ଓଡିଶା

ନିଶ୍ଚିନ୍ତକୋଇଲି ଓ ମାହାଙ୍ଗାରେ ବିପୁଳ ନକଲି ମଦ ଜବତ: ୫ ଗିରଫ

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅଧିନସ୍ଥ ଗୋତରା ପଂଚାୟତ ପ୍ରହରାଜପୁର ଗ୍ରାମରୁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ପ୍ରକାଶ ଯେ କଟକ ଅବକାରୀ ବିଭାଗର ୧୦ ଜଣିଆ ଟିମ୍ ଖବର ପାଇ ନିଶ୍ଚିନ୍ତକୋଇଲି ଏସ.ଆର. ବାର ଓ ରେଷ୍ଟୁରାଣ୍ଟରେ ଚଢାଉ କରିଥିଲେ । ସ୍ୱତନ୍ତ୍ର ଅବକାରୀ ଟିମ୍ ଖବର ପାଇ ଭଦ୍ରେଶ୍ୱର ଥାନା ପ୍ରହରାଜପୁର ଗ୍ରାମରେ ଏକ ଭଡାଘର ଉପରେ ଚଢାଉ କରି ସେଠାରେ ବିଦେଶୀ […]

ଓଡିଶା

ବେଗୁନିଆପଡ଼ାରେ ଚୋରା ମଦ କାରବାର ବୃଦ୍ଧି, ମଦମୃତ୍ୟୁ ଭୟ…

ଗଞ୍ଜାମ, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ବର୍ଷ ବର୍ଷ ଧରି ଅବାଧରେ ଚୋରା ମଦ କାରବାର ଚାଳିଥିବା ବେଳେ ଅସହାୟ ଗରିବଙ୍କ ଏଥିରେ ଧନ, ଜୀବନ ହାନି ହେଉଛି । ବିଶେଷ କରି ଯୁବ ଛାତ୍ରମାନେ ପ୍ରଭାବିତ ହେଉଥିବା ବେଳେ ଏଥିରେ ଆଖି ଦୃଶିଆ ରୋକ ଲଗାଇ ପାରୁନି ପୋଲିସ ଓ ଅବକାରୀ ବିଭାଗ । […]

ଓଡିଶା

୩୦୦ କେଜିର ଗଞ୍ଜେଇ ଜବତ, ୨ ଗିରଫ

ଗଜପତି, (ଏଫ୍ଟୁଏସ୍/ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅବକାରୀ ବିଭାଗକୁ ମିଳିଛି ସଫଳତା । ଗଜପତି ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ରାୟଗଡ଼ ବ୍ଳକର ଜିରାଙ୍ଗ ଓ କଇଁପୁର ମଧ୍ୟରେ ଯାଉଥିବା ଏକ ପିକଅପ୍ ଗାଡ଼ିକୁ ନେଇ ସନ୍ଦେହ ହୋଇଥିଲା । ପାରଳାଖେମୁଣ୍ଡି ସଦର ଅବକାରୀ ଥାନା ଅଧିକାରୀ ଦୟାନିଧି ବାରିକ ଓ ସହକର୍ମୀଙ୍କ ମିଳିତ ଉଦ୍ୟମରେ ଚଢାଉ କରାଯାଇଥିଲା । ଚଢାଉରେ ୩୦୦କେଜିର ଗଞ୍ଜେଇ ଜବତ […]

ଓଡିଶା

ଗୋଷ୍ଠୀ ଧାନଖଳା ଏବେ ମଦୁଆଙ୍କ ମେଲା ପଡିଆ….

ପଡୁନି ପୋଲିସର ଛାଟ୍ । ବେଆଇନ ମଦ ବେପାରୀଙ୍କୁ ଗିରଫ କରିବାକୁ ଦାବି କଲେ ଅଞ୍ଚଳବାସୀ । ହିନ୍ଦୋଳ : ମଦୁଆଙ୍କ ଆଡ୍ଡାସ୍ଥଳ ଗୋଷ୍ଠୀ ଧାନଖଳା । ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଞ୍ଚାୟତଠାରୁ ନୂଆକୋଟ ଡିହସାହି ସଂଯୋଗୀକରଣ ରାସ୍ତାର ଡିହସାହି ଗାଁ ମୁଣ୍ଡରେ ରହିଥିବା ଗୋଷ୍ଠୀ ଧାନଖଳା ଏବେ ମଦ୍ୟପ ତଥା ଅସାମାଜିକଙ୍କ ପାଇଁ ଆଡ୍ଡା ସ୍ଥଳରେ ପରିଣତ ହୋଇଛି । ଯାହାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଏ ନେଇ ପୂର୍ବରୁ […]

ଓଡିଶା

ମଦ ବେପାରୀଙ୍କ ସହ ଅବକାରୀ ବିଭାଗର ଭିତିରି ସମ୍ପର୍କ ଅଭିଯୋଗ…

ଢେଙ୍କାନାଳ, ୧୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ବାଉଁଶ ପୋଖରୀ ପଂଚାୟତର ବିଭିନ୍ନ ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ମଦ କାରବାର । ଏହାର ପ୍ରଭାବରେ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ଯୁବଗୋଷ୍ଠୀ । ଏନେଇ ପଂଚାୟତ ଅନ୍ତର୍ଗତ ବନ୍ଧଭୂଇଁ ଗ୍ରାମବାସୀ ପଂଚାୟତକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ପାଇଁ ଏକାଠି ହୋଇଛନ୍ତି । ନିକଟରେ ଗ୍ରାମ୍ୟ କମିଟି ସଭାପତି ଗିରିଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକରେ ମିଳିତ ହୋଇ ଗ୍ରାମବାସୀମାନେ […]

