ଓଡିଶା ଟ୍ରେଣ୍ଟିଂ

ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ୧୫ଲକ୍ଷ ଟଙ୍କା ଅନୁକମ୍ପା ରାଶି

ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ଆର୍ଥିକ ସହାୟତା । ଧାମନଗର ଉପନିର୍ବାଚନରେ ପୋଲିଂ କର୍ମଚାରୀ ଭାବେ ନିୟୋଜିତ ଥିଲେ ନଟବର ମୁଣ୍ଡା । ଧାମନଗର ଉପନିର୍ବାଚନ ପାଇଁ ୧୩୯ ନମ୍ବର ବୁଥରେ ନଟବର ମୁଣ୍ଡାଙ୍କ ଡିଟ୍ୟୁ ପଡ଼ିଥିଲା । ତେବେ ତାଙ୍କର ଅକାଳ ବିୟୋଗରେ ତାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ସୁଶୀଲ ଲୋହାନୀ ।

ଓଡିଶା ଟ୍ରେଣ୍ଟିଂ

ଉପ ନିର୍ବାଚନରେ ନିୟୋଜିତ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ । ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଧାମନଗର ଉପ ନିର୍ବାଚନରେ ନିୟୋଜିତ ଥିବା ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ନଟବର ମୁଣ୍ଡା । ତାଙ୍କ ଘର ଭଦ୍ରକ ଜିଲ୍ଲା ବାଗୁରାଇ ଅଞ୍ଚଳରେ ବୋଲି ସୂଚନା ମିଳିଛି । ୧୩୯ ନମ୍ବର ବୁଥର ପୋଲିଂ ଅଫିସର ଭାବେ ନିୟୋଜିତ ଥିଲେ ନଟବର ମୁଣ୍ଡା । ଗତକାଲି ବୁଥ୍‌ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଏସସିବି ପଠାଯାଇଥିଲା । […]

ଓଡିଶା ଟ୍ରେଣ୍ଟିଂ

ଭୋଟ୍…ଭୋଟ୍…ଭୋଟ୍… । ରାତିପାହିଲେ ଧାମନଗର ପାଇଁ ନେତା ବାଛିବେ ଜନତା ।

ରାତି ପାହିଲେ ଧାମନଗର ଆସନ ପାଇଁ ନେତା ବାଛିବେ ଜନତା । ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଇଭିଏମ୍, ଭିଭିପାଟ୍ ସହ ଅନ୍ୟ ସାମଗ୍ରୀ ନେଇ ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଛନ୍ତି । ଆସନ୍ତା କାଲି ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ମୋଟ ୨୫୨ଟି ମତଦାନ କେନ୍ଦ୍ରରେ ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ […]

ଓଡିଶା

ଧାମନଗର ଆସନ ପାଇଁ କଂଗ୍ରେସ ଖେଳିଲା ଯୁବ ଆଇନଜୀବୀ କାର୍ଡ

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବାବା ହରେକୃଷ୍ଣ ସେଠୀଙ୍କ ନାମକୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅନୁମୋଦନ କରିଛନ୍ତି । ବାବା ହରେକୃଷ୍ଣ ସେଠୀ ଜଣେ ଯୁବ ଆଇନଜୀବୀ ଭାବେ ଧାମନଗର କୋର୍ଟରେ କାର୍ଯ୍ୟରତ ଅଛନ୍ତି । ସେ କଂଗ୍ରେସର ଜଣେ ତୃଣମୂଳ ସ୍ତରର ସଂଗଠକ । ପ୍ରାର୍ଥୀ ଘୋଷଣା ସହ ଧାମନଗର ଉପ-ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ଏପରିକି ଦଳ ଏଥର […]

ଓଡିଶା

ପରପାରିରେ ସରକାରୀ ଦଳର ତୀବ୍ର ସମାଲୋଚକ ବିଷ୍ଣୁ ସେଠୀ । ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ।

ଭଦ୍ରକ ଜିଲ୍ଲା ଧାମନଗରର ବିଜେପି  ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ହୃଦଘାତ ଯୋଗୁଁ ଆଜି ସକାଳୁ ପରଲୋକ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେବ କିଡନୀ ରୋଗରେ ପୀଡ଼ିତ ଥିଲେ । ତେବେ ମାସକ ତଳେ ତାଙ୍କର ଫୁସଫୁସ୍ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ […]