ଓଡିଶା

ଭୁବନେଶ୍ବର ସୁରକ୍ଷା ଏବେ, ଅଣ୍ଡର ଡ୍ରୋନ କ୍ୟାମେରା

ଏଣିକି ଡ୍ରୋନ ପେଟ୍ରୋଲିଂ ବଳୟ ଭିତରେ ସୁରକ୍ଷିତ ରହିବ ରାଜଧାନୀ । ଆକାଶ ମାର୍ଗରୁ ଡ୍ରୋନ ଉଡ଼ାଇ ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ିର ଗତିବିଧି ଉପରେ ନଜର ରଖିବ କମିଶନରେଟ୍ ପୋଲିସ । ହାଇ ଡେଫିନେସନ କ୍ଲାରିଟି ଥିବାରୁ ଏରିଆଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରାଯିବ । ଭିଆଇପି ପ୍ରୋଗ୍ରାମ, ଆସେମ୍ଲି ଓ ଲ’ଆଣ୍ଡ ଅର୍ଡର, ହକି, ଫୁଟବଲ ଭଳି କାର୍ଯ୍ୟକ୍ରମ ସମୟରେ ଏହି ଡ୍ରୋନ୍ ବେଶ ସହାୟକ ହେବ । ଏପରିକି ଟ୍ରାଫିକ ନିୟନ୍ତ୍ରଣ ପାଇଁ […]

ଓଡିଶା

ଲେଡିଜ ହଷ୍ଟେଲରେ ଦୁର୍ବୁତ୍ତଙ୍କ ଗୁଣ୍ଡାରାଜ୍ । ମହିଳାଙ୍କ ସୁରକ୍ଷା ପାଇଁ ଦାୟୀ କିଏ ?

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ): ରାଜଧାନୀର ଛାତିରେ ଥିବା ଲେଡିଜ ହଷ୍ଟେଲକୁ ଧସେଇ ପଶିଲେ ଦୁର୍ବୁତ୍ତ । ନୟାପଲ୍ଲୀ ଥାନାଠାରୁ ମାତ୍ର ୫୦୦ ମିଟର ଦୂରତା ଥିବା ଉଗ୍ରତାରା ଲେଡିଜ ହଷ୍ଟେଲରେ ଦୀର୍ଘ ସମୟ ଧରି ଆତଙ୍କ ଖେଳାଇଥିଲେ ଆତଙ୍କୀ । ହଷ୍ଟେଲ ମାଲିକାଣି ଲୀଲାବତୀଙ୍କୁ ନିର୍ଧୁମ ଛେଚିବା ସହ ହଷ୍ଟେଲର ବହୁ ଆସବାବପତ୍ର ନଷ୍ଟ କରିଥିଲେ ଦୁର୍ବୁତ୍ତ । ଏପରିକି ହଷ୍ଟେଲ ଅନ୍ତେବାସୀଙ୍କୁ ମଧ୍ୟ ଅସଦାଚାରଣ କରିବା ସହ ଆକ୍ରମଣ ହୋଇଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ […]

ଓଡିଶା

୩୨ କେଜି ଗଞ୍ଜେଇ ସହ ନଗଦ ୮୪,୨୦୦/- ଟଙ୍କା ଜବତ

ଜଟଣୀ : ଜଟଣୀ ପୋଲିସକୁ ମିଳିଛି ସଫଳତା । ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ମାଡି ବସିଲା ପୋଲିସର ସ୍ପେଶାଲ ଟିମ୍ । ଘଟଣା ସ୍ଥଳରୁ ୩୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଥାନାର ଏକ ସ୍ପେଶାଲ ଟିମ ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର […]

ଓଡିଶା କ୍ରୀଡା

ରସହ୍ୟ ଘେରରେ ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ

କଟକ (ଅଭୟ ଜେନା): କେମିତି ହେଲା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ । ତାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଏହାରି ଭିତରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ମୃତ ରାଜଶ୍ରୀଙ୍କ ପରିବାର ଲୋକ । ତାଙ୍କ କହିବା ମୁତାବକ, ରାଜଶ୍ରୀ ଜଣେ ଭଲ ଖେଳାଳୀ । ସେ ଓଡିଶା ଟିମରେ ମଧ୍ୟ ଖେଳିଛନ୍ତି । ଏପରିକି ସେ ଓଡ଼ିଶା ପୋଲିସରେ କନେଷ୍ଟବଳ ଚାକିରି ପାଇଥାନ୍ତେ । ଏଥିପାଇଁ ତାଲିକାରେ ତାଙ୍କର ନାଁ ମଧ୍ୟ […]

ଓଡିଶା କଳା ସଂସ୍କୃତି ଟ୍ରେଣ୍ଟିଂ

କଟକରେ ଜମିବ ବାଲିଯାତ୍ରା, ଏପଟେ ଭୁବନେଶ୍ବରରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ଆଜିଠୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇଛି ବାଲିଯାତ୍ରା ପଡିଆ । ଏଥର ସିଏମସି ପକ୍ଷରୁ କ୍ଲିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରା ସ୍ଲୋଗାନ ଦିଆଯାଇଛି । ଏଥିନିମନ୍ତେ ୨୪ଟି ସ୍ୱତନ୍ତ୍ର ଷ୍ଟଲ ତିଆରି ହୋଇଛି, ଯେଉଁଠି ପ୍ଲାଷ୍ଟିକ ବୋତଲ ଫେରାଇଲେ ଟଙ୍କା ଫେରାଇବା ବ୍ୟବସ୍ଥା କରାଯାଇଛି । ପଡ଼ିଆ ଭିତରେ ପାଣି ବୋତଲ ଗୋଟାକୁ ୨୫ ଟଙ୍କାରେ ବିକ୍ରି କରାଯିବ । କ୍ୟୁଆର କୋଡ୍ ଥିବା […]