ଓଡିଶା

୧୦୫୦ ଲିଟର ଚୋରା ମଦ ଜବତ କଲା ବେଗୁନିଆପଡା ପୋଲିସ…

ଗଞ୍ଜାମ, ୨୬/୧୧ (ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବଡ ଖଇରଖମା ପଂଚାୟତର ଶ୍ରଦ୍ଧାପୁର କେନାଲ ରାସ୍ତାରୁ ଚୋରା ମଦ ଜବତ । ଘଟଣାରେ ବେଗୁନିଆପଡା ପୋଲିସ ଗୋଟିଏ ଟାଟା ଏସିଇ ଗାଡି ନମ୍ବର ଓଡି ୧୩ ଏ ୨୧୨୩ କୁ ଜବତ କରିଛି । ସୂଚନା ଅନୁସାରେ, ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଏସ୍.ଆଇ ଜଗଦିଶ ପଣ୍ଡାଙ୍କ ନେତୃତ୍ୱରେ […]

ଓଡିଶା

୭୮ ଲିଟର ବେଆଇନ ନକଲି ମଦ ଜବତ, ଶ୍ୱଶୁର ଓ ବୋହୂ ଗିରଫ…

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଯୋଗିବାହାଲ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ବେଆଇନ ନକଲି ମଦ ଜବତ କରିଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଗୋଟିଏ ପରିବାରର ଶ୍ୱଶୁର ଓ ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ନୂଆପଡା ଜିଲ୍ଲା ଅବକାରୀ ବିଭାଗ ଏଏସ୍ଆଇ ସରୋଜ କଟା ଓ ସିନାପାଲି ଅବକାରୀ ଭାରପ୍ରାପ୍ତ ଅଧିକାରୀ ସଚଲା ପାଢ଼ୀଙ୍କ ନେତୃତ୍ବରେ ଏକ […]

ଓଡିଶା

୧୫ ଲକ୍ଷ ଟଙ୍କାରେ ହେରୋଇନ ଜବତ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ବ୍ୟାପକ ପରିମାଣରେ ବ୍ରାଉନ ସୁଗାର ଓ ହେରୋଇନ କାରବାର ବଢିବାରେ ଲାଗିଛି । ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ପରିମାଣର ଧଳାଜହର ଜବତ କରାଯାଉଥିଲେ ମଧ୍ୟ ଏହାର କାରବାର ବନ୍ଦ ହେବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ବିଳମ୍ବିତ ରାତିରେ ଜିଲ୍ଲା ଅବକାରୀ ବିଭାଗ ସଦର ଥାନା ଅନ୍ତର୍ଗତ ପୁରୁଣା ଗଡ ନିକଟରେ ଚଢାଉ […]

ଓଡିଶା

ମଦ ଦୋକାନକୁ ସ୍ଥାନାନ୍ତର ଦାବି, ତେଜିଲେ ମହିଳା ଗୋଷ୍ଠୀ…

ଜଗତସିଂହପୁର : ମଦ ଦୋକାନକୁ ଖୋଲା ବିରୋଧ କରୁଛନ୍ତି ମହିଳା । ଗାଁର ମୁଖ୍ୟ ରାସ୍ତା ଦେଇ ହୋଇପାରିବନି ମଦ ଦୋକାନ । ଦୋକାନ ସ୍ଥାନାନ୍ତର ନ ହେଲେ ହେବ ଆନ୍ଦୋଳନ । ଜଗତସିଂହପୁର ଜିଲା ବାଲିକୁଦା ଥାନା କଂସାରୀ କୁଦରେ ନୂତନ ମଦ ଦୋକାନ ଖୋଲିବାକୁ ନେଇ ବିରୋଧ କରି ସମ୍ପୃକ୍ତ ଅଞ୍ଚଳର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ […]

ଓଡିଶା

ପ୍ରଶାସନ ଶୁଣିଲାନି ମଦ ଦୋକାନ ସ୍ଥାନାନ୍ତର ଦାବି । ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଲୋକ…

ଜଗତସିଂହପୁର : ମଦ ଦୋକାନ ଖୋଲିବା ମନା । ଜଗତସିଂହପୁର ଜିଲା ବାଲିକୁଦା ଥାନା କଂସାରୀକୁଦରେ ନୂତନ ମଦ ଦୋକାନ ଖୋଲାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ମହିଳା । ମଦ ଦୋକାନ ବନ୍ଦ କରିବାକୁ ଦାବି କରି ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ବାଲିକୁଦା ବଜାର କାଠ ଗୋଲା ଛକ ନିକଟରେ ମାଛଗାଁ କଟକ ମୁଖ୍ୟ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ବାଲିକୁଦା ବ୍ଲକର ଗୋଡାରେ ଥିବା ମଦ ଦୋକାନ କୌଣସି କାରଣରୁ […]