ଓଡିଶା

ହିନ୍ଦୋଳ କାର୍ଯ୍ୟକର୍ତ୍ତାଙ୍କୁ ନେଇ ନବୀନଙ୍କ ବୈଠକ…

ଯୋଗ ଦେଲେ ଏନ୍ଏସି ଅଧ୍ୟକ୍ଷ/ଉପାଧ୍ୟକ୍ଷା, କାଉନସିଲର, ବ୍ଲକ ଉପାଧ୍ୟକ୍ଷ, ସରପଞ୍ଚ ଓ କାର୍ଯ୍ୟକର୍ତ୍ତାଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖଭବନରେ ରାଜ୍ୟର ସମସ୍ତ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କୁ ନେଇ ବୈଠକ କରିବା ସହ ଜନସାଧାରଣଙ୍କ ସହ ଯୋଡି ହୋଇରହିବାର ଗୁରୁମନ୍ତ୍ର ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଶଙ୍ଖଭବନରେ ଢେଙ୍କାନାଳ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଆୟୋଜିତ ହୋଇଛି ଦଳୀୟ ମାନସମନ୍ଥନ । ଦଳର କୋରକମିଟି ପ୍ରମୁଖ ସଦସ୍ୟ ତଥା ହିନ୍ଦୋଳ ନିର୍ବାଚନ […]

ଓଡିଶା

ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହେଲା ସାଧାରଣ ବୈଠକ ଏବଂ ହଟ୍ଟଗୋଳ ମଧ୍ୟରେ ଶେଷ ହେଲା…

ପଞ୍ଚାୟତ ଜନ ପ୍ରତିନିଧିଙ୍କ ପ୍ରଶ୍ନ ବାଣରେ ଛାନିଆ ଅଧିକାରୀ !କିଛି ବିଭାଗରେ ଚାଲିଛି ମନମୁଖୀ ଶାସନ, ଅଭିଯୋଗ କଲେ ଜନ ପ୍ରତିନିଧିଢେଙ୍କାନାଳ, (ଏଫ୍ଟୁଏସ୍ / ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ପଞ୍ଚମ ସାଧାରଣ ଅଧିବେଶନ ବ୍ଲକ ବିଜୁପଟ୍ଟନାୟକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବହୁଦିନ ପରେ ଅଧ୍ୟକ୍ଷା ସସ୍ମିତାରାଣୀ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଜିପିଓ ଅନିତା ଦାସ ବିବରଣୀ ପାଠ କରିଥିଲେ । ଏହି ଅଧିବେଶନରେ ୩୫ […]

ଓଡିଶା

ଟାଟାଷ୍ଟିଲ ପକ୍ଷରୁ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତା…

ଢେଙ୍କାନାଳ, (ଏଫ୍ଟୁଏସ୍ / ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀସ୍ଥିତ ଟାଟାଷ୍ଟିଲ କମ୍ପାନୀ ପକ୍ଷରୁ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତା ହିନେ୍ଦାଳ ବ୍ଲକର ବିଭିନ୍ନ ସ୍କୁଲମାନଙ୍କରେ ଆୟୋଜିତ ହୋଇଯାଇଛି । ହିନ୍ଦୋଳ ଏନ୍ଏସିସ୍ଥିତ ହିନ୍ଦୋଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଥିପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପ୍ରଯୁକ୍ତି ବିଦ୍ୟା ଅଧୀନରେ ଥିବା ପଠାଣିସାମନ୍ତ ପ୍ଲାନିଟରିୟମ ସହଯୋଗରେ ଟାଟାଷ୍ଟିଲ ଆଷ୍ଟ୍ରୋନମର ୟାଟସର ୧୭ତମ ସଂସ୍କରଣ […]

ଓଡିଶା

ଢେଙ୍କାନାଳ ଜିଲ୍ଲା “ଜାଗୃତି” ସ୍ବଧାର ଗୃହରୁ ବାରମ୍ବାର ନାବାଳିକା ନିଖୋଜ, ତଦନ୍ତ ଦାବି କଲା ଆପ୍…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଜାଗୃତି ସଂସ୍ଥାରୁ ନିଖୋଜ ତିନି ଜଣ ନାବାଳିକାଙ୍କୁ ଠାବ କରି ସୁରକ୍ଷିତ ସ୍ଥାନରେ ରଖିବା ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ତଦନ୍ତ ପରିସର ଭୁକ୍ତ କରି ଦୋଷୀମାନଙ୍କୁ ଆଇନ ଅନୁସାରେ ଦଣ୍ଡିତ କରିବା ପାଇଁ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ଢେଙ୍କାନାଳ ଜିଲ୍ଲା […]

ଓଡିଶା

ବିଦ୍ୟାଳୟରେ ଜମିଛି ମଦର ଆସର । ଶିକ୍ଷକଙ୍କ ଔଦ୍ଧତ୍ୟ ପାଇଁ ବିପଦରେ ବିଦ୍ୟାର ମନ୍ଦିର…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଗାଁ ପରିମଳ ଧୋବା ତୁଠରୁ । ଆଉ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂସ୍କାର ଶିକ୍ଷା ପରିବେଶରୁ । ମାତ୍ର ଏଠାରେ ଏ କି ପ୍ରକାରର ଶିକ୍ଷା ସଂସ୍କାର । ଯେଉଁ ପବିତ୍ର ସ୍ଥଳରେ ଆଗାମୀ ପିଢୀର ଭବିଷ୍ୟତ ଗଠନ କରାଯାଏ, ସେଠାରେ ଶିକ୍ଷକ ନିଜ ସହକର୍ମୀ ଏବଂ ଦଶମଶ୍ରେଣୀ ଛାତ୍ରଙ୍କୁ ନେଇ ଜମେଇଛନ୍ତି ମଦର ଆସର । କହିବାକୁ ଗଲେ ସ୍କୁଲ ପାଲଟିଯାଇଛି ମଦୁଆଙ୍କ ଆଡ୍ଡା ସ୍ଥଳୀ । ଏ […]

