ଓଡିଶା

ଆଇଡି କାର୍ଡ ନାମରେ ସରକାରୀ ସ୍କୁଲରେ ପଇସା ଆଦାୟ କରୁଛନ୍ତି ପ୍ରଧାନଶିକ୍ଷକ…

ଓଡାପଡା : ସରକାର ପିଲାଙ୍କ ଶିକ୍ଷା ପାଇଁ ସ୍ମାର୍ଟ କ୍ଲାସ ରୁମ୍ ସାଙ୍ଗକୁ, ମାଗଣା ବହି, ଖାତା, ପୋଷାକ ସହ ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଛନ୍ତି । ଏଥିପାଇଁ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହେଉଛି । ତେବେ ସାମାନ୍ୟ ଆଇଡି କାର୍ଡ ପାଇଁ ସରକାରୀ ଖର୍ଚ୍ଚ କହି ପିଲାଙ୍କଠାରୁ ୩୫ ଟଙ୍କା ଆଦାୟ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ଏହି ଗୁମର ଖୋଲିଥିବା ଦୁର୍ଗା […]

ଓଡିଶା

ଆସନ୍ତା ୧୬ରୁ ସମୂହ ଛୁଟିରେ ରହିବେ ଶିକ୍ଷକ-ଶିକ୍ଷୟତ୍ରୀ

ଜଗତସିଂହପୁର : ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଜିଲ୍ଲା ସଭାପତି ହିମାଂଶୁ ଶେଖର ସାମଲଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ପରେ ସଂଘର ସମସ୍ତ ସଦସ୍ୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ସରକାର […]

ଓଡିଶା

ଚଳିତ ମାସ ୧୬ ତାରିଖରୁ ରାଜରାସ୍ତାକୁ ଓହ୍ଲାଇବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ

ଗଜପତି : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ଆହ୍ୱାନ କ୍ରମେ ଶିକ୍ଷକ ଆବାହକ ଏମ୍ ରବି କୁମାରଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଗଜପତି ଜିଲ୍ଲା ସଂଘ । ଏହି ଅବସରରେ ଶିକ୍ଷକମାନେ ଏକତ୍ରିତ ହୋଇ ପାରଳାଖେମୁଣ୍ଡିସ୍ଥିତ ଗୁଣ୍ଡିଚା ବାଡ଼ି ମନ୍ଦିର ପରିସରରେ ଏକ ବୈଠକ କରିଥିଲେ । ପରେ ସ୍ମାରକପତ୍ର ପ୍ରଦାନ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗଜପତି […]

ଓଡିଶା

କଲେଜ ଅଛି ମାତ୍ର, ଶିକ୍ଷାଦାନ ପାଇଁ ଶିକ୍ଷକ ନାହାନ୍ତି । ଘୋର ଅବ୍ୟବସ୍ଥା ମଧ୍ୟରେ ଜଟଣୀ କଲେଜ…

ଜଟଣୀ : ଯୁକ୍ତ ଦୁଇ ରିଆଡମିସନ୍ ଫିସ୍ ବୁଦ୍ଧିକୁ ନେଇ ଜଟଣୀ ମହାବିଦ୍ୟାଳୟରେ ଉତେଜନା । ଛାତ୍ରଛାତ୍ରୀମାନେ କଲେଜ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବା ଦେଖିବାକୁ ମିଳିଛି I ଏପଟେ ରାସ୍ତାରୋକ୍ ଯୋଗୁଁ ସାଧାରଣ ଜନତା ହଇରାଣ ହୋଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଜଟଣୀ ଆଇଆଇସି ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଇବା ପରେ ଟ୍ରାଫିକ ସମସ୍ୟା ଦୂର ହୋଇଥିଲା । ତେବେ ଏ ନେଇ କଲେଜ ପ୍ରିନ୍ସିପାଲ କଣ କହୁଛନ୍ତି ଶୁଣନ୍ତୁ I ରିପୋର୍ଟ : […]

ଓଡିଶା

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସହନ ଯୋଜନାରେ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ

