ରାଜା ପରେ ରାଜକୁମାର ହେଲେ ଉତ୍ତରାଧିକାରୀ: ଧାମନଗର ମୁକୁଟରେ ସୂରଜଙ୍କ ନାମ
ଧାମନଗରକୁ ମିଳିଲା ତାର ନୂଆ ଉତ୍ତରାଧିକାରୀ । ଦୀର୍ଘ ୧୪ ବର୍ଷର ଉପନିର୍ବାଚନୀ ଟ୍ରେଣ୍ଡକୁ ପରିବର୍ତ୍ତନ କରିଛି ବିଜେପି । ଧାମନଗର ଉପନିର୍ବାଚନରେ ବିପୁଳ ବହୁମତରେ ବିଜୟ ଲାଭ କରିଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ୟ୍ୟବଂଶୀ । ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କୁ ସେ ୯,୭୪୨ ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ଅନ୍ତେ ସେ ଧାମନଗର ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ତେବେ ଚଳିତ ଥର […]