ବାରହା ଭୟରେ ଚିନ୍ତିତ ଚାଷୀ…
ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଜଙ୍ଗଲପାଡୁ, ଉତ୍ତରସେଲୀ, ବଡନୀଳାପୁର, ଗୁରାଣ୍ଡି, ଇଂଲିଶପେଣ୍ଠ, ଗୁରାଣ୍ଡି, ମହାଦେଇପୁର, ଗୋଲା ଗ୍ରାମ ଆଦି ଅଞ୍ଚଳରେ ଦିନକୁ ଦିନ ବାରହା ଉପଦ୍ରବ ବଢିବାରେ ଲାଗିଛି । ବିଗତ ପ୍ରାୟ ୬ ବର୍ଷ ଧରି ଏପରି ବାରହା ଉପଦ୍ରବ ଚାଲିଥିବାର ଅଞ୍ଚଳବାସୀ କହିଛନ୍ତି । ୨୦୧୮ ତିତିଲି ମହାବାତ୍ୟା ପରେ ପରେ ଏହି ବାରହା ପଲ କେଉଁ ଆଡରୁ ଆସି ଉକ୍ତ ଅଞ୍ଚଳରେ ଆଶ୍ର ନେଇଥିଲେ […]