ଓଡିଶା ଟ୍ରେଣ୍ଟିଂ

ନିୟମ କଡା ହେଲେ ସାବାଡ୍ ହେବେ ରୋଡ୍ ରୋମିଓ

କୋହଳ କଟକଣା, ଅମାନିଆଙ୍କ ଜୋଶ୍ ବଢାଉଛି । କିଛିଦିନର ବ୍ୟବଧାନ ପରେ ଏବେ ପୁଣି ରାସ୍ତାରେ ଗଡୁଛୁ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାଇକ । ବାଇକରୁ ବାହାରୁଥିବା ବିକଟାଳ ଶବ୍ଦ, ସାଧାରଣ ଲୋକଙ୍କ ଜନଜୀବନକୁ ପ୍ରଭାବିତ କରୁଥିବାବେଳେ କିଛି ଅମାନିଆ ଯୁବପିଢୀଙ୍କୁ ଏ ନେଇ କୌଣସି ଖାତିର ପଡୁନଥିବା ଦେଖିବାକୁ ମିଳିଛି । ଆଗରୁ ଏଭଳି ବିକଟାଳ ଶବ୍ଦ କରୁଥିବା ବାଇକ ଓ ବୁଲେଟ୍ ଚଲାଇବା ଉପରେ ରୋକ ଲଗାଇଥିଲେ କମିଶନରେଟ୍ ପୋଲିସ । ଆଉ […]

ଓଡିଶା

କମିଶନରେଟ୍ ପୋଲିସଦ୍ୱାରା ଜଟଣୀ ପ୍ରସିଦ୍ଧ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାକୁ ନେଇ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ବର କମିଶନରେଟ୍ ପୋଲିସ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ଉତ୍ତରାଣୀ କ୍ଲବରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜଟଣୀର ସମସ୍ତ ପ୍ରମୁଖ ପୂଜା କମିଟିର ସଭାପତି, ସମ୍ପାଦକ ଓ ଭସାଣି କମିଟିର ଅଧ୍ୟକ୍ଷ, ନବ ନିର୍ବାଚିତ ପୌର ଅଧ୍ୟକ୍ଷ ଅନନ୍ତ ବେହେରା ଓ ଜଟଣୀ ମୁନିସିପାଲିଟି କାଉନସିଲରଙ୍କ ସହ ପୋଲିସ ଓ  ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଆର୍ ପି ଏଫ, ରେଲୱେ ଅଧିକାରୀ […]

ଓଡିଶା

ଜଟଣୀ ପୋଲିସର ସଫଳତା, ଛିନତାଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କାବୁ କରି କୋର୍ଟ ଚାଲାଣ କଲା ପୋଲିସ

ଗତ ଜୁଲାଇ ୨ ତାରିଖରେ ହୋଇଥିବା ଲୁଟ୍ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଘଟଣାରେ ସମ୍ପୃକ୍ତ ଦୁଇ ଅଭୁଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଦୁଇ ଅଭିଯୁକ୍ତ ହେଲେ ରାକେଶ କୁମାର ପରିଡା (ରାକୁ) ଏବଂ କାହ୍ନୁ ଚରଣ ନାୟକ (ରଘୁ) । ଅଭିଯୁକ୍ତ କାହ୍ନୁ ଚରଣ ନାୟକଙ୍କ ନାମରେ ପୂର୍ବରୁ ମଧ୍ୟ ୨୦୨୧ ମସିହାରେ ଜଟଣୀ ଥାନାରେ ୨ଟି ମାମଲା ରହିଛି । ସୂଚନା ଅନୁସାରେ ଘଟଣା ଦିନ ସକାଳେ […]

ଓଡିଶା କ୍ରୀଡା

ବାରବାଟୀ ଟି-୨୦ ଟିକେଟ୍ ପାଇଁ ଗଣ୍ଡଗୋଳ, ଶେଷରେ ଲାଠିଚାର୍ଜ

ବାରବାଟୀ ଟି-୨୦ ପାଇଁ ଷ୍ଟାଡିୟମ୍‌ ଟିକେଟ୍‌ କାଉଣ୍ଟରରେ ଧସ୍ତାଧସ୍ତି । କମିଶନରେଟ ପୋଲିସ ପ୍ରଥମେ ବୁଝାଇବାକୁ ଚେଷ୍ଟା କରିଥିଲା । ମାତ୍ର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଲାଠି ଚାର୍ଜ କରିଥିଲା । ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଏବେ ପୁଣିଥରେ ଟିକେଟ ବିକ୍ରି ଆରମ୍ଭ ହୋଇଛି ।  କିଏ ଆଗ ଯାଇ ଟିକେଟ୍ ନେବ ସେଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୨ ହଜାର ୯୩ଟି […]