ଗଜପତି : ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ପ୍ରିୟଙ୍କା ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରାଜପୁରର ନାଲଘଟ ଗ୍ରାମର ସମନ୍ନାଥ ମାଝୀଙ୍କ ଝିଅ ଅଟନ୍ତି ସୁଶ୍ରୀ ପ୍ରିୟଙ୍କା । ଘରେ ୨ ଭାଇ ସ୍ଥାନୀୟ ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ବାପା ଜଣେ ଗରିବ କୃଷକ ହୋଇଥିବାରୁ ସେ ନିଜ […]

ଓଡିଶା

ଅଗଷ୍ଟ ୧୬ରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ କରିବ ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ

କୋଟପାଡ : ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବି ଦେଇଆସୁଛି ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ । ହେଲେ ସରକାରଙ୍କ ପକ୍ଷରୁ ତାଙ୍କୁ ମିଳୁଛି କେବଳ ପ୍ରତିଶ୍ରୁତି । କିନ୍ତୁ ସେମାନଙ୍କ ଦାବି ଏବେ ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ଏ ନେଇ କୋଟପାଡ଼ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର କୋଟପାଡ଼ ବିଇଓଙ୍କୁ ପ୍ରଦାନ କରାଯାଇଛି । ଏହି ଦାବି ଗୁଡିକ ହେଲା – ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତିକୁ […]

ଓଡିଶା ଦେଶ ବିଦେଶ

ଓଡିଶାରେ ଖୋଲିଲା ସ୍କୁଲ, ସେପଟେ ପଶ୍ଚିମବଙ୍ଗରେ ହିଟୱେଭ ଯୋଗୁଁ ସପ୍ତାହ ପାଇଁ ବନ୍ଦ ହେଲା ସ୍କୁଲ…

ଆଜିଠୁ ପୁଣି ସ୍ୱାଭାବିକ ହୋଇଛି ସ୍କୁଲ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିଥିଲେ । ଆଜି ସକାଳ ସାଢ଼େ ୬ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ କ୍ଲାସ୍ ହୋଇଛି । ସେହିପରି ଆଜିଠୁ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ପାଠ ପଢା ହୋଇଛି ।  ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ୨ ଦିନ ସ୍କୁଲ […]

ଓଡିଶା

ପରୀକ୍ଷା ଦେଉଛନ୍ତି ଯୁକ୍ତ ଦୁଇ ପରୀକ୍ଷାର୍ଥୀ

ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା । କଳାରେ ୨ଲକ୍ଷ ୧୯ହଜାର ୧୧୦ ଏବଂ ବାଣିଜ୍ୟରେ ୨୩,୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପିଲାଙ୍କ ପାଇଁ ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି ।  ଛାତ୍ରଛାତ୍ରୀ ଦୀର୍ଘ ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପରୀକ୍ଷା ଦେଉଥିଲେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ଭୟ ସେମାନଙ୍କୁ ଘାରିଛି । ଗତ ଦୁଇ […]

ଓଡିଶା

ଦୀପ ତଳ ଅନ୍ଧାର ଭଳି ପ୍ରଶାସନର ଦୃଷ୍ଟି ଆଢୁଆଳରେ ବୋରିଗୁମ୍ମା ସଦର ମହକୁମା ବିଦ୍ୟାଳୟ

ସରକାର ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ସହ ପିଲାମାନେ କିଭଳି ସ୍କୁଲ ମୁହାଁ ହେବେ ତାକୁ ଦୃଷ୍ଟିର ରଖି ସ୍ମାର୍ଟ କ୍ଲାସଠାରୁ ଆରମ୍ଭ କରି ସ୍ମାର୍ଟ ବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି । ଏ ନେଇ ବିଦ୍ୟାଳୟର ରୂପାନ୍ତରିକରଣ ପ୍ରକ୍ରିୟା ମଧ୍ୟ ଜାରି ରଖଛନ୍ତି । ହେଲେ ବୋରିଗୁମ୍ମା ସଦର ମହକୁମାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାସ୍ତବ ଚିତ୍ର କିଛି ଅଲଗା । ଏହି ବିଦ୍ୟାଳୟକୁ ଦେଖିଲେ ଲାଗୁଛି ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇବାରେ […]