ଓଡିଶା

ସମିତି କାମକୁ କିଏ କରିବ ? ଏ ନେଇ ଦୁଇ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ ଏବଂ ବିଧାୟିକାଙ୍କୁ ନେଇ ଚାଲିଛି ପାୱାର ସୋ…

ଢେଙ୍କାନାଳ, ୨/୧୨ (ସୁଜିତ୍ କୁମାର ବେହେରା) : ରାଜନୈତିକ ଗୋଷ୍ଠୀ କନ୍ଦଳ ଏବଂ କ୍ଷମତା ଲଢ଼େଇ ପାଇଁ ସମସ୍ତ ସରକାରୀ ନିୟମକାନୁନ କିପରି ମୂଲ୍ୟହୀନ ହୋଇଯାଏ ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକରେ । ଗୋଟେପଟେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଓ ଆଉ ଗୋଟେ ପଟେ ଉପାଧ୍ୟକ୍ଷ ଓ ବିଧାୟିକାଙ୍କ ମଧ୍ୟରେ ଚାଲିଛି ଗୋଷ୍ଠୀ ବିବାଦ । ଏହି ଘଟଣା କିଛି ନୂଆ କଥା ନୁହେଁ । ସେହିପରି ଆଉ ଏକ ଘଟଣା ଦେଖିବାକୁ […]

ଓଡିଶା

ଓଡାପଡା ତହସିଲରେ ବାଡ ଖାଉଛି ଫସଲ । ଆଖି ଦେଖୁଛି ଗୋଟେ ତଥ୍ୟ, କାଗଜ କଲମରେ ଭିନ୍ନ ତଥ୍ୟ…

ଓଡାପଡା, ୨୯/୧୧ (ଗୋପବନ୍ଧୁ ବାରିକ) : ଓଡାପଡା ତହସିଲିରେ କାଗଜ କଲମରେ ହଡ଼ପ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଲଘୁଖଣିଜ । ଏହାର ଦସ୍ତାବିଜ୍ ଏବେ ହସ୍ତଗତ ହୋଇଛି । ଦସ୍ତାବିଜ୍ ପରେ ପଦାରେ ପଡିଛି ଓଡାପଡା ପ୍ରଶାସନିକ ଗୁମର କଥା । କିଛିଦିନ ତଳେ ଓଡାପଡା ପଂଚାୟତ ସମିତି ମହାବିଦ୍ୟାଳୟ ଦକ୍ଷିଣ ପାର୍ଶ୍ୱରେ ଥିବା ପାହାଡ଼ କିପରି ନିଜର ସୁରକ୍ଷା ପାଇଁ ହକ ମାଗୁଛି ସେ ନେଇ ଖବର ପ୍ରସାରଣ ହୋଇଥିଲା । ଅର୍ଥପିପାସୁ ମଣିଷମାନେ […]

ଓଡିଶା

କାମରେ ଆସୁନି ସରକାରଙ୍କ ପ୍ରାଣୀ ଚିକିତ୍ସାଳୟ ଆମ୍ବୁଲାନ୍ସ…

ଢେଙ୍କାନାଳ, ୨୭/୧୧ (ସୁଜିତ୍ କୁମାର ବେହେରା) : ବିଷ ନେଇଗଲା ଛେଳିଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ବାଉଁଶ ପୋଖରୀ ପଂଚାୟତ ଖଇରା ସାହି ଗ୍ରାମରେ । ଗ୍ରାମର ବାଉରୀ ଭୋଇ ନାମକ ଛେଳି ଚାଷୀ ନିତିଦିନ ଭଳି ଗ୍ରାମ ନିକଟସ୍ଥ ପିଢ଼ ଠାକୁରାଣୀଙ୍କ ପାର୍ଶ୍ୱବର୍ତି ଅଂଚଳକୁ ଛେଳି ଚରାଇବାକୁ ଯାଇଥିବା ବେଳେ ୨/୩ ଟି ଛେଳି ପାଟିରୁ ନାଳ ଛାପ ଗଡ଼ାଇ ପେଟ ଫୁଲାଇ ହଠାତ୍ […]

ଓଡିଶା

ହିନ୍ଦୋଳରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଢେଙ୍କାନାଳ, ୨୬/୧୧ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ରାଜ୍ୟ ସରକାରଙ୍କ ମେଗା ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳ ବିଡ଼ିଓ ବିନିତା ବିଜୟିନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ୫୨୨ଜଣ ପଞ୍ଜୀକରଣ କରିଥିବା ବେଳେ ସେଥିମଧ୍ୟରୁ ଦୃଷ୍ଟିହୀନ ୭୦ଜଣ, ମେଡ଼ିସିନରେ ୩୦, ଶାରୀରିକ ୨୭୨, ବଧିର ୭୪, ମାନସିକ ୭୬ ଜଣ ଥିବା ଜଣାପଡିଛି । ଏହି ଉପଲକ୍ଷେ ଶିବିର ଆରମ୍ଭ ହେବା ମାତ୍ରେ ଭିଡ଼ ପରିଲିକ୍ଷିତ […]

