ଓଡିଶା

ଏସ୍ ଡି ଆଇ ଏବଂ ଡି ଏସ୍ ଜି ଇ ମଧ୍ୟରେ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ରାଜିନାମା ସ୍ୱାକ୍ଷରିତ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଭୁବନେଶ୍ୱର ତରାବୋଇ ସ୍ଥିତ ଦକ୍ଷତା ବିକାଶ ସଂସ୍ଥା ପରିଦର୍ଶନ କରି ଅନୁଷ୍ଠାନର ବିଭିନ୍ନ ଭିତ୍ତିଭୂମି ଅନୁଧ୍ୟାନ କରିବାସହ ଅନୁଷ୍ଠାନର ମଧୁସୂଦନ ସମ୍ମିଳନୀ କକ୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ସଂସ୍ଥା କାର୍ଯ୍ୟକ୍ରମ ସମ୍ବନ୍ଧରେ ପଚାରି ବୁଝିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁଙ୍କ ଉକ୍ତ ଅନୁଷ୍ଠାନ ପରିଦର୍ଶନ ପ୍ରଥମ ଥର ହୋଇଥିବା […]

ଓଡିଶା

ପରପାରିରେ ପରୋପକାରୀ ମଣିଷ ଚୈତନ ବେହେରା…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ସମତି ସଭ୍ୟଙ୍କ ଅକାଳ ବିୟୋଗରେ ସାରା ହିନ୍ଦୋଳ ସ୍ତବ୍ଧ । ଖବରରୁ ପ୍ରକାଶ ଯେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଉଁଶପୋଖରୀ ପଞ୍ଚାୟତ ସମିତି ସଭ୍ୟ ଚୈତନ ବେହେରା (୪୬)ଙ୍କର ଆଜି ଅସୁସ୍ଥତା ହେତୁ ନିଜ ବାସଭବନ ନୂଆକୋଟ ଡିହସାହିରେ ପରଲୋକ ହୋଇଯାଇଛି । ଚୈତନ ନିର୍ବାଚନ ପରଠାରୁ ସ୍ନାୟୁଗତ ରୋଗରେ ଆକ୍ରାନ୍ତ ହେବାସହ ଗତ ଏକବର୍ଷ ହେବ ଶଯ୍ୟାଶାୟୀ ହୋଇ ଚିକିତ୍ସାଧୀନ ଥିଲେ […]

ଓଡିଶା

ଚଳନ୍ତା ଟ୍ରେନ୍‌ ଉପରକୁ ଗୁଳି ମାଡ଼…

ଚଳନ୍ତା ଟ୍ରେନ୍‌ ଉପରକୁ ଗୁଳି ମାଡ଼ । ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସକୁ ଗୁଳିମାଡ଼ ହୋଇଛି । ଟ୍ରେନ ମ୍ୟାନେଜରଙ୍କୁ ଦୁଇ ରାଉଣ୍ତ ଗୁଳିମାଡ଼ ଉଦ୍ୟମ କରାଯାଇଥିଲା । ଗୁଳିକାଣ୍ଡରେ ୱିଣ୍ଡୋ କାଚ ଭାଙ୍ଗି ଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଷ୍ଟେସନର ୧୧୯ ନଂ ଗେଟ ନିକଟରେ । ଘଟଣା ସ୍ଥଳରେ ଭଦ୍ରକ ଜିଆରପିର ତଦନ୍ତ ଚାଲିଛି । ସମ୍ପୃକ୍ତ […]

ଓଡିଶା

ପାଣିରେ ବୁଡି ରହୁଛି ସହସ୍ରାଧିକ ଏକର ଚାଷଜମି: ଉଜୁଡି ଯାଉଛି ବର୍ଷ ବର୍ଷର ଆହାର…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ଅନ୍ତର୍ଗତ କଟକସଦର ଓ ସାଲେପୁର ନିର୍ବାଚନ ମଣ୍ଡଳୀର ଅନ୍ୟୁନ ସାତ ଆଠଟି ଗ୍ରାମର ସହସ୍ରାଧିକ ଏକର ଚାଷଜମି ଦୀର୍ଘ ୧୫ ବର୍ଷ ହେବ ପାଣିରେ ବୁଡିରହି କୌଣସି ଫସଲ ହୋଇପାରୁନାହିଁ । ଦ୍ୱିପାଞ୍ଚଳର ମାରଡ଼ା, ବଳରାମପୁର, ତିଳଦା, ସାରଡ଼ା, ବୋଇଲ ଆଦି ମୌଜାର ଉଦବୃତ୍ତ ଜଳରାଶି ମାରଡ଼ା ଗ୍ରାମରେ ଥିବା କଲଭଟ ମଧ୍ୟଦେଇ ଚିତ୍ରୋତ୍ପଳା ନଦୀକୁ ନିଷ୍କାସିତ ହୋଇଥାଏ । ମାତ୍ର କେନାଲ ନିର୍ମାଣ ହେବାଦ୍ୱାରା […]

ଓଡିଶା

ହିନ୍ଦୋଳ ବ୍ଲକରେ ପୂଜ୍ୟପୂଜାଙ୍କୁ ଅସମ୍ମାନ

ଶୌଚାଳୟ ପାର୍ଶ୍ୱରେ ଅବହେଳିତ ଅବସ୍ଥାରେ ରହିଛି ଜାତିର ଜନକ ଓ ଓଡିଶାର ବରପୁତ୍ରଙ୍କ ତୈଳଚିତ୍ରଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ବରପୁତ୍ରଙ୍କୁ ଅସମ୍ମାନ । ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ପୂର୍ବ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତଙ୍କ ଉଦ୍ୟମରେ ବ୍ଲକର ନବୀକରଣ ହୋଇ ଭବ୍ୟ କାର୍ଯ୍ୟାଳୟ ନିର୍ମାଣ ସହ ନିର୍ମିତ ହୋଇଥିଲା ବିଜୁ ସଭାଗୃହ । ଚଳିତ ନିର୍ବାଚନ ପୂର୍ବରୁ ଏହି ସଭାଗୃହରେ ପୂଜା ପାଉଥିଲେ ଜାତିର […]

ଓଡିଶା

ବିବାଦ ଘେରରେ ବୋଲଗଡ଼ ତହସିଲଦାର, ପୁରୁଣା ପ୍ରକୃତି ଛାଡିବାକୁ ନାରାଜ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ବିବାଦ ଘେରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ତହସିଲ କାର୍ଯ୍ୟାଳୟ । ଏହାର ପ୍ରମୁଖ କାରଣ ହେଉଛି ତହସିଲଦାର ଓ ଓକିଲ ସଂଘ ମଧ୍ୟରେ ଚାଲିଥିବା ବିବାଦ । ଏଠାରେ ସୂଚନା ଯୋଗ୍ୟ ଯେ ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ଜନୈକ ମହିଳାଙ୍କୁ ଦୁର୍ବ୍ୟବହାର ପଦର୍ଶନକୁ ନେଇ ଭିଡିଓ ଭାଇରାଲ ହେବାପରେ ରାତି ଅଧିଆ ତହସିଲଦାର ନିବେଦିତା ପରିଡାଙ୍କୁ ବୋଲଗଡ ତହସିଲକୁ ବଦଳି କରାଯାଇଥିଲା […]

ଓଡିଶା

ବାରହା ଭୟରେ ଚିନ୍ତିତ ଚାଷୀ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଜଙ୍ଗଲପାଡୁ, ଉତ୍ତରସେଲୀ, ବଡନୀଳାପୁର, ଗୁରାଣ୍ଡି, ଇଂଲିଶପେଣ୍ଠ, ଗୁରାଣ୍ଡି, ମହାଦେଇପୁର, ଗୋଲା ଗ୍ରାମ ଆଦି ଅଞ୍ଚଳରେ ଦିନକୁ ଦିନ ବାରହା ଉପଦ୍ରବ ବଢିବାରେ ଲାଗିଛି । ବିଗତ ପ୍ରାୟ ୬ ବର୍ଷ ଧରି ଏପରି ବାରହା ଉପଦ୍ରବ ଚାଲିଥିବାର ଅଞ୍ଚଳବାସୀ କହିଛନ୍ତି । ୨୦୧୮ ତିତିଲି ମହାବାତ୍ୟା ପରେ ପରେ ଏହି ବାରହା ପଲ କେଉଁ ଆଡରୁ ଆସି ଉକ୍ତ ଅଞ୍ଚଳରେ ଆଶ୍ର ନେଇଥିଲେ […]