ଓଡିଶା

ରାସ୍ତା ନୁହେଁ ତ ମରଣଯନ୍ତା, ବାରମ୍ବାର ଗୁହାରୀ ପରେ ବି ଶୁଣୁନାହାନ୍ତିି ସରପଞ୍ଚ ଓ ବ୍ଲକ ପ୍ରଶାସନ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଂସରା ପଞ୍ଚାୟତ ଅନ୍ତର୍ଗତ ଆମ୍ବିଥି ଚେପିଟି ଗାଡିଆ ୯ ନଂ ୱାର୍ଡ ଗ୍ରାମ୍ୟ ରାସ୍ତା ମରଣଯନ୍ତା ପାଲଟିଛି । ଉକ୍ତ ରାସ୍ତା ଦେଇ ଯାତାୟତ କାଠିକାର ପାଠ । ଏପରିକି ଗୁରୁତର ରୋଗୀଙ୍କୁ ଯଦି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବାକୁ ପଡେ ତେବେ ଏହି ରାସ୍ତା ଦେଇ ପ୍ରାୟ ୧ କିମି ପର୍ଯ୍ୟନ୍ତରୋଗୀଙ୍କୁ ବୋହି ନେବାକୁ ପଡେ । ପରେ ଯାଇ ମୁଖ୍ୟ […]

ଓଡିଶା

ବନ୍ଦ ଦୋକାନ ଘରୁ ମିଳିଲା ବ୍ୟବସାୟୀ ମୃତଦେହ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

ଢେଙ୍କାନାଳ, (ଏଫ୍ଟୁଏସ୍ / ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଥାନା ବାଉଁଶପୋଖରୀ ଗ୍ରାମର ବ୍ୟବସାୟୀ ସନ୍ତୋଷ ସେଠୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ । ସେ ତାଙ୍କ ଦୋକାନରେ ଶୋଇଥିବା ବେଳେ ଗତ ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗୁରୁବାର ସକାଳେ ଜଣେ ଗ୍ରାହକ ତାଙ୍କ ଦୋକାନକୁ କ୍ଷୀର ପ୍ୟାକେଟ କିଣିବାକୁ ଯାଇଥିଲେ । ସେ ବହୁତ ସମୟ ଧରି ଡାକିବା ପରେ ବ୍ୟବସାୟୀ ଜଣକ ଦୋକାନ ନ […]

ଓଡିଶା

ହିନ୍ଦୋଳ ଉପଖଣ୍ଡସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ…

ଢେଙ୍କାନାଳ, (ଏଫ୍ଟୁଏସ୍ / ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଯୋଗ ଦେଇଥିଲେ । ସ୍ଥାନୀୟ ମିନି ଷ୍ଟାଡିୟମରେ ସେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ  ଅଭିବାଦନ ଗ୍ରହଣ କରିଥିଲେ । ପରେଡରେ […]

ଓଡିଶା

ଏନ୍ଏସି ଅଧ୍ୟକ୍ଷଙ୍କ ବାଡି ପଛପଟ ରାସ୍ତା ଏମିତି… ଗ୍ରାମବାସୀ କହିବେ କାହାକୁ ?

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଏନ୍ଏସି ଅଧ୍ୟକ୍ଷଙ୍କ ବାଡି ପଛପଟ ରାସ୍ତାର ଅବସ୍ଥା କହିଲେ ନ ସରେ । ଟିକିଏ ବର୍ଷା ହେଲେ ପାଣି କାଦୁଅରେ ପଚପଚ ହୋଇଯାଏ ରାସ୍ତା । ଏହି ରାସ୍ତା ଦେଇ ତିନୋଟି ସାହିର ଲୋକେ ଯାତାୟତ କରନ୍ତି । ମାତ୍ର ଜନପ୍ରତିନିଧିଙ୍କ ଅବହେଳା କାରଣରୁ ଦଶା ଭୋଗୁଛନ୍ତି ଗାଁ ଲୋକ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିର ୨ ନଂ ୱାର୍ଡ ଅନ୍ତର୍ଗତ ବ୍ରାହ୍ମଣ ସାହି କଂକ୍ରିଟି ରାସ୍ତାକୁ ସଂଯୋଗ […]

ଓଡିଶା

ସଡକ ସୁରକ୍ଷାର ବ୍ୟବସ୍ଥା ନାହିଁ, ଯାହାର ଫଳ ଭୋଗୁଛନ୍ତି ହିନ୍ଦୋଳ ନିର୍ବାଚନ ମଣ୍ଡଳବାସୀ…

ହିନ୍ଦୋଳ, (ଏଫ୍ ଟୁ ଏସ୍ /ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ । ସୂଚନା ଅନୁସାରେ, ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ବାଗଧରିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣଙ୍କ ଜୀବନ । ଅନୁଗୁଳ-କଟକ ରାସ୍ତାରେ କଟକ ଆଡକୁ ଯାଉଥିବା ବାଲିମି ଥାନା ଖଜୁରିଆକଟା ଅଞ୍ଚଳର କ୍ଷୀରୋଦ ନନ୍ଦଙ୍କ କାର ନଂ OD19J5015 ଟି ସ୍ଥାନୀୟ ଗୁହାଳୀପାଳ […]