ଓଡିଶା

ନିଲମ୍ବିତ ଶିକ୍ଷକଙ୍କୁ ବେଆଇନ ଭାବରେ ପୁନଃନିଯୁକ୍ତିକୁ ନେଇ ପ୍ରଶ୍ନ…

ଧର୍ମଗଡ, (ଏଫ୍ଟୁଏସ୍/ ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ପିପଳଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମୁରଲୀଧର ସାହୁଙ୍କୁ ଗତ ତା ୧/୫/୨୪ ରିଖ ଦିନ ଜୟପାଟଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ନିଲମ୍ବିତ କରାଯାଇଥିଲା । ଏ ବିଷୟ ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ପ୍ରକାଶ ଯେ ଚିଠି ନଂ ୧୯୮୭ ତା-୧୧/୦୯/୨୦୨୪ ରେ ନିଲମ୍ବିତ ଶ୍ରୀ ସାହୁଙ୍କୁ ବ୍ଲକ ଶିକ୍ଷା ଅଫିସ […]

ଓଡିଶା

ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ରାମଚନ୍ଦ୍ରପୁର ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ । ଏ ନେଇ ବିଇଓ କାର୍ଯ୍ୟାଳୟରେ ଦାବି ରଖିଛନ୍ତି ଉଭୟ ପକ୍ଷ । ରାମଚନ୍ଦ୍ରପୁର ବିଦ୍ୟାଳୟରେ ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଖାଦ୍ୟ ଯୋଗାଇ ଆସୁଛନ୍ତି । ଗୋଟେ ପଟେ ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଖାଦ୍ୟ ସଠିକ୍ ମାନର ରହିଥିବା ଦୃଢୋକ୍ତି ପ୍ରକାଶ କରିବା ସହ […]

ଓଡିଶା

ବିଦ୍ୟାଳୟ ଗୃହ ତାଲା ଭାଙ୍ଗି ଚାଉଳ ଲୁଟିନେଲେ ଦୁବୃର୍ତ୍ତ

ହିନ୍ଦୋଳ : ସ୍କୁଲକୁ ବି ଛାଡିଲେନି । ଗ୍ରୀଷ୍ମ ଛୁଟି ପାଇଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଛି । ଏହାର ସୁଯୋଗ ନେଇ ବିଦ୍ୟାଳୟ ଗୃହ ତାଲା ଭାଙ୍ଗି କଳାକନା ବୁଲାଇଲେ ଦୁବୃର୍ତ୍ତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକ ମାଧପୁର ପଞ୍ଚାୟତ ଅନ୍ତର୍ଗତ ଭାନୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରୁ ସର୍ବସ୍ବ ଲୁଟ୍ ହୋଇଥିବା ନେଇ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ମାନସ […]

ଓଡିଶା

କାଲିଠୁ ଗ୍ରୀଷ୍ମ ଛୁଟି । ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କଲେ ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ : ଅସହ୍ୟ ତାତିରେ ସିଜୁଛି ସାରା ଓଡିଶା । ସକାଳ ୮ଟାରୁ ଆକାଶରୁ ନିଆଁ ବର୍ଷୁଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଛି । ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପ୍ରବଳ ତାତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସ୍କୁଲ ଗୁଡ଼ିକୁ ଛୁଟି […]

ଓଡିଶା

5T ରୂପାନ୍ତରଣ ବିଦ୍ୟାଳୟର ଅନୁଧ୍ୟାନ କରୁଛନ୍ତି ଜିଲ୍ଲାସ୍ତରୀୟ ଅଧିକାରୀ

ଗଜପତି: 5T ରୂପାନ୍ତରଣ ବିଦ୍ୟାଳୟର ଅନୁଧ୍ୟାନ କରୁଛନ୍ତି ଜିଲ୍ଲାସ୍ତରୀୟ ଅଧିକାରୀ । ଗଜପତି ଜିଲ୍ଲାର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୋଟିଏ ଟିମ୍ ଗୁମ୍ମା ବ୍ଲକସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଅନୁଧ୍ୟାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆସି ବିଦ୍ୟାଳୟର 5T ରୂପାନ୍ତରଣ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି । ଏହି ସମୟରେ ଜିଲ୍ଲାପାଳ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ଓ ଆଧୁନିକ ବିଜ୍ଞାନଗାର ଦେଖି ନିଜର ଖୁସି ବ୍ୟକ୍ତ କରିଥିଲେ । ଏହି ସମୟରେ ବିଭିନ୍ନ […]

ଓଡିଶା

ଓଡିଶା ଆଦର୍ଶ ବିଦ୍ୟାଳୟର ଉନ୍ନୟନ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଗପୁରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଉନ୍ନୟନ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଏ ସମ୍ପାଦକ, ବ୍ରହ୍ମପୁର ତଥା ଓଡିଶା ଆଦର୍ଶ ବିଦ୍ୟାଳୟର ଚେୟାରମ୍ୟାନ ସଞ୍ଜିବ ରାଉତ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଏ.ମିରାରାଣୀ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଯଥା ଅଧ୍ୟକ୍ଷା ପିଜିଟି ପଦାର୍ଥ ବିଜ୍ଞାନ, ପିଜିଟି ରସାୟନ ବିଜ୍ଞାନ, ଟିଜିଟି ହିନ୍ଦି, ଟିଜିଟି ସଂସ୍କୃତ, ସଙ୍ଗୀତ ଶିକ୍ଷକ ପଦ ଖାଲିଥିବା ପ୍ରକାଶ କରିଥିଲେ […]

ଓଡିଶା

ବେଗୁନିଆପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଶିକ୍ଷକ ସଂଘର ସାଙ୍ଗଠନିକ ନିର୍ବାଚନ କୋଦଳ ଖରୁଡ଼ା ସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନାରାୟଣ ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌର କିଶୋର ମହାରଣା ନିର୍ବାଚନ ପରିଚାଳନା କରିଥିଲେ । ନିର୍ବାଚନରେ ସଭାପତି ଭାବେ ଜୟଦେବ ଜେନା, ଉପସଭାପତି ଭାବେ ପ୍ରମୋଦ ଚନ୍ଦ୍ର ରଥ ନିର୍ବାଚିତ ହୋଇଥିବାବେଳେ ଉପସଭାନେତ୍ରୀ ଭାବେ ଅଞ୍ଜଳି ମିଶ୍ର ଓ ସାଧାରଣ ସମ୍ପାଦକ ଭାବେ ରବି ନାରାୟଣ ଶତପଥୀ ନିର୍ବାଚିତ […]