ଓଡିଶା

ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କଲେ ବିଧାୟକ ପ୍ରଦୀପ ସାହୁ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ କଳାଙ୍ଗ ପଞ୍ଚାୟତ କଳାଙ୍ଗ ଗ୍ରାମର ଗୋଛାବରୀ ପଡିଆରେ ନୂତନ ଭାବେ ସ୍ୱାସ୍ଥ୍ୟ ଉପ-କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଦୀର୍ଘ ଦିନର ପ୍ରତୀକ୍ଷା ଏବଂ ସ୍ଥାନୀୟ ଜନସାଧାରଣଙ୍କ ବହୁ ଦିନର ଦାବିକୁ ପୂରଣ କରିଛନ୍ତି ବିଧାୟକ ପ୍ରଦୀପ କୁମାର ସାହୁ । ନିର୍ବାଚନ ପୂର୍ବରୁ ବିଧାୟକ ଶ୍ରୀ ସାହୁଙ୍କ ପ୍ରତିଶ୍ରୁତି ଭିତ୍ତି ପ୍ରସ୍ତର ସ୍ଥାପନ ପରେ ପୂରା ହେବାକୁ ଯାଉଥିବା କହିଛନ୍ତି ସ୍ଥାନୀୟ […]

ଓଡିଶା

ରାସ୍ତା ପାଇଁ ଅହୋରାତ୍ର ଆନ୍ଦୋଳନ…

ନୀଳଗିରି, (ଏଫ୍ଟୁଏସ୍/ ସଚିଦାନନ୍ଦ ପାତ୍ର) : ବାଲେଶ୍ୱର ଜିଲା ନୀଳଗିରି ବଉଳଗଡ଼ିଆ ରାସ୍ତା ନିର୍ମାଣ ଓ ଇକୋ ଯୋନ୍ ଉଚ୍ଛେଦ ଦାବି ନେଇ ମିଳିତ କୃଷକ ସଭା ଆନୁକୁଲ୍ୟରେ ବାଉଁଶବଣିଆ ଛକଠାରେ ରାସ୍ତାରୋକ କରାଯାଇଛି । ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ରାସ୍ତାରୋକକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ଅକ୍ଷୟ କୁମାର ଆଚାର୍ଯ୍ୟ, ସରପଞ୍ଚ ନିରଞ୍ଜନ ବାରିକ, ବିଜୟ କୁମାର ସ । ଏହି ସମୟରେ […]

EDITORIAL Uncategorized ଓଡିଶା ଟ୍ରେଣ୍ଟିଂ

ଓଡିଶାକୁ କେତେ ପ୍ରଭାବିତ କରିବ ଭୂମିକମ୍ପ…

ଭୂମିକମ୍ପ ହେଉଛି ପ୍ରାକୃତିକ ବିପର୍ଯ୍ୟୟ । ଏହାର ସଠିକ୍ ଏବଂ ନିର୍ଭୁଲ୍ ଆକଳନ କରିବା ଏଯାବତ୍ ଶତପ୍ରତିଶତ ସମ୍ଭବ ହୋଇନାହିଁ । ତେବେ ଏ ଦିଗରେ ଅନେକ ଗବେଷଣା ଜାରି ରହିଛି । ଆଗାମୀ ଦିନରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (ଏଆଇ) ବିଶେଷ ସହାୟକ ହୋଇପାରିବ ବୋଲି ଆଶା ସଞ୍ଚାର ହୋଇଛି ।  ସେପଟେ ଭାରତୀୟ ବୈଜ୍ଞାନିକମାନେ ଭୂମିକମ୍ପ ପୂର୍ବାନୁମାନ ଲାଗି ମହାରାଷ୍ଟ୍ରର କୋଏନା ରିଜିୟନରେ ଗବେଷଣା ଚଳାଇଛନ୍ତି । ଭୂ-ଗର୍ଭର ୫ରୁ ୭ କିଲୋମିଟର ମଧ୍ୟରେ ଉତ୍ପତି […]