ଓଡିଶା

ଅନ୍ଧାର ରାତ୍ରିରେ ଚାଲିଛି ରାସ୍ତା କାମ, ଦୁର୍ନୀତିର ନୂଆ ତରିକା…

ବ୍ୟାପକ ଅନିୟମିତତା ସହ ନିମ୍ନମାନର କାମ, ଅଭିଯୋଗ କଲେ ମିଳୁଛି ଧମକଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ବ୍ୟାପକ ଅନିୟମିତତା ଭିତରେ ଚାଲିଛି ରାସ୍ତାକାମ । କାର୍ଯ୍ୟସ୍ଥଳରେ ରହୁନାହାନ୍ତି ବିଭାଗୀୟ ଅଧିକାରୀ । ସେପଟେ କାମର ସଠିକ ତଦାରଖ ହେଉନଥିବାବେଳେ ସାଧାରଣ ଲୋକଟିଏ ପ୍ରତିବାଦ କଲେ ଦାଦାଗିରି କରି ଲୋକଙ୍କ ମୁହଁକୁ ଚୁପ କରିଦେଉଛି ଠିକା ସଂସ୍ଥା । ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା ଢ଼ଳେଇରେ ମିଶାଯାଉଛି କମ୍ପାନୀ ପାଉଁଶ । ଏହାସହ ସିମେଣ୍ଟ ବାଲିର […]

ଓଡିଶା

ମହିଳାଙ୍କୁ ବ୍ଲାକମେଲ୍ କରି ଜେଲ ଗଲେ ପ୍ରତାରକ ଯୁବକ…

ମାହାଙ୍ଗା, (ଏଫ୍ଟୁଏସ୍/ ଅଭୟ ଜେନା) : ଜଣେ ବିବାହିତା ମହିଳାଙ୍କ ସହ ପ୍ରଥମେ ସଂପର୍କ ସ୍ଥାପନା କରିବା ଓ ପରେ ସୋସିଆଲ ମିଡିଆରେ ଫୋଟୋ ଭାଇରାଲ୍ କରି ବ୍ଲାକମେଲ୍ କରିବା ମହଙ୍ଗା ପଡ଼ିଛି ଯୁବକଙ୍କୁ । ଶେଷରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି । ଗିରଫ ଯୁବକ ଜଣଙ୍କ କଟକ ମାହାଙ୍ଗା ଥାନା ମଲ୍ଲିପୁରା ଗ୍ରାମର ଶିବାନନ୍ଦ ସ୍ୱାଇଁ । ଶିବାନନ୍ଦ ସେହି ମାହାଙ୍ଗା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହ ପ୍ରଥମେ ସଂପର୍କ […]

ଓଡିଶା

ଇଣ୍ଟରନେଟ୍ ଯୁଗରେ ନେଟୱାର୍କ ପାଇଁ ସମସ୍ୟା, ମୌଳିକ ସୁବିଧାରୁ ବଞ୍ଚିତ ବାଗୁଲୀ ଗ୍ରାମବାସୀ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଗୁଲୀ ଗ୍ରାମ । ଏହି ଗ୍ରାମର ଦୂରାବସ୍ଥା ସମ୍ପର୍କରେ ନ କହିବା ଭଲ । ଦିନେ ନଗଡା ସମଗ୍ର ବିଶ୍ୱରେ ଓଡ଼ିଶାର ଛବିକୁ ଏକ ଗରିବ ରାଜ୍ୟର ମାନଦଣ୍ଡ ଉପରେ ଦଣ୍ଡାୟମାନ କରିଥିଲା । ଆମ ରାଜ୍ୟ ଆସନ୍ତା ୨୦୩୬ ବେଳକୁ ବିକଶିତ ରାଜ୍ୟର ଦୌଡରେ ସାମିଲ ହେବାର ସ୍ୱପ୍ନ ଦେଖୁଛି । କିନ୍ତୁ ବାଗୁଲୀ ଗ୍ରାମର […]

ଓଡିଶା

୧ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଆପଣ ପ୍ୟାକେଟ୍ କ୍ଷୀର କିଣି ଖାଉଛନ୍ତି କି ? ହୁସିଆର ! କ୍ଷୀରରେ ହେଉଛି ଅପମିଶ୍ରଣ । ଏକ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର । ଆଉ ସେଥିରେ ମିଶୁଛି ଏକ୍ସପରୀ ସାକାରିନ୍ । ଆପଣ ଚାହିଁଲେ ବି କୌଣସି ଉପାୟରେ ଜାଣି ପାରିବେ ନାହିଁ, ଏହା ଅସଲି କି ନକଲି । କ୍ଷୀର ପରି ବାସ୍ନା ଏବଂ କ୍ଷୀରର ସ୍ୱାଦ ରହିଥିଲେ ମଧ୍ୟ ତାହା ଯେ କୌଣସି […]

