ଓଡିଶା

ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜ୍ଜନ ଚେତାବନୀ…

ଦୂଷିତ ପାଣି ପିଉଛନ୍ତି ଗାଁ ଲୋକେ, ନାମକୁ ମାତ୍ର ରହିଛି ପାନୀୟଜଳ ପ୍ରକଳ୍ପ ମାହାଙ୍ଗା, (ଅଭୟ ଜେନା) : ସବୁବେଳେ ବିକାଶର କଥା କହୁଥିବା ସରକାର ଲୋକଙ୍କ ମୌଳିକ ସମସ୍ୟା ପ୍ରତି କେତେ ଉଦାସୀନ ସେକଥା ନ କହିବା ଭଲ । ବିଜୁଳି ପାଣି ସଡ଼କ ଭଳି ସର୍ବନିମ୍ନ ସୁବିଧା ସୁଯୋଗ ନ ଥିବାବେଳେ, ସରକାର ଯୋଜନା ପରେ ଯୋଜନା ଘୋଷଣା କରି ନିର୍ବାଚନୀ ବୈତରଣୀ ପାରହେବା ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି […]

ଓଡିଶା

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଦୃଢ ପ୍ରତିବାଦ…

ମାହାଙ୍ଗା, ୧୨/୨୪ (ଅଭୟ ଜେନା) : ଜଣେ ଯୁବ ସାମ୍ବାଦିକଙ୍କୁ ରାସ୍ତା ମଝିରେ ଖଣ୍ଡା ଓ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ ଘଟଣାରେ ସ୍ଥାନୀୟ ପୋଲିସ ନିରବଦ୍ରଷ୍ଟା ସାଜିବାରୁ ଏହାକୁ ସବୁ ମହଲରୁ ଦୃଢ଼ ନିନ୍ଦା କରାଯିବା ସହ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଭୁବନେଶ୍ୱରରେ କାର୍ଯ୍ୟରତ ବଡ଼ ଖବର ଚ୍ୟାନେଲର ସାମ୍ବାଦିକ ଜ୍ୟୋତି ରଞ୍ଜନ ମହାପାତ୍ର ତାଙ୍କ ଡ୍ୟୁଟି ସାରି ଅଫିସରୁ […]

ଓଡିଶା

ଚିତ୍ରୋତ୍ପଳା ଦକ୍ଷିଣ ନଦୀବନ୍ଧ ରାସ୍ତା କାର୍ଯ୍ୟର ଶିଳାନ୍ୟାସ ଉତ୍ସବ…

ନିଶ୍ଚିନ୍ତକୋଇଲି, ୧୮/୧ (ଅଭୟ ଜେନା) : ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଂଚଳର ଚିତ୍ରୋତ୍ପଳା ଦକ୍ଷିଣ ନଦୀ ବନ୍ଧ ରାସ୍ତାର ପ୍ରଶସ୍ତି କରଣ ଓ ସୁଦୃଢ଼ୀ କରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନ୍ତପୁର ଚିତ୍ରୋତ୍ପଳା ସେତୁ ନିକଟରେ ଅନୁଷ୍ଠିତ ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ରାସ୍ତାକାର୍ଯ୍ୟର ଶୁଭଦାନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଧାୟକ ଶ୍ରୀ ବେହେରା କହିଥିଲେ ଯେ, ଏହି ରାସ୍ତା ନିର୍ମାଣ ହେବାଦ୍ୱାରା ବଳରାମପୁରଠାରୁ ମହମ୍ମଦପୁର […]

ଓଡିଶା

ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଥାନା ଘେରିଲେ ବିଜେପି କର୍ମୀ…

ସାଲେପୁର, ୧୩/୧୨ (ଅଭୟ ଜେନା) : କଟକ ସଦର ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିତକୋଇଲି ବ୍ଲକ ଅଧିନସ୍ତ ମାଣପୁର ପଞ୍ଚାୟତରେ ଗତ ଦୁଇ ଦିନ ତଳେ ବିକଶିତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଡ଼ମ୍ବନାର ବିଷୟ ଏହି କାର୍ଯ୍ୟକ୍ରମ ବେଳେ ମାଣପୁର ପଞ୍ଚାୟତ ବିଜେଡି ସଭାପତି ମହମ୍ମଦ ରୁସ୍ତମଙ୍କ ଘରେ ରହୁଥିବା ଜନୈକ ମହିଳା ନବିନୀ ବାବୁ ଆମ ଫ୍ରେଣ୍ଡ ଗୀତରେ ନାଚିଥିଲା । ଏହାକୁ ପ୍ରତିବାଦ କରିବା ପାଇଁ କଟକ ସଦର ବିଜେପିର ପଞ୍ଚାୟତ […]

