ଓଡିଶା

ଆରମ୍ଭ ହେଲା ଚିତ୍ରକଳା ଉତ୍ସବ ‘କାନ୍‌ଭାସ୍‌ରେ ଭିତରକନିକା’…

କେନ୍ଦ୍ରାପଡ଼ା, ୧୯/୧୧ : ଭିତରକନିକା ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଏକ ଚିତ୍ରକଳା ଉତ୍ସବ ‘କାନ୍‌ଭାସ୍‌ରେ ଭିତରକନିକା’ ଆରମ୍ଭ ହୋଇଯାଇଛି । ଏହା ଦୁଇ ଦିନ ଧରି ଚାଲିବ । କେନ୍ଦ୍ରପଡ଼ା ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଭିତରକନିକା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଉଦ୍‌ଘାଟନ କରିଥିଲେ । ଭିତରକନିକାର ପର୍ଯ୍ୟଟନ ସମ୍ଭାର, ପ୍ରାକୃତିକ ସୌନ୍ଦର୍ଯ୍ୟ, ପ୍ରକୃତି-ମଣିଷ ସହାବସ୍ଥାନ ଓ ପ୍ରକୃତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ସହାୟକ […]