ଓଡିଶା

ଚଳିତ ମାସ ୧୪ ତାରିଖରେ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଚଳିତ ମାସ ୧୪ ତାରିଖରେ ପାରଳାଖେମୁଣ୍ଡି, ଆର୍ ଉଦୟଗିରି, ମୋହନା ଓ କାଶୀନଗର ଅଦାଲତ ପରିସରରେ ବର୍ଷର ଶେଷ ଅର୍ଥାତ୍ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକୋଦ୍ଦମା ଓ ବିଚାରଧିନ ମକୋଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ) ଚେକ ବାଉନ୍ସ, ବ୍ୟାଙ୍କ ଋଣ, ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମବିବାଦ, ଲୋକସେବା ସମ୍ବନ୍ଧୀୟ ମାମଲା, ବୈବାହିକ […]

ଓଡିଶା

ବଢ଼ୁଛି ଓମଫେଡ୍ ଘିଅର ଚାହିଦା…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଓମଫେଡ୍ ଘିଅର ଚାହିଦା ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓମଫେଡ୍ ୧୯୯୬-୯୭ ଆର୍ଥିକ ବର୍ଷରୁ ଘିଅ ଉତ୍ପାଦନ ଆରମ୍ଭ କରିଥିଲା । ଆରମ୍ଭରେ ଓମଫେଡ୍ ର ଉତ୍ପାଦନ କ୍ଷମତା ଥିଲା ମାତ୍ର ୪-୫ ମେଟ୍ରିକ ଟନ୍ । ସେତେବେଳେ ବିକ୍ରି ହେଉଥିଲା ମାସିକ ୧.୫ ମେଟ୍ରିକ୍ ଟନ୍ । ମାତ୍ର ଆଜିକା ଦିନରେ ଏହାର ଦୈନିକ ଉତ୍ପାଦନ କ୍ଷମତା ୧୦ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି । […]

ଓଡିଶା

ଗୋରୁ ବୋଝେଇ ପିକଅପ୍ ସହ ତିନି ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ମାଫିଆ ଗିରଫ…

ପୂର୍ବରୁ ଗୁଳିଚାଳନା କରି ଆତଙ୍କ ସୃଷ୍ଟି କରିଥିବା ଅପରାଧ ସନ୍ଦେହଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା । ତିନି ଗୋରୁ ମାଫିଆଙ୍କୁ କାବୁ କରିବା ସହ ୧୮ ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ୍ । ଏହି ଘଟଣାରେ ଏକ ପିକଅପ ଭ୍ୟାନ ଓ ଏକ ଥର ଗାଡି ଜବତ କରିଥିବା ଜଣା ପଡ଼ିଛି । ଗୋରୁ ମାଫିଆମାନେ ହିନ୍ଦୋଳ ଥାନା ଅନ୍ତର୍ଗତ ମହାଲୁଣ୍ଡା […]

ଓଡିଶା

ନିଖୋଜ୍ ଯୁବକର ମିଳୁନି ପତ୍ତା, ଭରତପୁର ଥାନାରେ ଅଭିଯୋଗ…

କନ୍ଧମାଳ, (ଏଫ୍ଟୁଏସ୍/ କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର ସଞ୍ଜୀବ କୁମାର ସେଠି ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ଚଳିତ ମାସ ୨ ତାରିଖରେ ଘରଲୋକ ତାଙ୍କର ମୋବାଇଲ୍ ନମ୍ବର ୮୨୪୯୮୧୨୮୬୮କୁ ଯୋଗାଯୋଗ କରିଥିଲେ, ମାତ୍ର ଫୋନ୍ ସୁଇଜ୍ ଅଫ୍ ଥିବାରୁ ଯୋଗାଯୋଗ ହେଇପାରି ନ ଥିଲା । ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ଯୋଗାଯୋଗ ସମ୍ଭବ ନ ହେବାରୁ ପରିବାର […]

ଓଡିଶା

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ ମହାମିହମ ରାଷ୍ଟ୍ରପତି…

ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ତା’ପରେ ରାଷ୍ଟ୍ରପତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାର ଯାଇଥିଲେ । ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । […]

ଓଡିଶା ମନୋରଞ୍ଜନ

‘ଦି ସାବରମତୀ ରିପୋର୍ଟ’ ଫିଲ୍ମକୁ କରମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏକତା…

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ବଲିଉଡ୍‌ ଫିଲ୍ମ ପ୍ରଯୋଜିକା ଏକତା କପୁର । ରାଜ୍ୟ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ‘ଦି ସାବରମତୀ ରିପୋର୍ଟ’ ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏଥିସହ ରାଜ୍ୟ ସରକାର ‘ଦି ସାବରମତୀ ରିପୋର୍ଟ’ ଫିଲ୍ମକୁ କରମୁକ୍ତ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସତ୍ୟକୁ ସବୁଦିନ ପାଇଁ ଲୁଚାଇ ରଖାଯାଇ ପାରିବ ନାହିଁ । ଗଣମାଧ୍ୟମ ଦେଖାଉଥିବା କଥା ଯେ ସବୁବେଳେ ସତ୍ୟ ତାହା ଯଥାର୍ଥ ନୁହେଁ […]