ଓଡିଶା

ଅପାରଗ ବନବିଭାଗ ପାଇଁ ଅନାଶୟରେ ଜୀବନ ହାରୁଛନ୍ତି ନିରୀହ ମଣିଷ

ହାତୀ ଆକ୍ରମଣରେ ମହିଳାଙ୍କ ଶୋଚନୀୟ ମୃତ୍ୟୁଢେଙ୍କାନାଳ, (ଏଫ୍ଟୁଏସ୍) ୦୮/୦୭ : ଢେଙ୍କାନାଳ ଜିଲ୍ଲାର ବନବିଭାଗ ସବୁ କ୍ଷେତ୍ରରେ ଫେଲ ମାରିବା ସହ ନିଜ ଅପାରଗତା ପାଇଁ ସ୍ଥାନୀୟ ଅଞ୍ଚଳରେ ବିଖ୍ୟାତ । ହାତୀ ଆକ୍ରମଣରେ ଦୈନନ୍ଦିନ ମଣିଷ ମରିବା, ଢେଙ୍କାନାଳରେ ଦେହସୁହା ଘଟଣାରେ ପରିଣତ ହୋଇଗଲାଣି । ଖାଲି ଲୋକ ଦେଖାଣିଆ ସମବେଦନା ସାଙ୍ଗକୁ କିଞ୍ଚିତ କ୍ଷତିପୂରଣ ଏହି ଘଟଣାର ସ୍ଥାୟୀ ସମାଧାନ ପାଲଟିଛି । ପ୍ରତ୍ୟେକ ଦିନ ଜଙ୍ଗଲୀ ହାତୀଙ୍କ ଆକ୍ରମଣରେ ସ୍ଥାନୀୟବାସୀ ମୃତ୍ୟୁବରଣ କରୁଥିଲେ […]

ଓଡିଶା

ହେ ସରକାର ! ଆମେ କୁଆଡେ ଯିବୁ…

ଢେଙ୍କାନାଳ, (ଏଫ୍ଟୁଏସ୍) ୦୬/୦୭ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କନ୍ତାମିଲା ପଞ୍ଚାୟତ ଅନ୍ତର୍ଗତ ଧୁବୋଣିନନ୍ଦର ଗ୍ରାମର ଯୁଧିଷ୍ଠିର ସାହୁ ନାମକ ବ୍ୟକ୍ତିଙ୍କ ଘରକୁ ଗତ ୨୬ ତାରିଖ ବୁଧବାର ଦିନ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହିନ୍ଦୋଳ ତହସିଲଦାର ଜେସିପି ଲଗାଇ ଭାଙ୍ଗି ଦେବା ଘଟଣାର ସପ୍ତାହେ ପରେ ବି ବିପନ୍ନ ପରିବାରକୁ ଥଇଥାନ କରିବା ତ ଦୂରର କଥା ତହସିଲଦାର ସରକାରୀସ୍ତରରେ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ଦେଇଥିବା ପ୍ରତିଶ୍ରୁତି ଆସ୍ଫଳନ ପାଲଟିଛି । […]

ଓଡିଶା

ଥଇଥାନ ନକରି ତରବରିଆ ନିଷ୍ପତି ନେଇ ଗରିବ ଲୋକଙ୍କୁ ବେସାହାରା କଲା ପ୍ରଶାସନ…

ଏବେ ପ୍ରଶ୍ନ ଜବରଦଖଲ ଜମି ଉପରେ ଆବାସ ଯୋଜନା କାର୍ଯ୍ୟାଦେଶ ଅନୁମତି ଦେଇଥିଲା କିଏ ?ଢେଙ୍କାନାଳ, ୨୮/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଗତ ବୁଧବାର ଅପରାହ୍ନରେ ହିନ୍ଦୋଳ ଉପଖଣ୍ଡ ପ୍ରଶାସନ ପକ୍ଷରୁ ତହସିଲଦାର ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ଆଦେଶ ମୁତାବକ ଜଣେ ଗରିବ ପରିବାରର ବାସ ଉପଯୋଗୀ ଘର ଭାଙ୍ଗି ଦେଇ ସଂପୂର୍ଣ୍ଣ ପରିବାରଟିକୁ ବେସାହାରା କରିଦେଛନ୍ତି । ସୂଚନା ମୁତାବକ ଗ୍ରାମର […]

ଓଡିଶା

ହିନ୍ଦୋଳରେ ଢେଙ୍କାନାଳ ସାଂସଦ ରୁଦ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଢେଙ୍କାନାଳ, ୨୨/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ଅନ୍ତର୍ଗତ ଡାକବଙ୍ଗଳା ପରିସରରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନଗର ମଣ୍ଡଳ ସଭାପତି ସନ୍ତୋଷ ବେହେରାଙ୍କ ପୌରହିତ୍ୟ ଏବଂ ପ୍ରଚାର କମିଟି ଅଧକ୍ଷ ଅଜୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋବିନ୍ଦ ବେହେରା, ସୋଭାଗିନି ପ୍ରଧାନ, ସ୍ୱର୍ଣ୍ଣଲତା ମହାପାତ୍ର ଓ ଉର୍ମିଳା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୟରେ ସର୍ବପ୍ରଥମେ କାଉନସିଲର ଦୀପକ ରଂଜନ ବିଶ୍ୱାଳ, […]

ଓଡିଶା

ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ସମ୍ୱନ୍ଧରେ ଆମ୍ ଆଦମୀ ପାର୍ଟିର ସ୍ପଷ୍ଟ ମନ୍ତବ୍ୟ…

