ଓଡିଶା

ଗିରିଶ ନା ଧର୍ମେନ୍ଦ୍ର । କିଏ ହେବ ମୁଖ୍ୟମନ୍ତ୍ରୀ…

ରାଜ୍ୟର ଜନାଦେଶ ସର୍ବସମ୍ମୁଖରେ । ପ୍ରଥମଥର ପାଇଁ ଓଡିଶାରେ ବିଜେପି ସ୍ପଷ୍ଟ ବହୁମତ ପାଇ ସରକାର ଗଢିବାକୁ ଯାଉଛି । ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ୭୪ ଥିବାବେଳେ ବିଜେପି ହାତକୁ ଆସିଛି ୭୮ ଟି ଆସନ । ଲୋକସଭାରେ ବି ରେକର୍ଡ ବିଜୟ ହାତେଇଛି ବିଜେପି । ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଶାସନ ଗାଦିରେ ବସିଥିବା ବିଜେଡି ସରକାର ଏଥର ଲୋକସଭା ଆସନରେ ଗୋଟିଏ ବି ଆସନ ହାତେଇ ପାରିନାହିଁ […]

ଓଡିଶା

ସମ୍ବଲପୁରରେ ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ସହ ମେଡିକାଲ କଲେଜ କରିବ ଭାଜାପା ସରକାର : ଶାହା

ଆଜି ସମ୍ବଲପୁର ଅଇଁଠାପାଲିରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜନସଭାକୁ ସମ୍ବୋଧିତ କରିବା ସହ ସେ ରାଜ୍ୟର ବିଜେଡି ସରକାରଙ୍କୁ ଟାର୍ଗେଟ କରିବା କ୍ରମରେ ଅନେକ ଗୁରୁତ୍ୱପୂର୍ଣ୍ଣୟ ପ୍ରସଙ୍ଗ ଉଠାଇଛନ୍ତି । ଶାହ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ କହିଛନ୍ତି, ନବୀନ ଓଡିଶା ଉପରେ ‘ବାବୁସାହି’ ଲଦି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶା ଜନତାଙ୍କର ଅପମାନ କରିଛନ୍ତି । ନବୀନ ଓଡିଶା ସଂସ୍କୃତି, ଅସ୍ମିତା ଓ ଓଡିଆ […]

ଓଡିଶା

ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ଭରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହଜାର ହଜାର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସେ ସମ୍ବଲପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ଭରିଛନ୍ତି । ଏହି ସମୟରେ ଦଳୀୟ ବିଧାୟକ ପ୍ରାର୍ଥୀ ଓ ଦଳର କିଛି ବରିଷ୍ଠ ନେତା ଉପସ୍ଥିତ ଥିଲେ । ଗତକାଲି ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବିଜେଡିରୁ ପ୍ରଣବ ପ୍ରକାଶ ଦାସ ନାମାଙ୍କନ ଦାଖଲ କରିଥିଲେ […]

ଓଡିଶା

ବିଜେପି ପକ୍ଷରୁ ଜଗତସିଂହପୁର ବ୍ଲକ ସମ୍ମୁଖରେ ଜନ ଆକ୍ରୋଶ…

ଜଗତସିଂହପୁର, ୧୯/୧୧(ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜଗତସିଂହପୁର ବ୍ଲକ ସମ୍ମୁଖରେ ଜନ ଆକ୍ରୋଶ ଓ ବ୍ଳକ ଘେରାଉ ସହିତ ଗଣଧାରଣା ଦିଆଯାଇଥିଲା । ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ପ୍ରତାପ ମିଶ୍ର, ବିଜେପି ମହିଳା ସଭାନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ସମେତ ଜୋନସ୍ତରରୁ ବିଜେପି ନେତା ଓ କର୍ମୀମାନେ ସ୍ଥାନୀୟ ଶାରଦା ମଣ୍ଡପଠାରୁ ଏକ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ପହଁଚି […]

