ଓଡିଶା

ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଅଧକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା 

ସାଲେପୁର, (ଫ୍ରିଟୁସ୍ପିକ୍/ ଅଭୟ ଜେନା) : ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧକ୍ଷା ରୋଜୀ ସେଠୀଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ପ୍ରଶାସନ ତରଫରୁ  ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧକ୍ଷା ରୋଜି ସେଠୀଙ୍କ ବିରୁଦ୍ଧରେ ୩୧ ଜଣ ସରପଞ୍ଚ, ସମିତି ସଭ୍ୟ, କଟକ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଅଭିଯୋଗ କରିଥିଲେ । କଟକ ଉପଜିଲ୍ଳାପାଳ ଏହି ଅନାସ୍ଥା ପ୍ରସ୍ତାବର ଦସ୍ତଖତ ଯାଞ୍ଚ କରିବା ପରେ ୧୩ ତାରିଖକୁ […]

ଓଡିଶା

କାମରେ ଆସୁନି କୋଭିଡ୍ ହସ୍ପିଟାଲ । ଟ୍ରମା କେୟାର ସେଣ୍ଟରରେ ପରିଣତ କରିବାକୁ ଅନୁରୋଧ କଲେ ଅଞ୍ଚଳବାସୀ…

ସାଲେପୁର : ବନ୍ଦ ହୋଇଯିବ କୁଳିଆ କୋଭିଡ୍ ହସ୍ପିଟାଲ । ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ବିନିମୟରେ ନିର୍ମିତ ଏହି କୋଭିଡ୍ ହସ୍ପିଟାଲ ଏବେ ଆଉ ରୋଗୀଙ୍କ କାମରେ ଆସୁନି । ଏପରିକି ହସ୍ପିଟାଲର ଯନ୍ତ୍ରାଂଶଗୁଡିକ ପାର୍ଟ ପାର୍ଟ ହୋଇ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଣ୍ଟନ କରାଯାଉଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପଡ଼ିଆ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଏବେ ବନ୍ଦ ହୋଇଯିବ । ୨୦୨୨ […]

ଓଡିଶା

ପିଜୁଳି ଚାଷ କରି ଲକ୍ଷପତି…

ସାଲେପୁର : ଅବସର ପରେ ପିଜୁଳି ଚାଷ କରି ଏବେ ଅର୍ଜୁଛନ୍ତି ଲକ୍ଷାଧିକ ଟଙ୍କା । ସରକାରୀ ଚାକିରୀ କରି ପରିବାର ପୋଷୁଥିଲେ କଟକ ଜିଲ୍ଲା ସୋମପୁର ପଞ୍ଚାୟତ ତେଲଦିଆ ଗ୍ରାମର ନାରାୟଣ ମଲିକ । ଆଉ ଅବସର ପରେ ଘରେ ବସି ରହିବା ତାଙ୍କୁ ଭଲ ଲାଗିନଥିଲା । ଏଥିପାଇଁ ସେ ଆରମ୍ଭ କରିଥିଲେ ଚାଷ କାର୍ଯ୍ୟ । ତେବେ ପାରମ୍ପରିକ ଧାନ ଚାଷ ନ କରି ସେ କିଛି ନୂଆ ଚାଷ କରିବା ଲାଗି […]

ଓଡିଶା

ଦାରିଦ୍ର୍ୟତା ଉଜାଡିଦେଲା ସୁନାର ସଂସାର

କଟକ: ଆର୍ଥିକ ଅନାଟନ ଜଣେ ମଣିଷକୁ ଏଭଳି ଦାରିଦ୍ୟ ଭିତରକୁ ଠେଲିଦିଏ ତାହା କଳନା କରିବା କଷ୍ଟକର । କୁମୁଡା ଜୟୀପୁର ଫାଣ୍ଡି ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର କୋଠପଦା ଗାଁରେ ଏହାର କୁପରିଣତି ଦେଖିବାକୁ ମିଳିଛି । ବିରୂପା ନଦୀର ଛନ୍ଦାଘାଟ ନିକଟରେ ଥିବା ଏକ କରଞ୍ଜ ଗଛରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆର୍ଥିକ ଅନଟନ ଓ ମାନସିକ ଦୁଶ୍ଚିନ୍ତା ତାଙ୍କ ଆତ୍ମହତ୍ୟାର କାରଣ ବୋଲି ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ପରିସରଭୁକ୍ତ […]

ଓଡିଶା

ହୁତୁହୁତୁ ହୋଇ ଜଳିଲା ଅଙ୍ଗନବାଡି କେନ୍ଦ୍ର । ଗ୍ୟାସ୍ ଟାଙ୍କି ଫାଟି ଅଘଟଣ ।

ମାହାଙ୍ଗା: ଅଙ୍ଗନବାଡି କେନ୍ଦ୍ରରେ ଫାଟିଲା ଗ୍ୟାସ ଟାଙ୍କି । ନିମିଷକ ମଧ୍ୟରେ ହୁତୁହୁତୁ ହୋଇ ଜଳିଲା ଅଙ୍ଗନବାଡି କେନ୍ଦ୍ର । ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି କୁନି କୁନି ଛାତ୍ରଛାତ୍ରଙ୍କ ସମେତ ଅଙ୍ଗନବାଡି କର୍ମୀ । ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତର ୨ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ ଏଭଳି ଅଘଟଣ ଘଟିଛି । ପାଚିକା ରୋଷେଇ କରିବା ପରେ ଅଣ୍ଡା ଛଡାଇବାକୁ ବାହାରକୁ ଯାଇଥିଲେ । ଏହି ସମୟରେ ଗ୍ୟାସ୍ ଟାଙ୍କି ଫାଟିଯାଇଥିଲା  । ନିଆଁ ଲାଗିଥିବା ଦେଖି ପିଲାଙ୍କୁ […]

