ଓଡିଶା

ବରିଷ୍ଠ ନାଗରିକଙ୍କ ପାଇଁ ଗଠିତ ହେଲା “ହିନ୍ଦୋଳ ଜନସୁରକ୍ଷା ମଞ୍ଚ”

ଧନ ଜୀବନ ସୁରକ୍ଷା ସହିତ ସମାଜ ସଂସ୍କାର ନିମନ୍ତେ ମଞ୍ଚ ନେବ ପଦକ୍ଷେପଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ଦୈନନ୍ଦିନ ମଣିଷ ମରିବା ସହ ସମାଜରେ କୁସଂସ୍କାର, ମାଦକ ଦ୍ରବ୍ୟ ସେବନ, ଅସାମାଜିକ କାର୍ଯ୍ୟକଳାପ, ନାରୀ ନିର୍ଯ୍ୟାତନା ବୃଦ୍ଧି ସାଙ୍ଗକୁ ଜଙ୍ଗଲକ୍ଷୟ ସହ ହାତୀ ସମେତ ବିରଳ ବନ୍ୟପ୍ରାଣୀ ବିଲୋପ ଏବଂ ପରିବେଶ ସୁରକ୍ଷାହାନୀ ବହୁଳ ମାତ୍ରାରେ ବୃଦ୍ଧି ପାଉଛି । […]

ଓଡିଶା

କଟକ ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ । ଘର ଭାଙ୍ଗିବା ସହ କାର ଭଙ୍ଗା ରୁଜା କରି ଆତଙ୍କ ଖେଳାଉଛି ହାତୀ

କଟକ ଜଗତପୁର ନିମପୁର ଅଞ୍ଚଳରେ ହାତୀ ଆତଙ୍କ । ରାତିସାରା ହାତୀ ଘର ଭାଙ୍ଗିବା ସହ କାର ମଧ୍ୟ ଭଙ୍ଗାରୁଜା କରିଛି । ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଅନ୍ୟପଟେ ହାତୀ ଆକ୍ରମଣ ପରେ ସତର୍କତା ଜାରି କରିଛି ବନ ବିଭାଗ । ଜଗତପୁର ଗୋଲେଇ ଛକଠାରୁ ଆଇବି […]

ଓଡିଶା

ଚଳିତ ବର୍ଷ ହାତୀ ଆକ୍ରମଣରେ ହିନ୍ଦୋଳ ବନାଞ୍ଚଳରେ ୭ ଜଣଙ୍କ ପ୍ରାଣହାନି ଘଟିଛି

ହାତୀ ଆକ୍ରମଣରେ ଚାଲିଗଲା ୧୪ ବର୍ଷର ନାବାଳକର ଜୀବନ । ଚଳିତ ବର୍ଷ ହାତୀ ଆକ୍ରମଣରେ ଏହି ନାବାଳକଙ୍କୁ ମିଶାଇ ହିନ୍ଦୋଳ ବନାଞ୍ଚଳରେ ୭ ଜଣଙ୍କ ପ୍ରାଣ ହାନି ଘଟିଛି । ମଣିଷ ମୃତ୍ୟୁକୁ ରୋକିବା ପାଇଁ ବନବିଭାଗୀୟ ପଦକ୍ଷେପ ଆଖିଦୃଶିଆ ହୋଇପାରି ନାହିଁ । ହିନ୍ଦୋଳ ବନାଞ୍ଚଳରେ ହାତୀ-ମଣିଷ ଲଢେଇରେ କେତେବେଳେ ହାତୀ ମରୁଛନ୍ତି ତ କେତେବେଳେ ମଣିଷ । ହେଲେ ବନ ବିଭାଗର କାର୍ଯ୍ୟକଳାପକୁ ନେଇ ଏବେବି ଚିନ୍ତାରେ ସ୍ଥାନୀୟବାସିନ୍ଦା । ବିଭାଗୀୟ ଉଚ୍ଚ […]