ଓଡିଶା ମନୋରଞ୍ଜନ

କଟକ ବାଲିଯାତ୍ରାରେ ଭରପୁର ମନୋରଞ୍ଜନ ସହିତ ଆକର୍ଷଣୀୟ ପୁରସ୍କାର ଦେବ ଜୀ ସାର୍ଥକ…

ଭୁବନେଶ୍ୱର, ୨୯/୧୧ (ଅଭିଜିତ୍ ସିଂ) : ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ତଥା ଗୌରବମୟ ଇତିହାସର ପ୍ରତୀକ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ‘ଜୀ ସାର୍ଥକ’ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ଛୋଟ ଛୋଟ ପ୍ରତିଯୋଗିତା ମାଧ୍ୟମରେ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଉଛି । ଏହି ଷ୍ଟଲରେ ଜୀ ସାର୍ଥକର ଫିଲ୍ମ ଓ ମେଗା ଧାରାବାହିକର […]

ଓଡିଶା କଳା ସଂସ୍କୃତି

ଅସୁରେଶ୍ୱର ଗୋରକ୍ଷଣିର ୮୧ ତମ ବାର୍ଷିକ ଉତ୍ସବ ଓ ଗୋ ପୂଜନ ସମାରୋହ ଅନୁଷ୍ଠିତ…

ସାଲେପୁର, ୨୧/୧୧ (ଅଭୟ ଜେନା) : ପବିତ୍ର ଗୋଷ୍ଠାଷ୍ଟମୀ ତିଥିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱରଠାରେ ରାଜ୍ୟର ସର୍ବ ବୃହତ ଗୋରକ୍ଷଣି ପ୍ରାଙ୍ଗଣରେ ଅନୁଷ୍ଠାନର ୮୧ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ମୁଷ୍ଟିଭିକ୍ଷା ଦ୍ୱାରା ପରିଚାଳିତ ଏହି ଗୋରକ୍ଷଣିରେ ଶହଶହ ଅବହେଳିତ, ପଙ୍ଗୁ, ଅସହାୟ ଗୋରୁ ଗାଈମାନଙ୍କ ସେବା ଯନô ନିଆଯାଇ ଆସୁଥିବାବେଳେ, ଏହି ଅନୁଷ୍ଠାନ ହିନ୍ଦୁ-ମୁସଲମାନ୍ ଭାଇଚାରାର ପ୍ରତୀକ ଭାବେ ନିଆରା ପରିଚୟ ସୃଷ୍ଟି କରିଆସିଛି । ଗୋ’ମଙ୍ଗଳ ସମିତି […]

ଓଡିଶା

ଗୁରୁ ହେଵ ତ ଏମିତି… ପ୍ରଧାନଶିକ୍ଷକଙ୍କ ପାଇଁ ରୋଷଣୀ କରି ସମ୍ବର୍ଦ୍ଧନା ଦେଲେ ଏବଂ ଗାଁ ବୁଲାଇଲେ !

କଟକ : ସମାଜ ସର୍ବଦା ଭଲ ମଣିଷ ତଥା ଆଦର୍ଶ ଗୁରୁଙ୍କୁ ପୂଜା କରେ । ଶାସ୍ତ୍ରରେ ଉଲ୍ଲେଖ ରହିଛି ଗୁରୁଙ୍କୁ ନମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର l ଏହି ଆପ୍ତ ବାକ୍ୟର ପ୍ରସଙ୍ଗିକତା ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ରଙ୍କ ପାଇଁ ଅବିସ୍ମରଣୀୟ ତଥା ଚିର ଅମଳିନ । ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ କୋଠପଦାରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଏ ଦୃଶ୍ୟ ପ୍ରକୃତରେ ଗୁରୁଙ୍କ ମହାନ ବ୍ୟକ୍ତିତ୍ବକୁ ଏକ ବଳିଷ୍ଠ ପରିଚୟ ପ୍ରଦାନ […]

ଓଡିଶା

ମୁକୁଟ ବିହୀନ ଗୀତିନାଟ୍ୟ ସମ୍ରାଟଙ୍କୁ ଝୁରୁଛି ସମଗ୍ର ଓଡିଶା…

କଟକ : ମୁକୁଟ ବିହୀନ ଗୀତିନାଟ୍ୟ ସମ୍ରାଟ l ଗଣ ହୃଦୟର କବି l ପ୍ରଥିତଯଶା ସାରସ୍ୱତ ସାଧକ l ସେ ପୁଣି ନାଟୁଆ, ଭାଟୁଆ, ଦରିଦ୍ର ଯାତ୍ରାବାଲା l ଶହେବର୍ଷ ତଳେ ଲୋକେ ରାତି ରାତି ଅନିଦ୍ରା ହେଇ ଯାହାଙ୍କ ନାଟକ ଦେଖୁଥିଲେ । ମନେ ପଡୁଛି ତାଙ୍କ ଗୀତିନାଟ୍ୟକୁ ନେଇ ସେଇ ଉନ୍ମାଦନା l ସେଇ ଚମତ୍କାରୀତା । କଟକ ଜିଲ୍ଲା ମାହାଙ୍ଗା ଥାନାର ଏକ ଅଖ୍ୟାତ ପଲ୍ଲୀ ଗାଁ’ କୋଠପଦାକୁ ଓଡ଼ିଆ ନାଟ୍ୟ […]

ଓଡିଶା କଳା ସଂସ୍କୃତି

ଶାରଦୀୟ ଆଗମନରେ ଖିଲି ଖିଲି ହୋଇ ନାଚି ଉଠୁଛି କାଶତଣ୍ଡୀ…

ସାଲେପୁର : ନିର୍ମଳ ଆକାଶରେ ଭସା ବାଦଲର ଛାୟାରେ ଖିଲି ଖିଲି ହୋଇ ହସୁଛି କାଶତଣ୍ଡୀ । ଦଦୁଲ୍ୟମାନ ଅବସ୍ଥାରେ କାଶତଣ୍ଡୀ ନାଚି ନାଚି ଶରତ ଋତୁ ସାଙ୍ଗରେ ଶାରଦୀୟ ସମ୍ଭାର ନେଇ ଆସିଛି । ଧରିତ୍ରୀ ମାତାର ବକ୍ଷକୁ ଧୋବଳ ଚାଦରରେ ଢାଙ୍କି ମା ଦଶଭୁଜା ଦୁର୍ଗାଙ୍କୁ ଆମନ୍ତ୍ରଣ କରିଥାଏ କାଶତଣ୍ଡି ରାଣୀ । କାଶତଣ୍ଡୀ ଫୁଲ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି l ଶରତ ଆସିଲେ ରାସ୍ତା କଡ଼ ନଈ ପଠାମାନଙ୍କରେ ଦେଖିବାକୁ ମିଳିଥାଏ […]

ଓଡିଶା ବ୍ୟବସାୟ

ସୁନା, ହୀରା, ରତ୍ନ ଖଚିତ ଗହଣାର ଗଢା ମଜୁରୀ ଉପରେ ୪.୯ % ରିହାତି ଦେଉଛି ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍…

କଟକ : କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଅତ୍ୟାଧୁନିକ ଗହଣା ବ୍ୟବସାୟ ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଗ୍ରାହକମାନଙ୍କ ପାଇଁ ଆରମ୍ଭ କରିଛି ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଗହଣାର ଆର୍ଟିଷ୍ଟ ପ୍ରଦର୍ଶନୀ । ଓଡିଶାର ପ୍ରଥମ ମହିଳା ବାଇକ୍ ଚାଳିକା ଅମିତା ସିଂ ଓ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶୁଭଶ୍ରୀ ଦାମିନି ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଥିଲେ । ସୁନା, ହୀରା, ରତ୍ନ ଖଚିତ ଗହଣାର ଗଢା ମଜୁରୀ ଉପରେ ୪.୯ % ରିହାତି ଆରମ୍ଭ […]