ଢେଙ୍କାନାଳ, ୬/୧୦ : ଆପ୍ ଢେଙ୍କାନାଳ ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ବିଜୟୀ ହେବା ପରେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଉଦ୍ଦିଷ୍ଟ ନର୍ସିଂ ହୋମ ଗୁଡିକ ଏହି କାର୍ଡ ଗ୍ରହଣ ନ କରିବାର ଘଟଣା ସୋସିଆଲ ମିଡିଆରେ ପ୍ରଚାର ହେବା ନଜରକୁ ଆସିଥିଲା । ଯାହାକୁ ନେଇ ଜନ ଅସନ୍ତୋଷ […]

ଓଡିଶା

ନିର୍ବାଚନ ପରବର୍ତ୍ତୀ ହିଂସା ସନ୍ଦେହ, ଦୁର୍ବୁତ୍ତ ଜାଳି ଦେଲେ ୩ ଟି ବାଇକ୍…

ହିନ୍ଦୋଳ, ୦୧/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଓ ଏନ୍ଏସିର ୫ ନଂ ୱାର୍ଡରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ଧୋନ୍ଦିନାଳୀ ସାହିରେ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ୩ ଟି ବାଇକକୁ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ନେଇ ହିନ୍ଦୋଳ ଥାନାରେ ଅଭିଯୋଗ ହୋଇଛି । ପୋଲିସ୍ ଅଭିଯୋଗ ପାଇ ଘଟଣାର ପ୍ରାଥମିକ ତଦନ୍ତ କରି ସେହି ଗ୍ରାମର ୩ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରା […]

ଓଡିଶା

ଚୋରି ସନ୍ଦେହରେ ବାଇକ ସହ ଜଣେ ଅଟକ…

ହିନ୍ଦୋଳ, ୨୮/୦୫ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ କିଛିଦିନ ତଳେ ଚୋରି ହୋଇଥିବା ଏକ ବାଇକ ଓ ତାକୁ ନେଇଆସିଥିବା ଯୁବକକୁ ଅଟକ ରଖାଯାଇଛି । ଯାହାକି ସେହି ଅଂଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଖବରରୁ ପ୍ରକାଶ ଯେ ଗତ ୧୪ ମେ ତାରିଖରେ ହିନ୍ଦୋଳ ଏନଏସି ୱାର୍ଡ ନଂ -୨ର ରାଜକୁମାର ରାଜଙ୍କ ଗ୍ଲାମର ବାଇକ ନଂ ଓଡି ୧୯ଏନ୧୫୬୬କୁ କେହି ଅଜଣା ଦୁର୍ବୃତ୍ତ ଚୋରି କରିନେଇଯାଇଥିଲେ । ଏ ନେଇ ରାଜକୁମାରଙ୍କ […]

ଓଡିଶା

ବନ୍ଦ ରହିଛି ଉପଖଣ୍ଡ ସୂଚନା କେନ୍ଦ୍ର ଓ ପାଠାଗାର, ପାଠକ ମହଲରେ ଅସନ୍ତୋଷ…

ଢେଙ୍କାନାଳ, ୩/୫ : କର୍ମଚାରୀ ଥାଇବି ଦୀର୍ଘ ଦେଢ଼ ମାସ ହେବ ବନ୍ଦ ହୋଇ ରହିଛି ଉପଖଣ୍ଡ ସୂଚନା କେନ୍ଦ୍ର ଓ ପାଠାଗାର । ପାଠକ ମହଲରେ ଅସନ୍ତୋଷ । ୧୯୯୦ ମସିହାରୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାପିତ ସୂଚନା କେନ୍ଦ୍ର ଓ ପାଠାଗାରରେ ଯଥେଷ୍ଟ ସଂଖ୍ୟକ କର୍ମଚାରୀ ନଥିଲେ ମଧ୍ୟ ଜଣେ ନିୟମିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଜଣେ ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ଚାଲୁଛି । ତେବେ […]

ଓଡିଶା

ହଜାର ହଜାର ସମର୍ଥକଙ୍କ ସହ ନାମାଙ୍କନ ଭରିଲେ ହିନ୍ଦୋଳ ବିଜେଡି ବିଧାୟକ ପ୍ରାର୍ଥୀ ମହେଶ ସାହୁ…

ଢେଙ୍କାନାଳ, ୩/୫ : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ମହେଶ ସାହୁ ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ ତାରିଣୀ ମନ୍ଦିରରେ ପୂଜାର୍ଚନା କରି ଏକ ବିଶାଳ ଶୋଭାଯାତ୍ରାରେ ମହେଶ ସାହୁ ଏକ ଖୋଲା ଜିପରେ ବାହାରିିଥିଲେ । ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର କୋଣ ଅନୁକୋଣରୁ ସ୍ୱତଃପ୍ରବୃତ୍ତ ଭାବରେ ଆସିଥିବା ହଜାର ହଜାର ମହେଶ ସମର୍ଥକ, […]

ଓଡିଶା

ଅରବିନ୍ଦ କେଜରିୱାଲଙ୍କ ଗିରଫ ବିରୋଧରେ ଗର୍ଜିଲା ଆପ୍…

ଢେଙ୍କାନାଳ : ଆପର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡି ଗିରଫ କରିବା ପ୍ରତିବାଦରେ ଢେଙ୍କାନାଳ ଶାଖା ଆପ୍ କର୍ମୀମାନେ ଦଳର ଜିଲ୍ଲା କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବିଭିନ୍ନ ନାରାବାଜି ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ଜିତେନ୍ଦ୍ର ବେହେରା ଓ ଅନିଲ କୁମାର ନାଥ, ଯୁଗ୍ମ ସମ୍ପାଦକ ବିଧୁରଞ୍ଜନ ନାଏକ, ପିତାମ୍ବର […]