ଓଡିଶା

ଶେଷ ଦିନରେ କମ୍ପୁଛି ଝାରସୁଗୁଡା ସହର । ଆସନ୍ତା ୧୦ରେ ହେବ ଭୋଟ୍ ଗ୍ରହଣ

ଝାରସୁଗୁଡା ହାଇଭୋଲଟେଜ୍ କ୍ୟାମ୍ପେନର ଆଜି ଶେଷ ପ୍ରଚାର । ଦିନକ ପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଶେଷ ଦିନରେ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ । ଝାରସୁଗୁଡ଼ାବାସୀ କାହା ସପକ୍ଷରେ ମତ ଦେବେ, ତା’ ଉପରେ ରହିଛି ସାରା ରାଜ୍ୟର ନଜର । ଗତକାଲି ହାଇଭୋଲଟେଜ୍ ପ୍ରଚାରରେ ଉଠିଥିଲା ପଡିଥିଲା ଝାରସୁଗୁଡ଼ା ସହର । ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ […]

ଓଡିଶା

କାହା ସ୍ବାର୍ଥରେ ଓଡିଶା ଡ୍ରାଇଭର ମହାସଂଘ ?

ଖୁବ୍ କମ୍ ସମୟରେ ରାଜ୍ୟର ବୃହତ ସଂଗଠନ ଭାବେ ଉଭା ହୋଇଛି ଓଡିଶା ଡ୍ରାଇଭର ମହାସଂଘ । ବିଗତ ଏକ ବର୍ଷ ଧରି ଏହି ସଂଘ ନିଜର ହକ୍ ପାଇଁ ଲଢେଇ କରି ଆସୁଛି । ତେବେ ଏଠି ପ୍ରଶ୍ନ, ଡ୍ରାଇଭରମାନଙ୍କର କଣ ଆଗରୁ କୌଣସୁ ସମସ୍ୟା ନ ଥିଲା ? କାରଣ କରୋନା ପରେ ସକ୍ରିୟ ହୋଇ ଉଠିଥିବା ଏହି ସଂଘ ପ୍ରଥମେ ଅନେକ ସଚେତନମୂଳକ କାର୍ଯ୍ୟ କରିଥିଲା । ଯେଉଁଥିପାଇଁ ଡ୍ରାଇଭର ମହାସଂଘ ଲୋକଙ୍କର […]

ଓଡିଶା ଟ୍ରେଣ୍ଟିଂ

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ହନ୍ତସନ୍ତ ସାଧାରଣ ଜନତା

ଜଟଣୀ (ପ୍ରଶାନ୍ତ କୁମାର ସାହୁ): ହକ୍ ପାଇଁ ଲଢୁଛନ୍ତି ଡ୍ରାଇଭର । ହେଲେ ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ହଇରାଣ ହେଉଛନ୍ତି ସାଧାରଣ ଜନତା । ମାର୍ଚ୍ଚ ୧୫ ତାରିଖରୁ ଡ୍ରାଇଭର ମହାସଂଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛି । ଆଜି ହେଉଛି ଏହି ଆନ୍ଦୋଳନର ଦ୍ବିତୀୟ ଦିବସ । ଡ୍ରାଇଭର ମହାସଂଘ ଧାରଣାର ୨୪ ଘଣ୍ଟା ପରେ ପରିବହନ ସେବା ଏକପ୍ରକାରର ଠପ୍ ହୋଇଯାଇଛି । ଆଉ ଏହାର ସିଧା ପ୍ରଭାବ […]

ଓଡିଶା

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ବାରା ଆଦର୍ଶ କୋଚିଂ ସେଣ୍ଟର ଉଦଘାଟିତ

ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ହାଇସ୍କୁଲ ସମ୍ମୁଖରେ ଆଦର୍ଶ କୋଚିଂ ସେଣ୍ଟରର ଶୁଭ ଉଦଘାଟନ ଉତ୍ସବରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ପ୍ରାକ୍ତନ ମନ୍ତ୍ରୀ ଅଞ୍ଜଳି ବେହେରା, ହିନ୍ଦୋଳ ତହସିଲଦାର ସୁଶାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଭିଡିଓ ପ୍ରୋଜେକ୍ଟର ମାଧ୍ୟମରେ ସମସ୍ତ ବିଷୟରେ ଶିକ୍ଷାଦାନ କରାଯିବ ବୋଲି […]

ଓଡିଶା

ରାଜନୀତିରେ ଗୋଟିଏ ଯୁଗର ଅବସାନ ଘଟିଲା ! ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଛି । ଏ ନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ । ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା । ରାମକୃଷ୍ଣଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ଏହା ସହ କେନ୍ଦ୍ରମନ୍ତ୍ରୀ […]