ ରେ ବାଳିକା ୨ ଜଣ, ବାଳକ ୨ ଜଣ, […]

ଓଡିଶା

ବୈଷ୍ଣବ ପାଣିଙ୍କୁ ଭାରତରତ୍ନ ପାଇଁ ଉଠିଲା ଦାବୀ

ମାହାଙ୍ଗା, (ଏଫ୍ଟୁଏସ୍/ ଅଭୟ ଜେନା) : ଓଡିଆ ଭାଷାରେ ଶହଶହ ଗୀତିନାଟ୍ୟ ସୃଷ୍ଟି କରିଛନ୍ତି ଗଣକବି ବୈଷ୍ଣବ ପାଣି । ତା’ଙ୍କ ନାଟକ ଯେମିତି ଜୀବନ୍ତ, ସେମିତି ବାସ୍ତବଧର୍ମୀ । ଯାହାକୁ ଶହେ ବର୍ଷ ପରେ ମଧ୍ୟ ଲୋକେ ରାତି ଉଜାଗର ରହି ଦେଖୁଛନ୍ତି । ଗଣକବି ଥିଲେ ଜଣେ କ୍ରାନ୍ତିକାରୀ ଲେଖକ । ବ୍ରିଟିଶ ସରକାରଙ୍କଠାରୁ ରାୟ ବହାଦୁର ଉପାଧି ଗ୍ରହଣ କରିବାକୁ ତା’ଙ୍କ ନାଆଁ ବହୁବାର ସୁପାରିଶ ହୋଇଥିଲା । ତେବେ ସରକାରୀ ବିରୋଧି […]

ଓଡିଶା

ବିଜେବି କଲେଜ MAJMC ବିଭାଗର ପ୍ରଥମ ବନ୍ଧୁ ମିଳନ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ବିଜେବି ଏମ୍.ଏ.ଜେ.ଏମ୍.ସି ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଠନ ହୋଇଥିବା ଆଲୁମିନା ଆସୋସିଏସନ୍ ର ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଜୟଦେବ ବାଟିକାରେ ଆୟୋଜିତ ଏହି ମିଳନ ପର୍ବରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ଅଭିଜ୍ଞତା ବଖାଣିଥିଲେ । ଏହି ଅବସରରେ କଲେଜରେ ବିତିଥିବା ସ୍ମରଣୀୟ ମୁହୂର୍ତ୍ତକୁ ପୁନଃ ସ୍ମରଣ କରି ନାଚଗୀତ ଓ ଭୋଜିଭାତର ମଜା ନେଇଥିଲେ ସମସ୍ତ ଆଲୁମିନା […]

ଓଡିଶା

ବିଜ୍ଞାନ ଶିକ୍ଷୟତ୍ରୀରୁ ପ୍ରଶାସନିକ ଅଧିକାରୀ ହେଲେ ଶ୍ୱେତାସ୍ନିଗ୍ଧା…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଶିକ୍ଷୟତ୍ରୀରୁ ଓଏସ୍ ଅଫିସର । ଚଳିତ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୨ ରେ ୨୭୨ ରାଙ୍କ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି ଶ୍ୱେତାସ୍ନିଗ୍ଧା ସାହୁ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଆସୁଥିଲେ ଶ୍ୱେତାସ୍ନିଗ୍ଧା । ବିନା କୌଣସି କୋଚିଂରେ ସେ ଏହି ସଫଳତା ପାଇଛନ୍ତି । […]

ଓଡିଶା

ଆଗକୁ ଦୀପାବଳି । ମାଟି ଦୀପ ନିର୍ମାଣ କରିବାରେ ବ୍ୟସ୍ତ କୁମ୍ଭାର ପରିବାର…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଧର୍ମ ଅର୍ଜନର ମାସ ତଥା ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆଲୋକର ପର୍ବ ଦୀପାବଳି । ଦୀପାବଳୀ ପର୍ବ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ପାରଳାଖେମୁଣ୍ଡି ଏବଂ ଏହାର ଆଖପାଖ ଅଞ୍ଚଳରେ କୁମ୍ଭକାର ପରିବାର ମାଟିଦୀପ ତିଆରି କରିବାରେ ବ୍ୟସ୍ତ । ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃତ୍ତି ଭାବେ ଆଦରି ନେଇଥିବା କୁମ୍ଭକାରଙ୍କ ବେଉସା ଆଧୁନିକତାର ମାଡ଼ରେ ନହଜି ଆଜି ଯାଏଁ […]

ଓଡିଶା

ଶିକ୍ଷକଙ୍କୁ ଗୁରୁଜୀ ଗୌରବ ସମ୍ମାନରେ ସମ୍ମାନୀତ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଗୁରୁଙ୍କୁ ଇଶ୍ୱରଙ୍କ ସହ ତୁଳନା କରାଯାଏ । ଗୋଟିଏ ସୁସ୍ଥ ସମାଜ ଗଠନରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ହିନ୍ଦୋଳ ବ୍ଲକ୍ ଠୋକର ଗ୍ରାମ ପଂଚାୟତ ଅନ୍ତର୍ଗତ ଦୁଳଭପୂର୍ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାଜକିଶୋର ଦେହୁରିଙ୍କୁ ଗୁରୁଜୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଓକେସିଏଲ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର, ଖଜୁରିଆକଟା ଦ୍ୱାରା ଏକ ଆୟୋଜିତ ସମାରୋହ ଅବସରରେ ଶ୍ରୀ ଦେହୁରିଙ୍କୁ ଏହି ସମ୍ମାନ ପ୍ରଦାନ […]