ଜୋର ଧରିଲା ସାଲେପୁରକୁ ରାଜସ୍ବ ସବଡ଼ିଭିଜନ ଘୋଷଣା କରାଯିବା ଦାବି
ସାଲେପୁର (ଅଭୟ ଜେନା): ଆମ ରାଜ୍ୟର ଏକ ସ୍ବନାମଧନ୍ୟ ତଥା ପୁରାଣ ବର୍ଣ୍ଣିତ ସ୍ଥାନ ଭାବେ କଟକ ଜିଲ୍ଲା ସାଲେପୁର ସହରର ଖ୍ୟାତି ରହିଛି । ବିଭିନ୍ନ ଦୃଷ୍ଟିକୋଣରୁ ସାଲେପୁରକୁ ରାଜସ୍ବ ମାନ୍ୟତା ପ୍ରଦାନ କରାଯିବାକୁ ବାରମ୍ବାର ଦାବି ହୋଇଆସୁଥିବାବଳେ ଏହାକୁ କାର୍ଯ୍ୟକାରୀ କରାଯିବା ନିମନ୍ତେ ସରକାରୀ କ୍ଷେତ୍ରରେ ଦୃଢ଼ ଇଚ୍ଛାଶକ୍ତିର ଅଭାବ ପରିଲକ୍ଷିତ ହେଉଥିବା ସାଲେପୁରବାସୀ ଅଭିଯୋଗ କରିଛନ୍ତି । ଏ ନେଇ ବରିଷ୍ଠ ଆଇନଜୀବୀ ବିଜୟ କେତନ ନାୟକଙ୍କ ପୌରୋହିତ୍ୟରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, […]