ଓଡିଶା କଳା ସଂସ୍କୃତି

ଜନାର୍ଦ୍ଦନପୁରରେ ପ୍ରସିଦ୍ଧ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଯାତ୍ରା

ସାଲେପୁର, (ଫ୍ରିଟୁସ୍ପିକ୍/ ଅଭୟ ଜେନା) : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ପ୍ରସିଦ୍ଧ ଶନିଶ୍ଚରଙ୍କ ପୀଠରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହେଉଛି । ଚଳିତବର୍ଷ ଶନିଶ୍ଚର ମହାଯଜ୍ଞ ଓ ଯାତ୍ରା ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହେଉଥିବାରୁ ଭକ୍ତ ଓ ଆୟୋଜକଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି । ଏହି ଦିନରେ ଶନିଶ୍ଚରଙ୍କ ପୀଠକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ଭକ୍ତ ନିଜର […]

ଓଡିଶା

ପାଳଦା ଗ୍ରାମ ହେଲା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ…

କଟକ, (ଏଫ୍ଟୁଏସ୍/ ଅଭୟ ଜେନା) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକତଥା କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଳଦା ପଞ୍ଚାୟତର ପାଳଦା ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି । ପାଳଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ଆଦର୍ଶ ଗ୍ରାମ ହେବାଦ୍ୱାରା ବିବିଧ ସୁବିଧା ସୁଯୋଗ ଉପଲବ୍ଧ ହେବ । ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ରଙ୍କ […]

ଓଡିଶା

ଆଳୁ ଖୋଳୁ ଖୋଳୁ ମହାଦେବ : ଜବରଦଖଲ ଉଚ୍ଛେଦ ବେଳେ ବେଆଇନ ବାଣ କାରଖାନା ଠାବ…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : କଟକ ଜିଲ୍ଲା ଅସୁରେଶ୍ୱରର ପୂବଂଶ କୁଳଗାଁଇଶାଳଠାରେ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ବାଉଣ୍ଡରୀ ପାଚେରୀ ଏବଂ ଏକ ଚାଳ ଘରକୁ ଭାଙ୍ଗିଛି ପ୍ରଶାସନ । ଉଚ୍ଛେଦ ବେଳେ ଏକ ଚାଳ ଘରୁ ବିପୁଳ ପରିମାଣର ବେଆଇନ ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ୍ କରିବା ସହ ଜଣଙ୍କୁ ଗିରଫ କରିଛି ନିଶ୍ଚିନ୍ତକୋଇଲି ପୋଲିସ । ଗିରଫ ବେଆଇନ ବାଣ କାରଖାନାର ମାଲିକ ହେଲେ ରାମଚନ୍ଦ୍ର ସେଠୀ […]

ଓଡିଶା

ଲୁଣା ନଦୀକୁ ଡେଇଁ ମହିଳା ନିଖୋଜ…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ଲୁଣା ନଦୀକୁ ଡେଇଁ ମହିଳା ନିଖୋଜ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ଫତେପୁର ଗାଁରେ । ଫତେପୁର ନିକଟ ଲୁଣା ନଦୀରେ ବାଲିଅପଦା ଗାଁର ପୁଷ୍ପାଞ୍ଜଳୀ ମଳିକ ନଦୀ ଗର୍ଭକୁ ଡେଇଁ ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ସ୍ଥାନୀୟ ଲୋକ ତଥା ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଘରୋଇ ସଂସ୍ଥାରୁ ନେଇଥିବା ଋଣକୁ କେନ୍ଦ୍ରକରି ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ […]

ଓଡିଶା

ଭଗବତ ପ୍ରେମରେ ଉଦବୁଦ୍ଧ ଶ୍ରଦ୍ଧାଳୁ…

ସାଲେପୁର, (ଏଫ୍ଟୁଏସ୍/ଅଭୟ ଜେନା) : ବେଦ ଉପନିଷଦ ହେଉଛି ମନୁଷ୍ୟ ଜୀବନର ମୂଳ ଆଧାର । ହେଲେ ଆଜିର କଥା କଥିତ ସମାଜରେ ଏହି ମୂଳ ଆଧାର ବିଲୁପ୍ତ ପ୍ରାୟ । ଆଧ୍ୟାତ୍ମିକ ଚେତନା ଏବଂ ପୁରାତନ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ନିଆରା ପ୍ରୟାସ କରିଛନ୍ତି ମହାନଦୀ ଚିତ୍ରୋତ୍ପଳା ଦୋଆବ ଅଞ୍ଚଳର ଦାମୋଦରପୁର, ଜନାର୍ଦ୍ଦନପୁର ଓ ଖଣ୍ଡଗିରି ଗ୍ରାମ ତଥା ଆଖପାଖ ଅଞ୍ଚଳର ବାସିନ୍ଦା । ବିଗତ ପାଞ୍ଚବର୍ଷ ହେବ ଦାମୋଦରପୁର ଗ୍ରାମରେ ପ୍ରତିଷ୍ଠା ହୋଇଛି […]