ଓଡିଶା

ସରକାରଙ୍କୁ ଅନୁରୋଧ; ମୋରାଙ୍କ ଦୁଃଖ ଟିକେ ବୁଝନ୍ତୁ…

ଢେଙ୍କାନାଳ, ୨୬/୧୧ (ସୁଜିତ୍ କୁମାର ବେହେରା) : କଥାରେ ଅଛି ଅରକ୍ଷିତକୁ ଦଇବ ସାହା । ଦିନଥିଲା ପୁଅ, ବୋହୂ, ନାତିମାନଙ୍କୁ ଧରି ବେଶ୍ ଖୁସିରେ ଦିନ ବିତିଯାଉଥିଲା । ହେଲେ ହସଖୁସିର ସଂସାର ଭିତରେ ସତେ ଯେମିତି କାହାର ନଜର ଲାଗିଗଲା । ବୋଝ ଉପରେ ଲଳିତା ବିଡା ପରି ମୁଣ୍ଡ ଉପରେ ଦୁଃଖର ପାହାଡ଼ କିଏ ଲଦି ଦେଇଗଲା । ଏଭଳି ଏକ ହୃଦୟ ବିଦାରକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା […]

ଓଡିଶା

ହିନ୍ଦୋଳରେ ପୁଣି ହାତୀ-ମଣିଷ ଛକାପଞ୍ଝା; ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ…

ହିନ୍ଦୋଳ, ୨୧/୧୧ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ମଣିଷ ମରିବା ଏବେ ଦୈନନ୍ଦିନ ଘଟଣାରେ ପରିଣତ ହୋଇଛି । ଖବରରୁ ପ୍ରକାଶ ଯେ, ଗତ ସୋମବାର ସନ୍ଧ୍ୟାରେ ହିନ୍ଦୋଳ ଏନ୍ଏସି ୱାର୍ଡ ନଂ ୯ ପୁରୁଷୋତମପୁର ଗ୍ରାମର ନାରାୟଣ ନାଏକ (୫୮), ପିତା -ସ୍ୱର୍ଗତ ଅର୍ଜୁନ ନାଏକ ଶୌଚ ହେବା ପାଇଁ ନିଜ ବାଡ଼ିପଟକୁ ଯାଇଥିଲେ । ଏହି ସମୟରେ ଏକ ବିରାଟ ଦନ୍ତା ହାତୀ ହଠାତ୍ ନାରାୟଣଙ୍କୁ ଆକ୍ରମଣ କରିବା […]

ଓଡିଶା

ହିନ୍ଦୋଳରେ ବଢିବାରେ ଲାଗିଛି ରାଜନୈତିକ ଶତ୍ରୁତା…

ହିନ୍ଦୋଳ, ୧୬ ନଭେମ୍ବର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଜରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜରଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା ।  ଜରଡା ଗ୍ରାମର ସରୋଜ କୁମାର ପାଢ଼ୀ ଗ୍ରାମ ନିକଟସ୍ଥ ଆଶ୍ରମରେ ଫୁଲ ତୋଳୁଥିବା ସମୟରେ ଦୁଇଜଣ ଅଚିହ୍ନା ଦୁର୍ବୁର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଆହତ ସରୋଜଙ୍କର ହାତ, ବେକ ଏବଂ ଗୋଡ଼ରେ ଶକ୍ତ ଆଘାତ ଲାଗିଛି । ରାଜନୈତିକ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏ ନେଇ […]

ଓଡିଶା

ହିନ୍ଦୋଳ ପୋଲିସର ସଡକ ସୁରକ୍ଷା ଅଭିଯାନ

ଢ଼େଙ୍କାନାଳ, ୧୬ ନଭେମ୍ବର : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ପୋଲିସ୍ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । ଥାନା ଅଧିକାରୀଣୀ ଚାରୁଲତା ବେହେରା ଏବଂ ହିନ୍ଦୋଳ ଡ୍ରାଇଭର ମହସଂଘର ଉଦ୍ୟମରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଡ଼କ ସୁରକ୍ଷା ଜୀବନ ରକ୍ଷା ଏବଂ ଦୃତ ଗତିରେ ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ବେଳେ ସର୍ବଦା ହେଲମେଂଟ୍ ବ୍ୟବହାର କରିବା ଏବଂ ନିଶା ତଥା ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ […]

ଓଡିଶା

ଉପଖଣ୍ଡସ୍ତରୀୟ କୃଷିଯନ୍ତ୍ରପାତି ମେଳା ଉଦଘାଟିତ…

ଢେଙ୍କାନାଳ, ୧୫ ନଭେମ୍ବର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜିତ ହୋଇଛି । ସ୍ଥାନୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମେଳାରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧ୍ୟକ୍ଷ ଅର୍ଚ୍ଚନା ପୁହାଣ, ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୀପ୍ତିକାନ୍ତ ରାଉତରାୟ, ଏନ୍ଏସି […]

ଓଡିଶା

ପ୍ରଶାସନର ସହାୟତା ରହିଲେ ବଞ୍ଚି ରହିବ କୂଳବେଉସା…

ଢେଙ୍କାନାଳ : ଆଲୋକର ପର୍ବ ଦୀପାବଳି ପାଇଁ ଚଳଚଞ୍ଚଳ ଗାଁଠୁ ସହର । କୁମ୍ଭକାରମାନେ ଦି ପଇସା ରୋଜଗାର କରିବା ଆଶାରେ ନିଜର କୌଳିକ ବୃତ୍ତିକୁ ଆପଣାଇ ଦୀପ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ବଢ଼ିବାରେ ଲାଗିଛି ଦୀପର ଚାହିଦା । ଘରେ ଘରେ ପୁରୁଷ ଏବଂ ମହିଳାମାନେ ଲାଗି ପଡିଛନ୍ତି ଦୀପ ପ୍ରସ୍ତୁତ କରିବାରେ । ହିନ୍ଦୋଳରେ କିଛି କୁମ୍ଭକାର ସମ୍ପ୍ରଦାୟର ଲୋକେ ନିଜର କୌଳିକ ବୃତ୍ତିକୁ ଛାଡ଼ିବାରେ ଲାଗିପଡ଼ିଥିବା […]