ଓଡିଶା

ନିଲମ୍ବିତ ଶିକ୍ଷକଙ୍କୁ ବେଆଇନ ଭାବରେ ପୁନଃନିଯୁକ୍ତିକୁ ନେଇ ପ୍ରଶ୍ନ…

ଧର୍ମଗଡ, (ଏଫ୍ଟୁଏସ୍/ ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ପିପଳଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମୁରଲୀଧର ସାହୁଙ୍କୁ ଗତ ତା ୧/୫/୨୪ ରିଖ ଦିନ ଜୟପାଟଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ନିଲମ୍ବିତ କରାଯାଇଥିଲା । ଏ ବିଷୟ ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ପ୍ରକାଶ ଯେ ଚିଠି ନଂ ୧୯୮୭ ତା-୧୧/୦୯/୨୦୨୪ ରେ ନିଲମ୍ବିତ ଶ୍ରୀ ସାହୁଙ୍କୁ ବ୍ଲକ ଶିକ୍ଷା ଅଫିସ […]

ଓଡିଶା

ଦୁର୍ଘଟଣାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ…

ଧର୍ମଗଡ, (ଏଫ୍ଟୁଏସ୍/ ନିକୁଞ୍ଜ ଚଲାନ) : ଆଇଆରବି କ୍ୟାମ୍ପର ଏକ ଟ୍ରକ ଧକ୍କାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁନିସିପାଲଟି ଅଫିସ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ମୃତକ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ହେଲେ ସୁନିଲ କୁମାର ପଣ୍ଡା । ସକାଳୁ ନିଜର ବ୍ୟକ୍ତିଗତ କାମ ସାରି ସ୍କୁଟି ଯୋଗେ ଯାଉଥିବା ବେଳେ ତାଙ୍କୁ ଆଇଆରବି କ୍ୟାମ୍ପର ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ […]

ଓଡିଶା

କେନାଲ ପାଣି ଯୋଗାଣରେ ଅବ୍ୟବସ୍ଥା, ସ୍ଥାୟୀ ସମାଧାନ ନ ହେଲେ ଅଫିସ ଘେରାଉ ଚେତାବନୀ…

ଧର୍ମଗଡ, (ଏଫ୍ଟୁଏସ୍/ ନିକୁଞ୍ଜ ଚଲାନ) : ଚିରସ୍ରୋତା ବହୁମୁଖୀ ଜଳ ପ୍ରପାତ ଉପର ଇନ୍ଦ୍ରାବତୀ ବାମକେନାଲ ବିଭାଗ ଲୋକଙ୍କୁ ଚାଷ ପାଇଁ ଜଳ ଯୋଗାଣ କରିବାର କାଗଜ ପତ୍ରରେ ଦର୍ଶାଇ ଥିବାବେଳେ ଏପଟେ କେନାଲ ପାଣି ନପାଇଁ ଚାଷୀ ଅସୁବିଧାର ସମ୍ଭୁଖିନ ହେଉଥିବା ଯୋଗୁଁ ମୁଖ୍ୟ ଯନ୍ତ୍ରୀଙ୍କଠାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଉପର ଇନ୍ଦ୍ରାବତୀ ବାମକେନାଲ ଡିଭିଜନ କୁସୁମଖୁଣ୍ଟିରେ ଠିକାଦାର ପୋଷାନୀତି ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ […]

ଓଡିଶା

ସାପ୍ତାହିକ ‘ଗଣ୍ଡାବାଜା’ ସ୍ୱନକ୍ଷତ୍ର ଦିବସରେ ସାମ୍ବାଦିକ ତଥା ସମାଜସେବୀ ରଜନୀକାନ୍ତ ସମର୍ଲିଆ ସମ୍ବର୍ଦ୍ଧିତ…

ଧର୍ମଗଡ, (ଏଫ୍ଟୁଏସ୍/ ନିକୁଞ୍ଜ ଚଲାନ) : ବଲାଙ୍ଗିର ଜିଲ୍ଲାର ଜନପ୍ରିୟ ସାପ୍ତାହିକ ଖବରକାଗଜ ‘ଗଣ୍ଡାବାଜା’ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ସାମ୍ବାଦିକ ତଥା ଆମ୍ବେଦକର ବିଚାରବାଦୀ ଓ ସମାଜସେବୀ ରଜନୀକାନ୍ତ ସମର୍ଲିଆଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ‘ଗଣ୍ଡାବାଜା’ର ସମ୍ପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୭ମ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲ ସଭାଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ବିଚକ୍ଷଣ ରାଜନୀତିଜ୍ଞ, ସମ୍ବିଧାନ […]

ଓଡିଶା

ବେଆଇନ ଘରୋଇ କ୍ଲିନିକ୍ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମର ଚଢ଼ାଉ…

କୋରାପୁଟ, (ଏଫ୍ଟୁଏସ୍/ ପି. ଧର୍ମାରାଜୁ) : କୋରାପୁଟ ଜିଲ୍ଲା ମାଓ ଇଲାକା ନାରାୟଣପାଟଣା ବ୍ଲକ ସଦର ମହକୁମା ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଥିବା ଡି.ପି ଚୌଧୁରୀ କ୍ଲିନିକ ଉପରେ ଚଢାଉ । କୋରାପୁଟ ଜିଲ୍ଲା ସିଡିଏମଓ ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଏହି ସମୟରେ ସେଠାରେ ନିଜକୁ ଏକ ସ୍ୱାସ୍ଥ୍ୟ ଟେକ୍ନି୍ସିଆନ୍ କହୁଥିବା ବ୍ୟକ୍ତି ଛତ୍ରଭଙ୍ଗ ଦେଇ ଦଉଡି ପଲାଇ ଯାଇଥିଲେ । […]

ଓଡିଶା

ଆବାସକୁ ଚାହିଁ ଚାହିଁ ଚାଲିଗଲେ ଭୁଜବଳ, ଅସହାୟ ଅବସ୍ଥାରେ ପରିବାର…

ଧର୍ମଗଡ଼, ୨୨/୩ : ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ଗ୍ରାମ ପଂଚାୟତର ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ପାହାଡ଼ ଘେରା ତାଳପଦର ଗ୍ରାମରେ ବସବାସ କରନ୍ତି ଭୁଜବଳ ସଗଡ଼ିଆ । ବୟସ ମାତ୍ର ୩୩ ବର୍ଷ । ଦୀର୍ଘ ବର୍ଷ ହେଲା ଭଙ୍ଗା ,ଦଦରା ଘରେ ବହୁ କଷ୍ଟରେ ବିଧବା ମାଙ୍କ ସହ ୬ ପ୍ରାଣୀ କୁଟୁମ୍ବ ରହୁଥିଲେ । ଅନେକ ଥର ପ୍ରବଳ ଲଗାଣ ବର୍ଷାରେ ଘର ଭୁଶୁଡ଼ିଛି । ଘର ସଜାଡ଼ିବାକୁ ମଧ୍ୟ ହାତରେ […]

ଓଡିଶା

ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ…

ଧର୍ମଗଡ, ୨୧/୧୨ (ନିକୁଞ୍ଜ ଚଲାନ) : ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଳା ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆମ ଓଡିଶା ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାଂସ୍କୃତିକ, କ୍ରୀଡା ଓ ସାମାଜିକ ସଚେତନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । କଲେଜର ଅଧକ୍ଷ ଭାରତ ଭୂଷଣ ମୁଣ୍ଡଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପକ ଭବାନୀ ଶଙ୍କର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ […]

ଓଡିଶା

ରାଜପୁର ସରକାରୀ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ…

ଧର୍ମଗଡ, ୧୩/୧୨ (ନିକୁଞ୍ଜ ଚାଲାନ୍) : ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍କୁଲ କର୍ତ୍ତୃପକ୍ଷ ରାଜପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଡୋ କରି ଦେବୀଙ୍କ ପୀଠରୁ ମଶାଲ ଆଣି ବାର୍ଷିକ କ୍ରୀଡା ଉତ୍ସବରେ ସ୍ଥାପନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ସ୍ଥାନୀୟ ସରପଞ୍ଚ ଗଜିନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାର୍ଷିକ […]

ଓଡିଶା

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଉଦଘାଟିତ

କଳାହାଣ୍ଡି (ଶୋଭିତ ଗାନ୍ଧୀ): ଧର୍ମଗଡ଼ରେ ଉପଖଣ୍ଡସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଉଦଘାଟିତ ହୋଇଯାଇଛି । କଳାହାଣ୍ଡି ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ନେଇ ହେଉଥିବା ଘୁମୁରା ଉତ୍ସବର ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଉତ୍ସବ କମିଟି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ପାୱାର ସଚିନ ପ୍ରକାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଜିଲ୍ଲା ବନଖଣ୍ଡ ଅଧିକାରୀ […]