ଓଡିଶା

ଆମର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭାସିଗଲା, ଆମେ କେମିତି ଚଳିବୁ

କଟକ ଜିଲ୍ଲା ପଟ୍ଟାମୁଣ୍ଡାଇ କେନାଲରେ ବଡ ଘାଇ । ପଟ୍ଟାମୁଣ୍ଡାଇ କେନାଲ ଭେଡା ପଞ୍ଚାୟତ ତ୍ରିବେଣୀଶ୍ୱର ବଜାର ନିକଟ ଗୋପିନାଥପୁର ପୂର୍ତ୍ତବିଭାଗ ରାସ୍ତାରେ ପ୍ରାୟ ୧୦୦ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଘାଇ ହୋଇଥିବାରୁ ସେଠାରେ ଥିବା ଏକ ଜନ ସେବା କେନ୍ଦ୍ର, ଟେଣ୍ଟ ହାଉସ, ତେଜରାତି ଦୋକାନ, ସାନିଟାରୀ ଷ୍ଟୋର ଓ ଷ୍ଟେସନାରୀ ଦୋକାନ ଭଳି ମୋଟ ଆଠଟି ଦୋକାନ ନଦୀରେ ଲୀନ ହୋଇଯାଇଛି । ଘାଇସୃଷ୍ଟି ହେବାପରେ କେନାଲ […]

ଓଡିଶା କଳା ସଂସ୍କୃତି

ନବରାତ୍ରିର ଆଜି ହେଉଛି ଷଷ୍ଠ ଦିନ । ଏହିଦିନ ଦେବୀଦୁର୍ଗା ମାଆ କାତ୍ୟାୟନୀ ରୂପରେ ପୂଜା ପାଆନ୍ତି।

ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗାପୂଜା। ମାଆଙ୍କ ଆଗମନରେ ପୁଲକିତ ହୋଇ ଉଠିଛି ଧରାପୃଷ୍ଠ। ସବୁଠି ଚାଲିଛି ମାଆଙ୍କ ନବରାତ୍ର ପୂଜା। ସିଂହବାହିନୀ ଭାବରେ ସେ ଉଭୟ ସ୍ନେହୀ ଓ ଭୟଙ୍କରୀ ଅଟନ୍ତି । ସିଂହ ଉପରେ ବସି ସେ ଚତୁର୍ଭୁଜା, ଅଷ୍ଟଭୁଜା ବା ଏପରିକି ସହସ୍ରଭୁଜା ମଧ୍ୟ ହୋଇପାରନ୍ତି, କିନ୍ତୁ ସବୁବେଳେ ତାଙ୍କର ଗୋଟିଏ ହାତ ବରଦା ବା ଶାନ୍ତ ମୁଦ୍ରାରେ ଶୋଭିତ । ମା’ ରୂପରେ ସେ ଭକ୍ତ ଓ ଶରଣାଗତମାନଙ୍କ ପାଇଁ ସେ ଅଭୟ, […]

ଓଡିଶା

କଟକ ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ । ଘର ଭାଙ୍ଗିବା ସହ କାର ଭଙ୍ଗା ରୁଜା କରି ଆତଙ୍କ ଖେଳାଉଛି ହାତୀ

କଟକ ଜଗତପୁର ନିମପୁର ଅଞ୍ଚଳରେ ହାତୀ ଆତଙ୍କ । ରାତିସାରା ହାତୀ ଘର ଭାଙ୍ଗିବା ସହ କାର ମଧ୍ୟ ଭଙ୍ଗାରୁଜା କରିଛି । ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଅନ୍ୟପଟେ ହାତୀ ଆକ୍ରମଣ ପରେ ସତର୍କତା ଜାରି କରିଛି ବନ ବିଭାଗ । ଜଗତପୁର ଗୋଲେଇ ଛକଠାରୁ ଆଇବି […]

ଓଡିଶା

ପୁଣି ସାଲେପୁର ବିଡ଼ିଓ ରାଜୀବ ଦାଶଙ୍କ ନାମରେ ସଙ୍ଗୀନ ଅଭିଯୋଗ

ମୋର କିଛି ଭଲ ମନ୍ଦ ହେଲେ ସାଲେପୁର ବିଡ଼ିଓ ରାଜୀବ ଦାଶ ହିଁ ଦାୟୀ । ସାଲେପୁର ବିଡିଓଙ୍କ ବିରୋଧରେ ପୁଣି ଆସିଛି ସଂଗୀନ ଅଭିଯୋଗ । ଏବେ ଘଟଣା ଯାଇ ପହଞ୍ଚିଛି ଥାନାରେ । ଆଉ ଥାନାରେ ବିଡିଓଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ସାଲେପୁର ରୋଧପୁର ଗାଁର ସୁଶାନ୍ତ ଦାଶ । ଅଭିଯୋଗ ଅନୁଯାୟୀ ସୁଶାନ୍ତ ଦୀର୍ଘ ବର୍ଷ ହେବ ସାଲେପୁର ବ୍ଲକ କାର୍ଯ୍ୟାଳୟରେ ନିଜର ଏକ ବୋଲେରୋ ଗାଡି ମାସିକ ଭଡା ସୂତ୍ରରେ ଲଗାଇଛନ୍ତି, […]