ଓଡିଶା

ରତ୍ନ ଭଣ୍ଡାର ଚାବି ତାମିଲନାଡୁ ପଳାଇଛି: ମୋଦୀ

ଅନୁଗୋଳ ପରେ କଟକରେ ବିଶାଳ ଜନସଭାକୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ଓଡିଆରେ ଜନସଭାକୁ ସମ୍ବୋଧନ କରିବା ସହ କହିଛନ୍ତି, ‘ମା କଟକଚଣ୍ଡୀ, ମା ଭଗବତୀ, ମହାପ୍ରଭୁ ନୀଳମାଧବଙ୍କ ଏହି ପବିତ୍ର ମାଟିରେ ପହଞ୍ଚି ମୋ ଜୀବନ ଧନ୍ୟ ହୋଇଛି । ବିଜେଡି ଓଡିଶାକୁ କଣ ଦେଇଛି ବୋଲି ପ୍ରଶ୍ନ କରିବା ସହିତ ମୋଦୀ କହିଛନ୍ତି ଯେ, ବିଜେଡି ଓଡିଶାକୁ କେବଳ ଦେଇଛି ବାଲି ମାଫିଆ, କୋଇଲା ମାଫିଆ, ଖଣି ମାଫିଆ ଆଦି ମାଫିଆରାଜ୍ […]

ଓଡିଶା

ବାରବାଟୀ ବିକାଶର ବାର୍ତ୍ତାବାହକ ସୋଫିଆ…

ସୋଫିଆ ଫିରଦୋସ । ଏହି ନାଁ ଆଜି ଓଡିଶାରେ ଖୁବ୍ ଚର୍ଚ୍ଚିତ । ବାପା-ମାଙ୍କ ସବୁଠୁ ଗେହ୍ଲା ଏବଂ ଅଳିଅଳି ହୋଇଥାଆନ୍ତି ଝିଅ । ମୁଖ୍ୟତଃ ପୁଅମାନେ ବାପାଙ୍କ ପଥକୁ ଅନୁସରଣ କରି ଆଗେଇବା ସହ ତାଙ୍କ ବ୍ୟବସାୟକୁ ଆଗକୁ ବଢାଇବାରେ ସାହାଯ୍ୟ କରନ୍ତି । କିନ୍ତୁ ସୋଫିଆ ଜଣେ ମହିଳା ହୋଇ ବାପାଙ୍କ କାନ୍ଧରେ କାନ୍ଧ ମିଶାଇ ଆଗେଇ ଚାଲିଛନ୍ତି । ବାପାଙ୍କ ବ୍ୟବସାୟର ଗଡ ସମ୍ଭାଳିବା କଥା ହେଉ ଅବା ରାଜନୈତିକ ଦୁର୍ଗକୁ ସମ୍ଭାଳିବାର […]

ଓଡିଶା

ବୈଜୟନ୍ତଙ୍କ ରୋଡ଼ସୋ ବେଳେ, ଉତ୍ତ୍ୟକ୍ତ କର୍ମୀଙ୍କ ଆକ୍ରମଣରେ ତିନି ଆହତ…

ସାଲେପୁର, ୨୫/୦୪ : ବୈଜନ୍ତ ପଣ୍ଡାଙ୍କ ରୋଡ୍ ସୋ ବେଳେ ଉନ୍ମକ୍ତ କାଣ୍ଡ । ଗାଡି ପାର୍କିଂକୁ କେନ୍ଦ୍ର କରି ଆକ୍ରମଣ । ଭାଜାପା କର୍ମୀଙ୍କ ଆକ୍ରମଣରେ ୩ ଜଣ ଆହତ ହୋଇଥିବା ଅଭିଯୋଗ । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗାରୁ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ବୁଧବାର ସନ୍ଧ୍ୟାରେ ଏକ ବାଇକ ଶୋଭାଯାତ୍ରାରେ ଆସି ଜନ ସମର୍ଥନ ସାଉଁଟୁଥିଲେ । କୁରୁଜଙ୍ଗା ପଞ୍ଚାୟତରୁ ଦଳୀୟ କର୍ମୀମାନଙ୍କ […]

ଓଡିଶା

ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ରାସ୍ତା ନିର୍ମାଣ…

ଦୀର୍ଘ ୨ ବର୍ଷ ପରେ ବି ସରିପାରୁନି ୭ କିଲୋମିଟର ରାସ୍ତା ସାଲେପୁର : କଟକ ଜିଲ୍ଲା ସାଲେପୁର ଗ୍ରାମ ଉନ୍ନୟନ ଉପଖଣ୍ଡ ଅନ୍ତର୍ଗତ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ କଂକ୍ରିଟ ରାସ୍ତା, କଲଭଟ, ଗାର୍ଡୱାଲ ଏବଂ ପିଚୁ ସଡ଼କ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି l ସବୁଠି ଧର୍ମକୁ ଆଖିଠାର ସଦୃଶ କାର୍ଯ୍ୟ ହେଉଥିବାବେଳ, ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାକୁ ସାଧାରଣରେ ତୀବ୍ର […]

ଓଡିଶା

ଚିତ୍ରୋତ୍ପଳାନଦୀରେ ଗଢି ଉଠିବ ସମ୍ପର୍କର ସେତୁ…

ନିଶ୍ଚିନ୍ତକୋଇଲି : କଟକ ସଦର ନିର୍ବାଚନ ମଣ୍ଡଳୀର ଜନାର୍ଦ୍ଦନପୁର ପଂଚାୟତ ଶନିଶ୍ଚରପୀଠଠାରୁ ଚିତ୍ରୋତ୍ପଳା ନଦୀରେ ଏକ ସ୍ଥାୟୀ ସେତୁ ନିର୍ମାଣ ନିମନ୍ତେ ଏହାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନାର୍ଦ୍ଦନପୁର ଶନିଶ୍ଚର ପୀଠରେ ଆୟୋଜିତ ଶିଳାନ୍ୟାସ ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ କହିଥିଲେ ଯେ,ଏହି ସେତୁ ଏକ ସମ୍ପର୍କର ସେତୁ ହେବ । କଟକ ସଦର ସହିତ ମାହାଙ୍ଗାକୁ ଯୋଡିବାର ଏହା ଏକ […]