ଓଡିଶା

ନକଲି ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ପୁଲିସର ଚଢ଼ାଉ…

ସାଲେପୁର, (ଏଫ୍ଟୁଏସ୍ / ଅଭୟ ଜେନା) : ସାଲେପୁର ବ୍ଲକ ତଥା ଜଗତପୁର ଥାନା ଆତୋଡ଼ାଠାରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ପୁଲିସ ଓ ଫୁଡ୍ ସେଫଟି ବିଭାଗ ମିଳିତ ଚଢାଉ କରିଛି । ଅତୋଡ଼ା ନିକଟ ମହାନଦୀ ପଠାରେ ଜଙ୍ଗଲିଆ ସ୍ଥାନରେ ରୋହିଣୀ ବ୍ରାଣ୍ଡ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଏହି ଚଢ଼ାଉ କରାଯାଇଥିଲା । ଏହି ନକଲି କାରଖାନାରେ ଚଢ଼ାଉ ସମୟରେ ଖାଇବା ସୋଡ଼ା, ବିଭିନ୍ନ କେମିକାଲସ୍, ଦୂଷିତ ଜଳ ଓ ଲୁଣ ମିଶାଯାଇ କ୍ଷୀର […]

ଓଡିଶା

ଆନ୍ଧ୍ର-ଓଡିଶା ସିମାନ୍ତ ପାରଳାଖେମୁଣ୍ଡିରେ ପନିପରିବା ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି…

ଗଜପତି, (ଏଫ୍ ଟୁ ଏସ୍ /ବିବେକାନନ୍ଦ ବେହେରା) : ରାଜ୍ୟରେ ପରିବାର ଦରବୃଦ୍ଧି ଉତ୍କଟ ସମସ୍ୟା ଭାବେ ଉଭା ହୋଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ ପନିପରିବା ଦରବୃଦ୍ଧି ଏବେ ଖାଉଟି ମୁଣ୍ଡରେ ଚଡ଼କ ପଡ଼ିଲା ପରି ଲାଗୁଛି । ଗତ କିଛିଦିନ ହେଲା ପାରଳାଖେମୁଣ୍ଡିରେ ଟମାଟୋ କିଲୋ ୧୦୦ ରୁ ଅଧିକ ଥିବା ବେଳେ ଅନ୍ୟ ପନିପରିବା ଦର ଆକାଶ ଛୁଆଁ । ଗରିବଙ୍କୁ ସତେ ଯେମିତି ପନିପରିବା ବଜାର […]

ଓଡିଶା

ବେଗୁନିଆପଡ଼ାରେ ମାଣ୍ଡିଆ ଚାଷୀଙ୍କ ଅସନ୍ତୋଷ, ଏଯାଏଁ ମିଳିନି ବିହନ…

ଗଞ୍ଜାମ, (ଏଫ୍ ଟୁ ଏସ୍/ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ଚାଷୀମାନଙ୍କୁ ମାଣ୍ଡିଆ ବିହନ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି । ନିର୍ଦ୍ଧାରିତ ସମୟରେ ଯଦିଓ କୃଷି କାର୍ଯ୍ୟାଳୟରେ ମାଣ୍ଡିଆ ବିହନ ପହଞ୍ଚି ସାରିଛି, କିନ୍ତୁ ଏଯାଏଁ ମାଣ୍ଡିଆ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇନାହିଁ । ଯାହାକୁ ନେଇ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଚାଷୀ ଅସନ୍ତୋଷ ଦେଖିବାକୁ ମିଳୁଛି । ଖାଦ୍ୟରେ ପୋଷଣ ଥିବା କ୍ଷୁଦ୍ର ଖାଦ୍ୟ ଶସ୍ୟ ଗୁଡ଼ିକର ବ୍ୟବହାର […]

ଓଡିଶା

ଟିକାବାଲିରେ ରାସନ ଦୁର୍ନୀତି । ରାସନ କାର୍ଡ ଥାଇ ହଟହଟା ହିତାଧିକାରୀ…

କନ୍ଧମାଳ, (ଏଫ୍ଟୁଏସ୍) : ଟିକାବାଲିରେ ରାସନ କାର୍ଡ ଘୋଟାଲା । ଯୋଗ୍ୟ ହିତାଧିକାରୀଙ୍କ ନାମରେ ରହିଛି ରାସନକାର୍ଡ । ମାତ୍ର ନାମ କଟିଯାଇଛି କହି ଦେଉନାହାନ୍ତି ରାସନ ଚାଉଳ । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ଅନ୍ତର୍ଗତ ପାବୁରିଆ ପଞ୍ଚାୟତ ନିକଟସ୍ଥ ତେନ୍ତୁଳି ସାହିର ତାରାବତୀ ପ୍ରଧାନଙ୍କୁ ମିଳୁନି ସରକାରୀ ସୁବିଧା । ବାରମ୍ବାର ଗୁହାରୀ ପରେ ବି ଶୁଣିଲେନି ପ୍ରଶାସନ । ଶେଷରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି ତଥା ପ୍ରିହମ୍ […]